ETV Bharat / bharat

ବ୍ୟାଙ୍କ ଲୁଟିନେଲେ ବ୍ୟାଙ୍କ ମ୍ୟାନେଜର, ୧୭ କୋଟି ଟଙ୍କାର ସୁନା ନେଇ ଛୁ ! - BANK MANAGER ABSCONDS GOLD - BANK MANAGER ABSCONDS GOLD

Bank Manager Absconds Gold Ornaments: ସୁରକ୍ଷା ପାଇଁ ସୁନା ଗହଣା ବ୍ୟାଙ୍କରେ ରଖିଥାନ୍ତି ଗ୍ରାହକ । ହେଲେ ରକ୍ଷକ ଯେବେ ଭକ୍ଷକ ସାଜେ, ସେସବୁ ସୁରକ୍ଷିତ ରହିବ କେମିତି ? କେରଳରୁ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ଖବର । ତାମିଲନାଡୁରୁ ଆସି କେରଳର ଏକ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥିବା ଜୟକୁମାର ୧୭ କୋଟି ଟଙ୍କାର ସୁନାଗହଣା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ଆସିଛି । ପଢନ୍ତୁ ପୂରା ଖବର ।

Bank Manager Absconds Gold
Bank Manager Absconds Gold (ETV Bharat Tamilnadu)
author img

By ETV Bharat Odisha Team

Published : Aug 18, 2024, 8:18 PM IST

ଥିରୁଅନନ୍ତପୁରମ: ସରକାରୀ ବ୍ୟାଙ୍କରୁ ୧୭ କୋଟି ନେଇ ବ୍ୟାଙ୍କ ମ୍ୟାନେଜର ଛୁ । କେରଳରୁ ଆସିଛି ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଏକ ବ୍ରାଞ୍ଚରେ ଜମା ଥିବା ୧୭ କୋଟି ଟଙ୍କାର ସୁନାଗହଣା ନେଇ ମ୍ୟାନେଜର ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ମ୍ୟାନେଜରଙ୍କୁ ଖୋଜିବାକୁ ତନାଘନା କରୁଛି ପୋଲିସ ।

ସୁନା ନେଇ ମ୍ୟାନେଜର ଗାଏବ:

କେରଳର ୱଡକରା ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ଏଭଳି ହାଇପ୍ରୋଫାଇଲ ଠକେଇ ଘଟଣା ସାମନାକୁ ଆସିଛି । ସେଠାରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ କାମ କରୁଥିବା ମ୍ୟାନେଜରଙ୍କ ନାଁରେ ରହିଛି ଲୁଟ୍ ଅଭିଯୋଗ । ଯିଏକି ବ୍ୟାଙ୍କରେ ଜମାଥିବା ପାଖାପାଖି ୧୭କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ନେଇ ଫେରାର ହୋଇଯାଇଛନ୍ତି । ତେବେ ଅଭିଯୁକ୍ତ ମ୍ୟାନେଜର ତାମିଲନାଡୁ ମେଟ୍ଟୁପାଲାୟମର ହୋଇଥିବା ସୂଚନା ମିଳିଛି । ମେଟ୍ଟୁପାଲାୟମର ପାଥୀ ଷ୍ଟ୍ରିଟର ମାଧ ଜୟକୁମାରଙ୍କ ନାଁରେ ଆସିଛି ବ୍ୟାଙ୍କ ଲୁଟର ସାଙ୍ଘାତିକ ଅଭିଯୋଗ । ଜୟକୁମାରଙ୍କ ବୟସ ୩୪ ବର୍ଷ ହୋଇଥିବା ଜଣାପଡ଼ିଛି ।

୨୬ କିଲୋ ସୁନା ନେଇ ମ୍ୟାନେଜର ଫେରାର:

ଜୟକୁମାର ତାମିଲନାଡୁର ବାସିନ୍ଦା ହୋଇଥିବାବେଳେ ସେ କେରଳ ସ୍ଥିତ ୱଡକରା ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ କାର୍ଯ୍ୟରତ ଥିଲେ । ହେଲେ ହଠାତ୍ ୨୬ କିଲୋଗ୍ରାମ ଓଜନର ସୁନା ନେଇ ସେ ଫେରାର ହୋଇଯାଇଥିବା ଅଭିଯୋଗ ଆସିଛି ।

ଗ୍ରାହକଙ୍କ ଅସଲ ସୁନା ବଦଳି ନକଲି ହୋଇଛି:

ଖାଲି ସେତିକି ନୁହେଁ, ଖୋଳତାଡ଼ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ବ୍ୟାଙ୍କ ଲକରରେ ଗ୍ରାହକ ରଖିଥିବା ନକଲି ସୁନା ବଦଳା ଯାଇଛି । ଏହା ବଦଳରେ ନକଲି ଗହଣା ରଖାଯାଇଛି । ଗତ ୩ ବର୍ଷ ଧରି ଏଭଳି ଅନିୟମିତତା ଚାଲିଆସୁଥିବାବେଳେ ଏହାର ଖୁଲାସା କରିଛନ୍ତି ସେହି ବ୍ରାଞ୍ଚର ନୂଆ ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିବା ଭି ଇରଶାଦ । ଗତ ୧୩ଜୁନରୁ ୬ ଜୁଲାଇ ଭିତରେ ଏନେଇ ଗ୍ରାହକମାନେ ଅଭିଯୋଗ ଆଣିଥିଲେ । ଏହା ଜାଣିବା ପରେ ସେ ତୁରନ୍ତ ୱଡକରା ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଥିଲେ । "ଅଭିଯୋଗ ଆଧାରରେ ପୋଲିସ ଜୟକୁମାରଙ୍କୁ ଖୋଜିବାକୁ ପୋଲିସ ଖୋଳତାଡ ଆରମ୍ଭ କରିଛି" ବୋଲି ସୂଚନା ଦେଇଛନ୍ତି ଥାନାଅଧିକାରୀ ସୁନିଲ କୁମାର ।

ଜୟକୁମାରଙ୍କ ବଦଳି ହୋଇଥିଲା:

ସୂଚନା ଅନୁସାରେ, ଜୟକୁମାରଙ୍କୁ ଜୁଲାଇରେ ଏର୍ଣ୍ଣାକୁଲମର ପଲାରିୱଟ୍ଟମ ଶାଖାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେ ଏହି ନୂଆ ଦାୟିତ୍ବ ସମ୍ଭାଳିବାରେ ବିଫଳ ରହିଥିଲେ ।

ଏହା ବି ପଢନ୍ତୁ...ବନ୍ଧୁକ ମୁନରେ କୋଟିଏ ଟଙ୍କାର ଅଳଙ୍କାର ଲୁଟ୍; ଟେକିନେଲେ ସିସିଟିଭି ହାର୍ଡଡିସ୍କ - Loot in Ganjam

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.