ETV Bharat / bharat

'ଭାରତ ରତ୍ନ' ଆଡଭାନୀ; ସଂଘର୍ଷରୁ ସଫଳତା ପୁଣି ବିବାଦ ଯାଏଁ, ଜାଣନ୍ତୁ ଆଡଭାନୀଙ୍କ ଜୀବନୀ - ଲାଲକୃଷ୍ଣ ଆଡଭାନୀ

All About 'Bharat Ratna' LK Advani: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ 'ଭାରତ ରତ୍ନ' ସମ୍ମାନରେ ସମ୍ମାନିତ କରାଯିବ । ତେବେ ବର୍ତ୍ତମାନର ପାକିସ୍ତାନର କରାଚୀରେ ଜନ୍ମଗ୍ରହଣ କରିଥିବା ଆଡଭାନୀଙ୍କ ଏଯାବତ ଯାତ୍ରା ସମ୍ପର୍କରେ ଆସନ୍ତୁ ବିସ୍ତୃତ ଭାବରେ ଜାଣିବା

Lal Krishna Advani
Lal Krishna Advani
author img

By ETV Bharat Odisha Team

Published : Feb 3, 2024, 5:15 PM IST

Updated : Feb 3, 2024, 9:31 PM IST

ହାଇଦ୍ରାବାଦ: ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ 'ଭାରତ ରତ୍ନ'ରେ ସମ୍ମାନିତ ହେବେ ବିଜେପି ଭେଟେରାନ ନେତା ଲାଲକୃଷ୍ଣ ଆଡଭାନୀ । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଘୋଷଣା କରିଛନ୍ତି । ଏହାପୂର୍ବରୁ ୨୦୧୫ରେ ଦେଶର ଦ୍ୱିତୀୟ ନାଗରିକ ସମ୍ମାନ ପଦ୍ମ ବିଭୂଷଣରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା । ଆଡଭାନୀ ଅଟଳ ସରକାର ସମୟରେ ଦେଶର ସପ୍ତମ ଉପପ୍ରଧାନମନ୍ତ୍ରୀ ଭାବେ ଦେଶସେବାରେ ନିୟୋଜିତ ହୋଇଥିଲେ । ଏହାବାଦ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିବା ଆନ୍ଦୋଳନରେ ମଧ୍ୟ ଆଡ଼ଭାନୀଙ୍କ ବଳିଷ୍ଠ ଭୂମିକା ରହିଥିଲା ।

ପାକିସ୍ତାନ କରାଚୀରେ ଜନ୍ମ:- ୧୯୨୭ ମସିହା ନଭେମ୍ବର ୮ ତାରିଖରେ ପାକିସ୍ତାନର କରାଚୀରେ ଜନ୍ମଗ୍ରହଣ କରିଥିଲେ ଲାଲକୃଷ୍ଣ ଆଡଭାନୀ । ସେ ଏକ ହିନ୍ଦୁ ସିନ୍ଧି ପରିବାରରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ କିଶନଚନ୍ଦ ଆଡ଼ଭାନୀ ଓ ମାଆଙ୍କ ନାମ ଜ୍ଞାନୀ ଦେବୀ । ଆଡଭାନୀଙ୍କ ପିତା ପେଶାରେ ଜଣେ ଉଦ୍ୟୋଗୀ ଥିଲେ । ଲାଲକୃଷ୍ଣ ନିଜର ପ୍ରାଥମିକ ଶିକ୍ଷା କରାଚୀ ସ୍ଥିତ ସେଣ୍ଟ ପାଟ୍ରିକ୍ସ ହାଇସ୍କୁଲରୁ ଆରମ୍ଭ କରିଥିଲେ । ଏହାପରେ ପରବର୍ତ୍ତୀ ଶିକ୍ଷା ଗ୍ରହଣ ହାଇଦ୍ରାବାଦରେ କରିଥିଲେ ।

ଦେଶ ବିଭାଜନ ସମୟରେ ଆସିଥିଲେ ମୁମ୍ବାଇ:- ୧୯୪୭ ମସିହାରେ ଦେଶ ସ୍ୱାଧୀନତା ପାଇବାର କିଛି ଘଣ୍ଟା ପରେ ଆଡ଼ଭାନୀଙ୍କ ପରିବାର ପାକିସ୍ତାନ ଛାଡ଼ି ଭାରତ ଅଭିମୁଖେ ବାହାରିଥିଲେ । ଏହାପରେ ସେ ମୁମ୍ବାଇରେ ରହିବାକୁ ଲାଗିଲେ । ଏଠାରେ ଲ' କଲେଜ ଅଫ ଦ ବମ୍ବେ ୟୁନିଭର୍ସିଟିରେ ଆଇନ ଶିକ୍ଷା ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଜୀବନ ଯାତ୍ରାରେ ଆଗକୁ ବଢି ସେ ବିବାହ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ କମଳା ଆଡଭାନୀ, ପୁଅ ଜୟନ୍ତ ଆଡଭାନୀ ଓ ଝିଅଙ୍କ ନାମ ପ୍ରତିଭା ଆଡଭାନୀ ।

