ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଛି ଆଶ୍ଚର୍ଯ୍ୟ କଳା ଭଳି ଘଟଣା । ବୁକିଂ କ୍ୟାନସଲ କରିବାରୁ ମହିଳାଙ୍କୁ ଚାପୁଡ଼ା ମାରିଲେ ଅଟୋ ଡ୍ରାଇଭର । ଯାହାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି । ଅନ୍ୟପଟେ ଘଟଣାକୁ ନେଇ ସମ୍ପୃକ୍ତ ଅଟୋ ଡ୍ରାଇଭର ଆର ମୁଥୁରାଜକୁ ପୋଲିସ ଗିରଫ କରିଛି । ଏନେଇ ସୂଚନା ଦେଇଛନ୍ତି ୱେଷ୍ଟ ବେଙ୍ଗାଲୁରୁ ଡିସିପି । ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଡ୍ରାଇଭରଙ୍କ ଚରିତ୍ର, ବ୍ୟବହାର ଆଦି ତର୍ଜମା କରି ଚାକିରି ଦେବାକୁ କମ୍ପାନୀମାନଙ୍କୁ ଅପିଲ କରିଛି ପୋଲିସ ।
କ'ଣ ଥିଲା ପୂରା ଘଟଣା?
ବେଙ୍ଗାଲୁରୁରରେ ଜଣେ ମହିଳା ଅନଲାଇନ ଆପ୍ ଜରିଆରେ ଏକ ଅଟୋ ବୁକ୍ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ତାହାକୁ କ୍ୟାନସଲ କରିଦେଇଥିଲେ । ଏହାପରେ ସେ ଆଉ ଏକ ଅଟୋ ଯୋଗେ ନିଜ ଗନ୍ତବ୍ୟସ୍ଥଳକୁ ବାହାରିଥିଲେ । ହେଲେ ପୂର୍ବରୁ ବୁକ୍ କରିଥିବା ଅଟୋ ଡ୍ରାଇଭର ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ହୋଇ ମହିଳାଙ୍କ ସହ ବଚସା କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।
Yesterday I faced severe harassment and was physically assaulted by your auto driver in Bangalore after a simple ride cancellation. Despite reporting, your customer support has been unresponsive. Immediate action is needed! @Olacabs @ola_supports @BlrCityPolice pic.twitter.com/iTkXFKDMS7
— Niti (@nihihiti) September 4, 2024
ମହିଳାଙ୍କୁ ଚାପୁଡା ମାରିଲେ ଡ୍ରାଇଭର:
ଡ୍ରାଇଭର ଜଣଙ୍କ ମହିଳାଙ୍କୁ ଗାଳି ଗୁଲଜ କରିବା ସହିତ ହାତ ଉଠାଇବାକୁ ମଧ୍ୟ ପଛାଇନାହାନ୍ତି । ଭିଡିଓରେ ଶୁଣିବାକୁ ମିଳିଛି, ସମ୍ପୃକ୍ତ ଯୁବତୀଙ୍କୁ ଅଟୋ ଡ୍ରାଇଭର ପ୍ରଶ୍ନ କରୁଛନ୍ତି ଯେ ଗ୍ୟାସ କ'ଣ ତୁମ ବାପା ଭରୁଛନ୍ତି? କ୍ୟାନସଲ କ'ଣ ପାଇଁ କଲ?" ଉତ୍ତରରେ ଯୁବତୀ ଜଣଙ୍କ କହିଛନ୍ତି ଯେ, ଆପଣ କ'ଣ ଆମମାନଙ୍କ ରାଇଡ୍ କ୍ୟାନସଲ କରୁନାହାନ୍ତି କି? ଆମେ କଲୁ ତ କ'ଣ ହେଲା? ଏପରି ଦୁର୍ବ୍ୟବହାର କରନ୍ତୁ ନାହିଁ । ନଚେତ ମୁଁ ପୋଲିସର ଦ୍ବାରସ୍ଥ ହେବି ।"
The Auto Driver has been apprehended by Magadi Road Police.Action is being initiated for the offence committed as per law @BlrCityPolice @CPBlr https://t.co/5WNy04bEf3 pic.twitter.com/JQ30d1heWj
— DCP West Bengaluru (@DCPWestBCP) September 5, 2024
ଡ୍ରାଇଭର ଗିରଫ:
ଏହି ବଚସା ସମୟର ଭିଡିଓ ଯୁବତୀ ଜଣଙ୍କ ନିଜ ମୋବାଇଲରେ ରେକର୍ଡ କରିଥିବା ଅନୁମାନ କରାଯାଉଛି । ଯାହାକି ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହୋଇଛି । ଆଉ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେଙ୍ଗାଲୁରୁ ପୋଲିସ । ଅଭିଯୁକ୍ତ ଡ୍ରାଇଭର ଆର ମୁଥୁରାଜକୁ ଗିରଫ କରିଛି ପୋଲିସ । ଏହାସହ ମହିଳାଙ୍କ ସୁରକ୍ଷାକୁ ନଜରରେ ରଖି ଡ୍ରାଇଭରଙ୍କ ଚରିତ୍ର, ବ୍ୟବହାର ଆଦି ତର୍ଜମା କରି ଚାକିରି ଦେବାକୁ କମ୍ପାନୀମାନଙ୍କୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି ।