ETV Bharat / bharat

ବାପା ପରେ ପୁଅ: ଇଡିରେ ହାଜର ହେଲେ ତେଜସ୍ୱୀ ଯାଦବ, 'ଲ୍ୟାଣ୍ଡ ଫର୍ ଜବ୍' ସ୍କାମ ମାମଲାରେ ଜେରା

author img

By ETV Bharat Odisha Team

Published : Jan 30, 2024, 12:54 PM IST

Updated : Jan 30, 2024, 1:03 PM IST

Land for Job scam: ବହୁ ଚର୍ଚ୍ଚିତ ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ ମାମଲାରେ ଇଡି କାର୍ଯ୍ୟାଳୟରେ ହାଜର ହେଲେ ଆରଜେଡି ନେତା ତେଜସ୍ୱୀ ଯାଦବ । ସୋମବାର ଲାଲୁ ଯାଦବଙ୍କୁ 10 ଘଣ୍ଟା ଧରି ପଚରା ଉଚରା କରିଥିଲା ଇଡି । ଅଧିକ ପଢନ୍ତୁ

Land for Job scam
ଇଡି ଅଫିସରେ ହାଜର ହେଲେ ତେଜସ୍ୱୀ ଯାଦବ

ପାଟନା: ବହୁ ଚର୍ଚ୍ଚିତ ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ ମାମଲାରେ ଅଡ଼ୁଆରେ ବିହାରର ଯାଦବ ପରିବାର । ଗତକାଲି(ସୋମବାର) ଲାଲୁ ଯାଦବଙ୍କ ପରେ ଆଜି(ମଙ୍ଗଳବାର) ତାଙ୍କ ପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପାଟନା ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । 3 ଥର ସମନ ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ତେଜସ୍ବୀ ଯାଦବ । ଅନ୍ୟପଟେ କାର୍ଯ୍ୟାଳୟ ବାହାରେ ଶତାଧିକ ଆରଜେଡି ନେତା ଓ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି ।

ବିହାରରେ ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ ମାମଲାରେ ଇଡି ପୂର୍ବରୁ ତେଜସ୍ୱୀ ଯାଦବଙ୍କୁ 3 ଥର ସମନ ଜାରି କରିବା ପରେ ସେ ଆଜି ହାଜର ହୋଇଛନ୍ତି । ରାବଡି ଦେବୀ ବାସଭବନଠାରୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ତେଜସ୍ୱୀ ଯାଦବଙ୍କ ସମର୍ଥକମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ଇଡି କାର୍ଯ୍ୟାଳୟ ବାହାରେ ଶତାଧିକ ଆରଜେଡି ନେତା ଓ କର୍ମୀ ପ୍ରବଳ ହୋହଲ୍ଲା କରିବା ସହ କେନ୍ଦ୍ର ସରକାର ବିରୋଧି ନାରା ଦେଇଛନ୍ତି ।

ସୋମବାର ଦିନ ଏହି ମାମଲାରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ତେଜସ୍ବୀଙ୍କ ବାପା ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ। ଏହି ସମୟରେ ତାଙ୍କ ଝିଅ ମିଶା ଭାରତୀ ମଧ୍ୟ ତାଙ୍କ ସହ ରହିଥିଲେ । ଲାଲୁ ଯାଦବଙ୍କୁ ପାଖାପାଖି 10 ଘଣ୍ଟା ଧରି ପଚରାଉଚରା କରିଥିଲେ ଇଡି ଅଧିକାରୀ । ଅନ୍ୟପଟେ ମିଶା ଭାରତୀଙ୍କୁ ଫେବ୍ରୁଆରୀ 5 ତାରିଖରେ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଛି ।

ସୂଚନାଯୋଗ୍ୟ, ବିହାରରେ ଏବେ ରାଜନୈତିକ ଡ୍ରାମା ଜୋରଦାର ରହିଛି । ରାଜ୍ୟରେ ପୁଣି ଏନଡିଏ ସରକାର ଗଠନ ହୋଇଥିବା ବେଳେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ କୁମାର । ଅନ୍ୟପଟେ ରବିବାର ସରକାର ପରିବର୍ତ୍ତନ ପରେ ସୋମବାରଠୁ ଇଡି ସକ୍ରିୟ ହୋଇଛି । ଇଡିର ତଦନ୍ତକୁ କେବଳ ରାଜନୈତିକ ପ୍ରାୟୋଜିତ ବୋଲି କହିଛନ୍ତି ଯାଦବ ପରିବାର ।

ଏହାମଧ୍ୟ ପଢନ୍ତୁ.. ଲାଲୁ ଓ ମିଶା ଭାରତୀଙ୍କୁ 8 ଘଣ୍ଟା ଧରି ଜେରା, ଦଳୀୟ ସାଂସଦ ମନୋଜ ଝା କହିଲେ ଇଡି ନୁହେଁ ବିଜେପି ସମନ

'ଲ୍ୟାଣ୍ଡ ଫର୍ ଜବ୍' ସ୍କାମ୍:

ସୂଚନା ଯୋଗ୍ୟ, ବିହାର ଚାକିରି ବଦଳରେ ଜମି ଘୋଟାଲା ମାମଲା 14 ବର୍ଷ ପୁରୁଣା । ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ 2004 ମସିହାରୁ 2009 ପର୍ଯ୍ୟନ୍ତ ରେଳମନ୍ତ୍ରୀ ଥିଲେ ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ । ଏହି ସମୟରେ ରେଲଓ୍ୱେରେ ଚାକିରିରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ରେଳ ବିଭାଗରେ ଚାକିରି ଦେବା ନାଁରେ ଜମି ନେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଲାଲୁ ଯାଦବ ରେଲଓ୍ବେ ଚାକିରି ବଦଳରେ ଆଶାୟୀମାନଙ୍କଠାରୁ ଜମି ଓ ପ୍ଲଟ ନେଇ ନିଜ ପରିବାର ନାଁରେ ସେହି ଜମି କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପତ୍ନୀ ରାବଡ଼ି ଦେବୀ, ପୁଅ ତେଜସ୍ୱୀ ଯାଦବ ଏବଂ ଝିଅ ମିଶା ଭାରତୀଙ୍କ ସମେତ ପୂରା ପରିବାର ଜଡିତ ଥିବା ଅଭିଯୋଗ ହୋଇଥିଲା । ସିବିଆଇ ମଧ୍ୟ ପୂର୍ବରୁ ଏହି ମାମଲାରେ ଲାଲୁ ଯାଦବ, ତାଙ୍କ ପରିବାର ଓ ସମ୍ପର୍କୀୟମାନଙ୍କୁ ପଚରାଉଚରା କରିସାରିଛି । ଲାଲୁ ଯାଦବଙ୍କ ଅତି ଘନିଷ୍ଠ କୁହାଯାଉଥିବା ଭୋଲା ଯାଦବ ଏହି ମାମଲାରେ ଗିରଫ ହୋଇଛନ୍ତି ।

ଇଡି ଚାର୍ଜସିଟ୍ ଅନୁଯାୟୀ, 2004ରୁ 2009 ମଧ୍ୟରେ ଲାଲୁ ଯାଦବ ରେଳ ବିଭାଗରେ ବିଭିନ୍ନ ଲୋକଙ୍କୁ ଗ୍ରୁପ ଡିରେ ବେଆଇନ ଭାବେ ନିଯୁକ୍ତି ଦେଇଥିଲେ । ଚାକିରି ବଦଳରେ ଜମି ନେଇ ନିଜ ପରିବାର ସଦସ୍ୟ ଓ ଏକ ଇନଫୋସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡକୁ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 30, 2024, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.