ETV Bharat / bharat

ଅସନା କପଡା ପିନ୍ଧିଥିଲେ ବୋଲି ଚାଷୀଙ୍କୁ ମେଟ୍ରୋରେ ମିଳିଲାନି ଏଣ୍ଟ୍ରି, ଚାକିରିରୁ ବିଦାହେଲେ କର୍ମଚାରୀ

author img

By ETV Bharat Odisha Team

Published : Feb 26, 2024, 10:25 PM IST

Bengaluru Metro staff stopped a farmer: ବେଙ୍ଗାଲୁରୁ ମେଟ୍ରୋରେ ଚାଷୀଙ୍କୁ ଯାତାୟାତ ପାଇଁ ବାରଣ । ଭିଡିଓ ଭାଇରାଲ ପରେ ଚାକିରିରୁ ବିଦା ହେଲେ ସମ୍ପୃକ୍ତ ମେଟ୍ରୋ କର୍ମଚାରୀ । ଅଧିକ ପଢନ୍ତୁ

Bengaluru Metro
Bengaluru Metro

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜ୍ୟବାସୀଙ୍କ ଯାତାୟାତରେ ସୁବିଧା ପାଇଁ ରହିଛି 'ନମ୍ମୋ ମେଟ୍ରୋ' । ସମସ୍ତ ବର୍ଗର ଯାତ୍ରୀ ଏହି ମେଟ୍ରୋ ରେଳରେ ଯାତାୟାତ କରି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚନ୍ତି । ହେଲେ ଜଣେ ଚାଷୀଙ୍କୁ ମେଟ୍ରୋ ଭିତରକୁ ପ୍ରବେଶ ନ କରାଇଦେବା ବେଙ୍ଗାଲୁରୁ ମେଟ୍ରୋ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହାପରେ ତାଙ୍କ ହାତରୁ ଯାଇଛି ଚାକିରି । ମେଟ୍ରୋ କର୍ମଚାରୀଙ୍କ ଦ୍ବାରା ଅପମାନିତ ହେବା ନେଇ ଚାଷୀଙ୍କ ଅଭିଯୋଗ କ୍ରମେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବେଙ୍ଗାଲୁରୁ ମେଟ୍ରୋ କର୍ତ୍ତୃପକ୍ଷ ।

ମିଳିଥିବା ସୂଚନା ଅନୁସାରେ ସୋମବାର ରାଜାଜିନଗର ମେଟ୍ରୋ ଷ୍ଟେସନରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା ।ଚାଷୀ ଜଣକ ମଇଳା ବା ଅପରିଷ୍କାର ପୋଷାକ ପିନ୍ଧିଥିବାରୁ ସମ୍ପୃକ୍ତ ମେଟ୍ରୋ କର୍ମଚାରୀ ତାଙ୍କୁ ଯିବାକୁ ଅନୁମତି ଦେଇନଥିବା ଜଣାପଡ଼ିଛି । ମେଟ୍ରୋ କର୍ମଚାରୀ ଜଣକ ଚାଷୀଙ୍କୁ ମେଟ୍ରୋ ଭିତରକୁ ପ୍ରବେଶ କରାଇ ଦେଉନଥିବାର ଭିଡିଓକୁ ଅନ୍ୟ ଜଣେ ଯାତ୍ରୀ ନିଜ ମୋବାଇଲ ଫୋନରେ କଏଦ କରିନେଇଥିଲେ । ଏହାପରେ ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ସଙ୍ଗେ ସଙ୍ଗେ ନେଟିଜେନ୍ସ ଏହି ଭିଡିଓରେ ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ବେଙ୍ଗାଲୁରୁ ମେଟ୍ରୋ ରେଲ କର୍ପୋରେସନ ଲିମିଟେଡ (BMRCL)କୁ ଟ୍ୟାଗ କରି 'ମେଟ୍ରୋରେ ଯାତ୍ରା କେବଳ କଣ ଭିଆଇପିଙ୍କ ପାଇଁ ' ବୋଲି ପ୍ରଶ୍ନ କରିଥିଲେ ।

ଏହା ବି ପଢନ୍ତୁ- ବେଙ୍ଗାଲୁରୁ ମେଟ୍ରୋରେ ଖାଉଥିଲେ ଗୋବି ମଞ୍ଚୁରିଆନ, 500 ଟଙ୍କା ଫାଇନ୍‌ ଗଣିଲେ ଯାତ୍ରୀ

ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଥିଲେ, "କଣ ଭଲ ପୋଷାକ ପିନ୍ଧିଥିଲେ ଜଣେ ବ୍ୟକ୍ତିକୁ ମେଟ୍ରୋରେ ଯାତାୟାତ କରିବାକୁ ଅନୁମତି ମିଳିବ ? କଣ ଗରିବ ଶ୍ରେଣୀର ବ୍ୟକ୍ତି ମେଟ୍ରୋ ସେବା ପାଇପାରିବେ ନାହିଁ ?" ଅନ୍ୟ ନେଟିଜେନ୍ସ ମଧ୍ୟ ସମ୍ପୃକ୍ତ ମେଟ୍ରୋ କର୍ମଚାରୀଙ୍କ ଉପରେ କ୍ରୋଧିତ ହୋଇଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହାପରେ ବିଏମଆରସିଏଲ ଏକ୍ସ ସାଇଟରେ ଏକ ପୋଷ୍ଟ କରି କହିଛି, " ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏବଂ ଏହା ଆମେ ଅବଗତ ହୋଇଛୁ । ନମ୍ମୋ ମେଟ୍ରୋ ଜନସାଧାରଣଙ୍କ ସେବାରେ ରହିଛି । ରାଜାଜିନଗର ଘଟଣାରେ ତଦନ୍ତ ଚାଲିଛି ଏବଂ ସମ୍ପୃକ୍ତ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଏଭଳି ଅପ୍ରୀତିକର ଘଟଣା ଲାଗି ବିଏମଆରସିଏଲ ଦୁଃଖିତ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.