ETV Bharat / bharat

ବେଙ୍ଗାଲୁରୁ ବିସ୍ଫୋରଣ ମାମଲା: ଜଣକୁ ଅଟକ ରଖିଛି NIA

author img

By ETV Bharat Odisha Team

Published : Mar 13, 2024, 10:48 PM IST

Bengaluru Cafe blast case : ବେଙ୍ଗାଲୁରୁ ବିସ୍ଫୋରଣ ମାମଲାରେ ଜଣକୁ ଏନଆଇଏ ଅଟକ ରଖିଥିବା ସୂଚନା । ଗିରଫଦାରୀ କିମ୍ବା ସନ୍ଦିଗ୍ଧ ସମ୍ପର୍କରେ କିଛି ସ୍ପଷ୍ଟ କରିନି ସଂସ୍ଥା । ଅଧିକ ପଢନ୍ତୁ

ବେଙ୍ଗାଲୁରୁ ବିସ୍ଫୋରଣ ମାମଲା: ଜଣକୁ ଅଟକ ରଖିଛି NIA
ବେଙ୍ଗାଲୁରୁ ବିସ୍ଫୋରଣ ମାମଲା: ଜଣକୁ ଅଟକ ରଖିଛି NIA

ବେଙ୍ଗାଲୁରୁ: ହ୍ବାଇଟଫିଲ୍ଡ ଏରିଆରେ ଥିବା ଏକ କାଫେରେ ହୋଇଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଜଣେ ସନ୍ଦିଗ୍ଧକୁ ଅଟକ ରଖିଥିବା ସୂଚନା ମିଳିଛି । ବଲାରୀ ଏରିଆର ଏହି ସନ୍ଦିଗ୍ଧକୁ ଅଟକ ରଖିଛି ସଂସ୍ଥା । ତାକୁ ଜେରା କରାଯାଉଥିବା ସୂଚନା ମିଳିଛି । ମାତ୍ର ଏହି ମାମଲାରେ ଗିରଫଦାରୀ ସମ୍ପର୍କରେ କୌଣସି ଅନିଶ୍ଚିତ ଖବର ପ୍ରସାରିତ ନକରିବା ପାଇଁ ମଧ୍ୟ ସଂସ୍ଥା ଗଣମାଧ୍ୟମକୁ ପରାମର୍ଶ ଦେଇଛି । ସନ୍ଦିଗ୍ଧକୁ ଗିରଫ କରାଯାଇଥିବା ନେଇ ତଦନ୍ତକାରୀ ସଂସ୍ଥା ପକ୍ଷରୁ କୌଣସି ସ୍ପଷ୍ଟୀକରଣ ସାମ୍ନାକୁ ଆସନି । ଏହି ମାମଲାର ତଦନ୍ତ ଆତଙ୍କବାଦୀ ଲିଙ୍କ ଓ ବ୍ୟାନ ଘୋଷଣା ହୋଇଥିବା ଇସଲାମିକ ସଂଗଠନ ‘ପିଏଫଆଇ’ ର ସମ୍ପୃକ୍ତି ଦୃଷ୍ଟିକୋଣରୁ ମଧ୍ୟ କରାଯାଉଛି ।

ତେବେ ଏହି ମାମଲାର ତଦନ୍ତ ବେଙ୍ଗାଲୁରୁ ପୋଲିସ ସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ କରୁଛି । ବିଭିନ୍ନ ଦିଗରୁଏହାର ତଦନ୍ତ ଜାରି ରହିଥିବା ବେଳେ କୌଣସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଲାରୀର ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଥିବା ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ହେଲେତାହା ଏପର୍ଯ୍ୟନ୍ତ ସଂସ୍ଥ ଦ୍ବାରା ସ୍ପଷ୍ଟ କରାଯାଇ ପାରିନି । ତେଣୁ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଇଟିଭି ଭାରତ ମଧ୍ୟ ନିଶ୍ଚିତ କରୁନାହିଁ ।

ସୂଚନା ଅନୁସାରେ, ମାର୍ଚ୍ଚ 1 ତାରିଖରେ କର୍ଣ୍ଣାଟକ ହ୍ବାଇଟଫିଲ୍ଡର କୁନ୍ଦାଲାହାଲି ନିକଟ ରାମେଶ୍ବରମ ନାମର କାଫେରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ 9ଜଣ ଆହତ ହୋଇଥିବାବେଳେ ସୌଭାଗ୍ୟ ବଶତଃ କେହି ପ୍ରାଣ ହରାଇନଥିଲେ । ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ଘଟଣାର ଅଭିଯୁକ୍ତ କାଫେରେ ଟିଫିନ ଖାଇବା ପରେ ସାଙ୍ଗରେ ଆଣିଥିବା ବ୍ୟାଗ ଛାଡି ପଳାଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଏହି ବ୍ୟାଗରେ ବିସ୍ଫୋରକ ଥିଲା । ଯାହା କିଛି ସମୟ ବ୍ୟବଧାନରେ ବିସ୍ଫୋରଣ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- କର୍ଣ୍ଣାଟକ କାଫେ ବିସ୍ଫୋରଣ ମାମଲା: ଜାରି ହେଲା ଅଭିଯୁକ୍ତର ଫଟୋ, ସୂଚନା ଦେଲେ ମିଳିବ 10 ଲକ୍ଷ

ପୂରା ବିସ୍ଫୋରଣର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ପରେ ସିସିଟିଭିରେ ଅଭିଯୁକ୍ତକୁ ମଧ୍ୟ ଚିହ୍ନଟ କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ତାକୁ ଗିରଫ କରାଯାଇ ପାରିନି । ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସଂସ୍ଥା ଏହି ତଦନ୍ତ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.