ETV Bharat / bharat

ଭାରତ ରତ୍ନ 'ଚରଣ ସିଂ'; ବିଧାନସଭାକୁ ଚାଲି ଚାଲି ଯାଉଥିଲେ, ମୃତ୍ୟୁ ବେଳେ ଆକାଉଣ୍ଟରେ ଥିଲା 470 ଟଙ୍କା

Bharat Ratna to Former PM Chaudhary Charan Singh: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ 'ଭାରତ ରତ୍ନ' ସମ୍ମାନରେ ସମ୍ମାନିତ କରାଯିବ । ସେ ଏକ ସାଧାରଣ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ସରଳ, ସାଧାରଣ ସ୍ବଭାବ ସମ୍ପର୍କରେ ସବୁଠି ଚର୍ଚ୍ଚା ହେଉଥିଲା । ପଢନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ

author img

By ETV Bharat Odisha Team

Published : Feb 9, 2024, 5:38 PM IST

Chaudhary Charan Singh
Chaudhary Charan Singh

ହାଇଦ୍ରାବାଦ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯିବ । ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରିବା ନେଇ ଘୋଷଣା କରିଥିବା ବେଳେ ସେମାନଙ୍କ ମଧ୍ୟରେ ଚରଣ ସିଂ ସାମିଲ ଅଛନ୍ତି । କୃଷି ନେତା ଭାବେ ଚରଣ ସିଂ ବେଶ ଜଣାଶୁଣା ଥିଲେ । ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଭାବେ ସେ ଦେଶସେବା କରିଥିଲେ । ତାଙ୍କ ରାଜନୈତିକ କ୍ୟାରିଅର ବେଶ ସଫଳ ଥିଲା । ସେ ଅତି ସରଳ ଜୀବନଯାପନ କରୁଥିଲେ । ଏପରିକି ଚାଲି ଚାଲି ଯାଉ ବିଧାନସଭା ଯିବା ଆସିବା କରୁଥିଲେ ।

ଆସନ୍ତୁ ଜାଣିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ:-

ରାଜନୈତିକ କ୍ୟାରିଅର:- ୧୯୦୨ ଡିସେମ୍ବର ୨୩ ତାରିଖରେ ଉତ୍ତରପ୍ରଦେଶ ନୁରପୁର ଜିଲ୍ଲା ମେରଟରେ ଜନ୍ମଗ୍ରହଣ କରିଥିଲେ । ସ୍ବାଧୀନତା ଆନ୍ଦୋଳନ ସହିତ ଚରଣଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା । ସ୍ବାଧୀନତା ପୂର୍ବରୁ ସେ ଉତ୍ତରପ୍ରଦେଶର ଛତ୍ରବାଲି ବିଧାନସଭା ଆସନରୁ ପ୍ରାୟ ୯ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଜିତିଥିଲେ । ଦେଶ ସ୍ବାଧୀନତା ପାଇବା ପରେ ସେ ୧୯୫୨, ୧୯୬୨ ଓ ୧୯୬୭ରେ ପୁଣି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ । ଡଃ ସମ୍ପୂର୍ଣ୍ଣା ନନ୍ଦ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ, ତାଙ୍କ ସରକାରରେ ଚରଣ ସିଂ ୧୯୫୨ରେ ରାଜସ୍ବ ଓ କୃଷି ବିଭାଗର ଦାୟିତ୍ବ ସମ୍ଭାଳିଥିଲେ । ୧୯୬୦ରେ ଚନ୍ଦ୍ରଭାନୁ ଗୁପ୍ତାଙ୍କ ସରକାରରେ ତାଙ୍କୁ ଗୃହ ଓ କୃଷି ବିଭାଗର ଦାୟିତ୍ବ ମିଳିଥିଲା । ଚୌଧୁରୀ ଚରଣ ସିଂଙ୍କ ଏହାପରେ ୨ଥର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ପ୍ରଥମ କାର୍ଯ୍ୟକାଳ ୩ ଏପ୍ରିଲ ୧୯୬୭ରୁ ୨୫ ଫେବୃଆରୀ ୧୯୬୮, ଦ୍ବିତୀୟ କାର୍ଯ୍ୟକାଳ ଫେବୃଆରୀ ୧୮ ୧୯୭୦ରୁ ଅକ୍ଟୋବର ୧ ୧୯୭୦ ଓ ତୃତୀୟ କାର୍ଯ୍ୟକାଳ ୨୮ ଜୁଲାଇ ୧୯୭୯ରୁ ୧୪ ଜାନୁଆରୀ ୧୯୮୦ ପର୍ଯ୍ୟନ୍ତ ଥିଲା । ଏହାପରେ ସେ ୧୯୭୯ ଜୁଲାଇ ୨୮ରୁ ୧୯୮୦ ଜାନୁଆରୀ ୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ । ସେ ମାତ୍ର ୫ମାସ ଲାଗି ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ ।

