ETV Bharat / bharat

କୃଷକ ସଂଗଠନର ଆଜି ଭାରତ ବନ୍ଦ, ସମର୍ଥନ କଲା କଂଗ୍ରେସ

author img

By ETV Bharat Odisha Team

Published : Feb 16, 2024, 7:46 AM IST

Updated : Feb 16, 2024, 9:17 AM IST

Bharat Bandh: କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦ । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଅଧିକ ପଢନ୍ତୁ

ଭାରତ ବନ୍ଦ
Bharat Bandh

ନୂଆଦିଲ୍ଲୀ: ଆଜି ଚାଷୀଙ୍କର ଭାରତ ବନ୍ଦ ଡାକରା । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଗ୍ୟାରେଣ୍ଟି ଆଇନ ସମେତ ୧୨ ଦଫା ଦାବି ନେଇ ପଞ୍ଜାବ-ହରିୟାଣା ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ବ୍ୟାପକ ରୂପ ନେଇଛି । ଦିଲ୍ଲୀ ଚଲୋ ଅଭିଯାନ ସହିତ ଜଡିତ କୃଷକ ମୋର୍ଚ୍ଚା(ଏସକେଏମ) ପକ୍ଷରୁ ଆଜି ଗ୍ରାମୀଣ ଭାରତ ବନ୍ଦ ନାମରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ କରିଛି ।

କୃଷକ ଏବଂ ଶ୍ରମିକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ଏବଂ ଅନ୍ୟାନ୍ୟ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ନୋଏଡା ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ ବିନା ଅନୁମତିରେ ଏକାଠି ହେବା ଉପରେ କଟକଣା ଲାଗୁ କରାଯାଇଛି । ତେବେ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ଟ୍ରକ ସଂଘ ସମେତ ବିଭିନ୍ନ ସଂଗଠନ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ତେବେ ଏହି ବନ୍ଦର ପ୍ରଭାବ ଆଂଶିକ ରହିବ ବୋଲି ଆଲୋଚନା ହେଉଛି । ଅନେକ ସେବା ବାଧାପ୍ରାପ୍ତ ହେବାକୁ ଥିବାବେଳେ ବ୍ୟାଙ୍କ ଖୋଲା ରହିବା ନେଇ ସୂଚନା ରହିଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର ସୂଚନା ଅନୁସାରେ, ସକାଳୁ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଗ୍ରାମୀଣ କ୍ଷେତ୍ରରେ ପରିବହନ, ଅଫିସ, ଦୋକାନ ବଜାର ଏବଂ ଶିଳ୍ପ କାରଖାନା ବନ୍ଦ ରହିବ । ତେବେ ଆମ୍ବୁଲାନ୍, ପରୀକ୍ଷାର୍ଥୀ, ଔଷଧ ଦୋକାନ, ବିବାହ କାର୍ଯ୍ୟକ୍ରମ ଇତ୍ୟାଦି ଏଥିରେ ପ୍ରଭାବିତ ହେବ ନାହିଁ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ପଞ୍ଜାବରୁ ହଜାର ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ବାହାରିଥିବା ବେଳେ ସେମାନଙ୍କୁ ହରିୟାଣା ପୋଲିସ ଅଟକ ରଖିଛି । ଏହାରି ଭିତରେ ଗତକାଲି(ଗୁରୁବାର) ସନ୍ଧ୍ୟାରେ ତିନି କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଏହା ମଧ୍ୟ ପଢନ୍ତୁ: କୃଷକ ସଂଗଠନ- କେନ୍ଦ୍ର ସରକାର ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ, ଚଣ୍ଡିଗଡରେ 3 କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବୈଠକରେ ସାମିଲ ହୋଇଥିଲେ । ଆସନ୍ତା ରବିବାର ପୁଣି ଥରେ ଆଲୋଚନା କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ ଚାଷୀଙ୍କ ଉପରେ ପାଣିମାଡ କରିବା ସହିତ ଲୁହାବୁହା ବାଷ୍ପ ମଧ୍ୟ ପ୍ରୟୋଗ କରାଯାଇଛି । ପଞ୍ଜାବରୁ ଆସିଥିବା ଚାଷୀଙ୍କୁ ହରିୟାଣାରେ ଅଟକ ରଖାଯାଇଥିବା ବେଳେ ସେମାନଙ୍କୁ ଦିଲ୍ଲୀରେ ପ୍ରବେଶ ନକରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2024, 9:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.