ETV Bharat / bharat

ମଦମୁକ୍ତ ରାଜ୍ୟରେ ମଦମୃତ୍ୟୁ, ବିଷାକ୍ତ ମଦ ପିଇ ଗଲା 21 ଜୀବନ

ପୁଣି ବିହାରରେ ଜୀବନ ନେଲା ବିଷାକ୍ତ ମଦ। ମଦମୁକ୍ତ ରାଜ୍ୟର ପିଛା ଛାଡୁନି ମଦମୃତ୍ୟୁ ଘଟଣା।

author img

By ETV Bharat Odisha Team

Published : 3 hours ago

bihar hooch tragedy
bihar hooch tragedy (ETV Bharat Odisha)

ପାଟନା: ପୁଣି ବିହାରରେ ଜୀବନ ନେଲା ବିଷାକ୍ତ ମଦ। ସିୱାନ ଏବଂ ଶରଣ ଜିଲ୍ଲାରେ ପ୍ରାୟ 21ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । ହେଲେ ପ୍ରଶାସନ ପକ୍ଷରୁ 6 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି । ଏହାସହ 42 ଜଣ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି। ଅନ୍ୟ କେତେକ ଗୁରୁତରଙ୍କୁ ପାଟନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଅଧିକାଂଶ ମୃତକ ସିୱାନ ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ମୃତକମାନଙ୍କ ମଧ୍ୟରେ ଅରବିନ୍ଦ ସିଂ (40 ବର୍ଷ), ରାମେନ୍ଦ୍ର ସିଂ (30), ସନ୍ତୋଷ ମହତୋ (35), ମୁନ୍ନା (32), ବ୍ରଜ ମୋହନ ସିଂ, ମୋହନ ଶାହଙ୍କ ସମେତ ମୋଟ୍ 9 ଜଣଙ୍କ ନାଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ମଧ୍ୟ ବିହାରରେ ମଦମୃତ୍ୟୁ ଘଟଣା ସାମନାକୁ ଆସିଥିଲା । ଏବେ ପୁଣି ଥରେ ବିଷାକ୍ତ ମଦ ପିଇ ଅନେକଙ୍କ ଜୀବନ ଯାଇଥିବାବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି ।

ଓଡ଼ିଶାରେ ବି ଗତ ମାସରେ ମଦ ମୃତ୍ୟୁ ଘଟଣା ସାମନାକୁ ଆସିଥିଲା । ଗଞ୍ଜାମ ଜିଲ୍ଲାର ଚିକିଟି ମଦମୃତ୍ୟୁ ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା। ଚିକିଟିରେ ବିଷାକ୍ତ ମଦ ପିଇ 5 ଜଣଙ୍କ ଜୀବନ ଯାଇଥିଲା। ବିଷାକ୍ତ ମଦ ପିଇ ମୋଟ୍ ୧୬ ଜଣ ଅସୁସ୍ଥ ହୋଇଥିବାବେଳେ 5 ଜଣଙ୍କ ଜୀବନ ଯାଇଥିଲା । ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ କୌଣସି ତାଳମେଳ ନଥିବା ଅଭିଯୋଗ ଆଣିଥିଲେ ବିରୋଧୀ। ଏହାପରେ ଚିକିଟି ମଦମୃତ୍ୟୁ ଘଟଣାରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗ । ଅଭିଯୁକ୍ତମାନଙ୍କୁ ଗିରଫ ସହ ପୋଲିସ ଜାରି ରଖିଛି ଦେଶୀ ମଦ ଧରପଗଡ ଅଭିଯାନ ।

ଏହା ମଧ୍ୟ ପଢ଼ନ୍ତୁ...Chikiti Tragedy: ଚିକିଟି ମଦମୃତ୍ୟୁ ପରେ ଆକ୍ସନ ମୋଡରେ ପ୍ରଶାସନ, ବିଭିନ୍ନ ସ୍ଥାନରେ ରେଡ୍, ମିଶୁଥିଲା କି ବିଷାକ୍ତ ଚେର ? - GANJAM HOOCH TRAGEDY RAID

ଏହା ବି ପଢନ୍ତୁ...Chikiti Tragedy: ଚିକିଟି ମଦମୃତ୍ୟୁ ପରେ ଆକ୍ସନ ମୋଡରେ ପ୍ରଶାସନ, ବିଭିନ୍ନ ସ୍ଥାନରେ ରେଡ୍, ମିଶୁଥିଲା କି ବିଷାକ୍ତ ଚେର ? - GANJAM HOOCH TRAGEDY RAID

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିହାରରେ ପୂର୍ବରୁ ମଦ ମୃତ୍ୟୁ ଘଟଣାକୁ ନେଇ ବିବାଦ ଲାଗି ରହିଥିଲା । ତେଣୁ ବିହାରରେ ମଦ ବ୍ୟାନ କରାଯାଇଛି । ଆଉ ମଦମୁକ୍ତ ରାଜ୍ୟରେ ଏଭଳି ମଦମୃତ୍ୟୁ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟିଏ ପଟେ ରାଜ୍ୟରେ ମଦ ବ୍ୟାନ ଥିବାବେଳେ ଏପରି ଘଟଣା କିପରି ଘଟୁଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.