ଏହା ବି ପଢନ୍ତୁ- ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ

ଲମ୍ବା ସମୟ ଧରି ରହିଥିଲେ ବିଜେପିର ଅଧ୍ୟକ୍ଷ:- ଆଡଭାନୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ଜରିଆରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଅନେକ ବର୍ଷ ଧରି ସେ ରାଜସ୍ଥାନ ଆରଏସଏସ ପ୍ରଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ଭାରତୀୟ ଜନତା ପାର୍ଟିର ମୂଳଦୁଆ ପକାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସାମିଲ ଆଡଭାନୀ । ୧୯୮୦ରୁ ୧୯୯୦ ମଧ୍ୟରେ ଆଡଭାନୀ ବିଜେପିକୁ ଏକ ଜାତୀୟ ସ୍ତରର ଦଳରେ ପରିଣତ କରିବା ଲାଗି ପ୍ରୟାସ ଆରମ୍ଭ କରିଥିଲେ । ଆଡଭାନୀ ତିନି ଥର (୧୯୮୬-୧୯୯୦, ୧୯୯୩-୧୯୯୮, ୨୦୦୪-୨୦୦୫) ବିଜେପିର ଅଧ୍ୟକ୍ଷ ରହିଥିଲେ । ୧୯୮୪ ମସିହାରେ ୨ଟି ଆସନ ହାତେଇଥିବା ପାର୍ଟିକୁ ପରବର୍ତ୍ତୀ ଲୋକସଭା ନିର୍ବାଚନରେ ମିଳିଥିଲା ୮୬ଟି ଆସନ । ଏହାପରେ ୧୯୯୨ରେ ୧୨୧ ଆସନ, ୧୯୯୬ରେ ୧୬୧ ଆସନ ହାତେଇଥିଲା ବିଜେପି । ସ୍ୱାଧୀନତା ପରେ ପ୍ରଥମ ଥର ଲାଗି କଂଗ୍ରେସ ଶାସନ କ୍ଷମତାରୁ ବାହାରେ ଥିଲା ଓ ବିଜେପି ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଏକ ଜାତୀୟ ଦଳ ଭାବେ ଦେଶସେବାରେ ନିୟୋଜିତ ହୋଇଥିଲା ।

ଅଟଳ ସରକାରରେ ଉପ-ମୁଖ୍ୟମନ୍ତ୍ରୀ:- ୧୯୯୮ରୁ ୨୦୦୪ ମଧ୍ୟରେ ବିଜେପି ନେତତ୍ୱାଧୀନ NDA ସରକାରରେ ଗୃହମନ୍ତ୍ରୀ ରହିଛନ୍ତି । ସେହିପରି ୨୦୦୨ରୁ ୨୦୦୪ ମଧ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଭାରତର ସପ୍ତମ ଉପ-ପ୍ରଧାନମନ୍ତ୍ରୀ ପଦର ଦାୟିତ୍ୱ ସମ୍ଭାଳିଛନ୍ତି । ଦଶମ ଓ ଚତୁର୍ଦ୍ଦଶ ଲୋକସଭାରେ ସେ ବିରୋଧୀ ଦଳ ନେତା ଥିଲେ । ରାଜନୀତିରେ ପାଦ ଥାପିବା ପରଠାରୁ ନିରନ୍ତର ଭାବେ ଦେଶସେବାରେ ନିଜକୁ ସମର୍ପିତ କରିବା ପରେ ଶେଷରେ ୨୦୧୫ରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମ ବିଭୂଷଣ'ରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

ରାମ ମନ୍ଦିର ନିର୍ମାଣ ପାଇଁ 'ରାମ ରଥ ଯାତ୍ରା':- ୧୯୮୦ ମସିହା ଆରମ୍ଭରୁ ଦେଶରେ ଜୋର ଧରିଥିଲା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ । ବିଶ୍ୱ ହିନ୍ଦୁ ପରିଷଦ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଆନ୍ଦୋଳନ ଆରମ୍ଭ କରିଥିଲା । ସେହି ସମୟରେ ରାମ ମନ୍ଦିର ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଆଡଭାନୀ । ୧୯୯୦ ସେପ୍ଟେମ୍ବର ୨୫ରେ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ସୋମନାଥରୁ ବାହାରିଥିଲା ରାମ ରଥ ଯାତ୍ରା ।

