ETV Bharat / bharat

ମହାମେଣ୍ଟକୁ ମହାଝଟ୍‌କା: ଇସ୍ତଫା ଦେଲେ ନୀତିଶ, ବିଜେପିରୁ 2 ଜଣ ରହିବେ ଉପମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Jan 28, 2024, 11:12 AM IST

Updated : Jan 28, 2024, 1:28 PM IST

Nitish Kumar Resigns as CM: ବିହାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ନୀତିଶ କୁମାର । କହିଲେ ନୂଆ ମେଣ୍ଟରେ ସରକାର ଗଠନ କରିବୁ । ଅଧିକ ପଢନ୍ତୁ

ଇସ୍ତଫା ପତ୍ର ଦେଲେ ନୀତିଶ କୁମାର
Nitish Kumar submits resignation

ପାଟନା: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । ସବୁ କଳ୍ପନା ଜଳ୍ପନାରେ ପଡିଲା ପୂର୍ଣ୍ଣଚ୍ଛେଦ । ସ୍ପଷ୍ଟ ହେଲା ନୀତିଶଙ୍କ ଆଭିମୁଖ୍ୟ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ଜେଡିୟୁ ମୁଖ୍ୟ । ରାଜ୍ୟରେ ଭାଙ୍ଗିଲା ଆରଜେଡି-ଜେଡିୟୁ ମେଣ୍ଟ ସରକାର । ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଜେଡିୟୁ-ଏନଡିଏ ମେଣ୍ଟ ସରକାର । ଦ୍ବିତୀୟ ଥର ଲାଗି ଏହି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର । ଅପରାହ୍ନ 4ଟାରେ ହେବ ଶପଥ ଗ୍ରହଣ ସମାରୋହ ।

ଇସ୍ତଫା ପରେ ନୀତିଶ ପ୍ରତିକ୍ରିୟା: ଇସ୍ତଫା ପରେ ନୀତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଆଜି ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ଏବଂ ରାଜ୍ୟରେ ଜେଡିୟୁ-ଆରଜେଡି ସରକାର ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ମଧ୍ୟ କହିଛି । ସବୁକିଛି ଠିକ୍ ନ ଥିବାରୁ ଏହି ପରିସ୍ଥିତି ଆସିଛି । ଇସ୍ତଫା ପୂର୍ବରୁ ମୁଁ ସମସ୍ତଙ୍କ ଠାରୁ ମତାମତ ନେଇଥିଲି । ଆଜି ରାଜ୍ୟରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର ପତନ ହୋଇଛି ।

ଆଜି ବସିଥିଲା ବୈଠକ: ଆଜି ସକାଳ 10 ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଓ ବରିଷ୍ଠ ନେତାଙ୍କୁ ନେଇ ବୈଠକ ବସିଥିଲା । ଏନଡିଏ ସହ ମେଣ୍ଟ ସରକାର ଗଠନ ନେଇ ବିଧାୟକଙ୍କ ସହମତି ଲୋଡିଥିଲେ ନୀତିଶ । ବୈଠକରେ ପାଖାପାଖି 20 ମିନିଟ ଧରି ଆଲୋଚନା ହେବା ପରେ ରାଜଭବନ ଅଭିମୁଖେ ବାହାରିଥିଲେ ନୀତିଶ । ଏହାପରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ସାକ୍ଷାତ କରି ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ । 72 ବର୍ଷୀୟ ରାଜନେତା ନୀତିଶ କୁମାର ଆଜି (ରବିବାର) ଅପରାହ୍ନ 4ଟା ସମୟରେ ଜେଡିୟୁ-ଏନଡିଏ ମେଣ୍ଟ ସରକାରରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ-ବିହାର ରାଜନୀତି ହଟଚମଟ: ବସିଲା ଜେଡିୟୁ ଓ ବିଜେପି ବିଧାୟକ ଦଳର ବୈଠକ

ବିଜେପିରୁ ରହିବେ 2 ଉପମୁଖ୍ୟମନ୍ତ୍ରୀ: ଅନ୍ୟପଟେ ଆଜି ପାଟନାରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ଜେଡିୟୁକୁ ସମର୍ଥନ କରିଛି ବିଜେପି । ବିଜେପିରୁ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ରହିବେ ।

ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ସମର୍ଥନ ପତ୍ର: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ପୁଣି ଥରେ ରାଜଭବନରେ ପହଞ୍ଚିଛନ୍ତି ନୀତିଶ କୁମାର । ରାଜ୍ୟରେ ସରକାର ଗଠନ ପାଇଁ ସମର୍ଥନ ପତ୍ରରେ ଧରି ରାଜ୍ୟପାଳଙ୍କୁ ଭେଟିଛନ୍ତି ନୀତିଶ । ବିଜେପିର ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି । ରାଜ୍ୟପାଳ ଏହି ପତ୍ରକୁ ଗ୍ରହଣ କରିଛନ୍ତି ।

ନଜର ପକାନ୍ତୁ ବିହାର ଆସନ ଅଙ୍କ ଉପରେ

ବିହାର ବିଧାନସଭାରେ ମୋଟ 243ଟି ଆସନ ରହିଛି । ସେଥି ମଧ୍ୟରୁ ଆରଜେଡି ପାଖରେ 79 ବିଧାୟକ, ବିଜେପିର 78, ଜେଡିୟୁର 45, କଂଗ୍ରେସ 19, ସିପିଆଇ (ଏମ-ଏଲ) 12 ରହିଛି । ଆଜି ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ହେବେ ବୋଲି କୁହାଯାଉଛି ।

Last Updated : Jan 28, 2024, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.