ଏହା ବି ପଢନ୍ତୁ- 'ଭାରତ ରତ୍ନ' ଆଡଭାନୀ; ସଂଘର୍ଷରୁ ସଫଳତା ପୁଣି ବିବାଦ ଯାଏଁ, ଜାଣନ୍ତୁ ଆଡଭାନୀଙ୍କ ଜୀବନୀ

ଏହା ବି ପଢନ୍ତୁ- ଆଉ 3 ଜଣଙ୍କୁ 'ଭାରତ ରତ୍ନ': ନରସିଂହରାଓ, ଚରଣ ସିଂହ ଏବଂ ସ୍ବାମୀନାଥନ

ଚାଲି ଚାଲି ଯାଉଥିଲେ ବିଧାନସଭା:- ଯେତେବେଳେ ଚରଣ ସିଂ ଉତ୍ତରପ୍ରଦେଶର ବିଧାୟକ ଥିଲେ, ସେତେବେଳେ ସେ ଚାଲି ଚାଲି ବିଧାନସଭା ଯାଉଥିଲେ । ଏହା ଦେଖି ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ତିଲକ ଶର୍ମାଙ୍କୁ କଷ୍ଟ ହୋଇଥିଲା । ଏହାପରେ ସେ ପ୍ରତିଦିନ ବାହାନା କରି ଯେକୌଣସି ଅଫିସରଙ୍କୁ ତାଙ୍କ ବାସଭବନକୁ ପଠାଉଥିଲେ ଏବଂ ବିଧାନସଭା ଆଡ଼କୁ ଯାଉଥିବା କହି ଚରଣ ସିଂଙ୍କୁ ନେଇଯାଉଥିଲେ । ହେଲେ ଲଗାତାର ଏପରି ସ୍ଥିତି ଜାରି ରହିବା ପରେ ଚରଣ ସିଂ ସବୁ କିଛି ବୁଝିପାରିଥିଲେ । ଏହାପରେ ସେ ପୁଣି ଚାଲି ଚାଲି ବିଧାନସଭା ଯିବା ଆରମ୍ଭ କରିଥିଲେ ।

ନିଜ ବ୍ୟକ୍ତିଗତ ଅର୍ଥରୁ ଭରୁଥିଲେ ପେଟ୍ରୋଲ:- ଚରଣ ସିଂ ଯେତେବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ନିଜ ଗାଡ଼ିରେ ପେଟ୍ରୋଲ କିମ୍ବା ଟେଲିଫୋନ ଶୁଳ୍କ ଲାଗି ସରକାରୀ ଅର୍ଥର ବ୍ୟୟ କରୁନଥିଲେ । ବରଂ ନିଜ ପକେଟରୁ ଏଥିଲାଗି ଟଙ୍କା ଖର୍ଚ୍ଚ କରୁଥିଲେ । ସେ ବ୍ୟକ୍ତିଗତ ଆବଶ୍ୟକ ଲାଗି ସରକାରୀ ଅର୍ଥ ବ୍ୟୟ କରିବା ଲାଗି ଆଦୌ ପସନ୍ଦ କରୁନଥିଲେ ।

ମୃତ୍ୟୁ ବେଳେ ଆକାଉଣ୍ଟରେ ଥିଲା ମାତ୍ର ୪୭୦ ଟଙ୍କା:- ଚରଣ ସିଂ ୨ଥର ମୁଖ୍ୟମନ୍ତ୍ରୀ ଓ ଥରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ସୁଦ୍ଧା ବେଶ ସରଳ ଜୀବନ ଯାପନ କରୁଥିଲେ । ସେ ଅଯଥାରେ ସରକାରୀ ଅର୍ଥର ବ୍ୟୟ କରୁନଥିଲେ । ଲମ୍ବା ସମୟ ଧରି ରାଜନୀତିରେ ଥିଲେ ସୁଦ୍ଧା ସେ ନିଜ ପାଇଁ କୌଣସି ସମ୍ପତ୍ତି ଠୁଳ କରିନଥିଲେ । ଏହି ଦିବଙ୍ଗତ ନେତାଙ୍କ ବିୟୋଗ ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ଥିବା ୪୭୦ ଟଙ୍କାରୁ ଜଣାପଡ଼େ ସେ କେତେ ମହାନ ଥିଲେ । ସେ ନିଜର ଜୀବନକୁ କେବଳ ଜନସେବାରେ ସମର୍ପି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.