ଆଡଭାନୀଙ୍କ ସମ୍ପର୍କରେ କିଛି ଖାସ କଥା:-

  • ନଭେମ୍ବର ୮, ୧୯୨୭- ବର୍ତ୍ତମାନର ପାକିସ୍ଥାନ କରାଚୀରେ ଜନ୍ମ
  • ୧୯୩୬ -୧୯୪୨ - କରାଚୀର ସେଣ୍ଟ ପାଟ୍ରିକ୍ସ ବିଦ୍ୟାଳୟରେ ଅଧ୍ୟୟନ, ମାଟ୍ରିକ ପର୍ଯ୍ୟନ୍ତ କ୍ଲାସରେ ପ୍ରଥମ
  • ୧୯୪୨ - ସେବକ ଭାବରେ RSSରେ ଯୋଗଦାନ
  • ୧୯୪୨ - ଭାରତ ଛାଡିବା ସମୟରେ ହାଇଦ୍ରାବାଦର ଦୟାରାମ ଗିଡୁମାଲ ନ୍ୟାସନାଲ କଲେଜରେ ଯୋଗଦାନ
  • ୧୯୪୪ - କରାଚୀ ସ୍ଥିତ ମଡେଲ ହାଇସ୍କୁଲରେ ଶିକ୍ଷକ ଭାବରେ ଚାକିରି
  • ୧୯୪୭-୧୯୫୧ - କରାଚୀ ଶାଖାରେ ଅଲୱାର, ଭରତପୁର, କୋଟା, ବୁଣ୍ଡି ଏବଂ ଝଲାୱରରେ ଆରଏସଏସ ସଚିବ ଦାୟିତ୍ୱ
  • ୧୯୫୭- ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସାହାଯ୍ୟ କରିବା ପାଇଁ ଦିଲ୍ଲୀକୁ ସ୍ଥାନାନ୍ତର
  • ୧୯୬୦-୧୯୬୭ - ସହକାରୀ ସମ୍ପାଦକ ଭାବରେ ଜନସଂଘର ଏକ ରାଜନୈତିକ ପତ୍ରିକା ସଂଗଠକ ଭାବରେ ଯୋଗଦାନ
  • ୧୯୬୫ ଫେବୃଆରୀ ୨୫ - କମଳା ଆଡଭାନୀଙ୍କୁ ବିବାହ, ଦୁଇଟି ସନ୍ତାନର ପିତା ହେବାର ସୌଭାଗ୍ୟ
  • ଏପ୍ରିଲ ୧୯୭୦ - ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ
  • ଡିସେମ୍ବର ୧୯୭୨ - ଭାରତୀୟ ଜନ ସଂଘର ସଭାପତି ଭାବରେ ନିର୍ବାଚିତ
  • ୧୯୭୫ ଜୁନ ୨୬ - ଜରୁରୀକାଳୀନ ସମୟରେ ଅନ୍ୟ ବିଜେପି ସଦସ୍ୟଙ୍କ ସହ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ କାରାଦଣ୍ଡ
  • ମାର୍ଚ୍ଚ ୧୯୭୭ରୁ ଜୁଲାଇ ୧୯୭୯ - ସୂଚନା ଏବଂ ପ୍ରସାରଣ ପାଇଁ କେନ୍ଦ୍ର ମନ୍ତ୍ରୀ ଭାବରେ କାର୍ଯ୍ୟ
  • ମେ ୧୯୮୬- ଭାରତୀୟ ଜନତା ପାର୍ଟି (ବିଜେପି)ର ସଭାପତି
  • ୧୯୮୦-୮୬ - ବିଜେପିର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ
  • ମାର୍ଚ୍ଚ ୩, ୧୯୮୮ - ପୁନର୍ବାର ବିଜେପିର ଦଳର ସଭାପତି ଭାବରେ ନିର୍ବାଚିତ
  • ୧୯୮୮ - ବିଜେପି ସରକାରରେ ଗୃହମନ୍ତ୍ରୀ ଭାବରେ ଦାୟିତ୍ୱ
  • ୧୯୯୦ - ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ରାମ ରଥ ଯାତ୍ରା ଆରମ୍ଭ
  • ୧୯୯୭- ଭାରତର ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ସ୍ୱର୍ଣ୍ଣ ଜୟନ୍ତୀ ରଥ ଯାତ୍ରା ଆରମ୍ଭ କରିଥିଲେ
  • ଅକ୍ଟୋବର ୧୯୯୯-ମେ ୨୦୦୪ - କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ଗୃହ ବିଭାଗ
  • ଜୁନ ୨୦୦୨-ମେ ୨୦୦୪ - ଭାରତର ସପ୍ତମ ଉପମୁଖ୍ୟମନ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2024, 9:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.