ETV Bharat / bharat

ରାମଦେବଙ୍କ ମହମ ମୂର୍ତ୍ତି: ନୂଆଦିଲ୍ଲୀରେ ଉନ୍ମୋଚିତ, ନ୍ୟୁୟର୍କ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ପାଇବ ସ୍ଥାନ

author img

By ETV Bharat Odisha Team

Published : Jan 30, 2024, 2:59 PM IST

Baba Ramdev Wax Statue: ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ଖୁବ୍ ଶୀଘ୍ର ନ୍ୟୁୟର୍କର ମ୍ୟାଡାମ୍ ତୁଷାଦ ମ୍ୟୁଜିୟମରେ ସ୍ଥାପିତ ହେବ । ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ରାମଦେବ ପ୍ରଥମ ଭାରତୀୟ ସନ୍ନ୍ୟାସୀ ଭାବେ ଏଥିରେ ସ୍ଥାନ ପାଇବାକୁ ଯାଉଛନ୍ତି। ଅଧିକ ପଢ଼ନ୍ତୁ,

ନ୍ୟୁୟର୍କ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ରାମଦେବଙ୍କ ପ୍ରତିମୂର୍ତ୍ତି, ପ୍ରଥମ ଭାରତୀୟ ସନ୍ୟାସୀ ଭାବେ ପାଇଲେ ସ୍ଥାନ

ମହମରେ ରାମଦେବଙ୍କ ପ୍ରତିମୂର୍ତ୍ତି, ନ୍ୟୁୟର୍କ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ହେବ ସ୍ଥାପନ

ନୂଆଦିଲ୍ଲୀ: ସ୍ବାମୀ ରାମଦେବ ଯୋଗ ଗୁରୁ ଭାବେ ସାରା ବିଶ୍ବରେ ପରିଚିତ । ତାଙ୍କର ଯୋଗକୁ ସାରା ବିଶ୍ବବାସୀ ଆପଣାଇଛନ୍ତି । ଏହିପରି ସେ ବିଶ୍ବରେ ଅନେକ ଖ୍ୟାତି ଅର୍ଜନ କରିଥିବା ବେଳେ ବର୍ତ୍ତମାନ ବାବା ରାମଦେବ ଏକ ଉପାଧି ହାସଲ କରିଛନ୍ତି । ନ୍ୟୁୟର୍କର ମ୍ୟାଡାମ୍ ତୁଷାଦ ମ୍ୟୁଜିୟମରେ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାପିନ କରାଯିବ । ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଦିଲ୍ଲୀର ଏକ ହୋଟେଲରେ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଛି । ତେବେ ସ୍ବାମୀ ରାମଦେବ ପ୍ରଥମ ଭାରତୀୟ ସନ୍ୟାସୀ ଭାବେ ଏଥିରେ ସ୍ଥାନ ପାଇଛନ୍ତି ।

ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ନ୍ୟୁୟର୍କର ମ୍ୟାଡାମ୍ ତୁଷାଦ ମ୍ୟୁଜିୟମରେ ବୃକ୍ଷାସନ ପୋଜରେ ଦେଖିବାକୁ ମିଳିବ । ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜେ ବାବା ରାମଦେବ ଉପସ୍ଥିତ ରହି ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହି ସମାରୋହ ପରେ ନ୍ୟୁୟର୍କକୁ ପଠାଯିବ ବୋଲି ସୂଚନା ମିଳିଛି । ପତଞ୍ଜଳି ଯୋଗପୀଠର କେନ୍ଦ୍ରୀୟ ମୁଖପାତ୍ର ଏସ.କେ ତିଜାରାୱାଲାଙ୍କ ଅନୁଯାୟୀ ଭାରତୀୟ ସଂସ୍କୃତି ସନ୍ୟାସ ଏବଂ ସନାତନ ଯୋଗ ପରମ୍ପରାର ବିଶ୍ବ ପ୍ରତିଷ୍ଠା ପାଇଁ ଏହା ଏକ ଐତିହାସିକ ଘଟଣା । ବାବା ରାମଦେବ ହେଉଛନ୍ତି ପ୍ରଥମ ସନ୍ୟାସୀ, ଯାହାଙ୍କ ନ୍ୟୁୟର୍କରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ।

ଏହି ସମୟରେ, ବାବା ରାମଦେବ ମଧ୍ୟ ପ୍ରତିମୂର୍ତ୍ତି ଭଳି ପୋଜ ଦେଇଥିଲେ ଏବଂ ବାବା ରାମଦେବ ଖୁସିବ୍ୟକ୍ତ କରି କହିଛନ୍ତି ଯେ ବିଶ୍ବର ଲୋକମାନେ କିଛି ଶିଥିବା ନେଇ ଏହିପରି ରୋଲ ମଡେଲଙ୍କ ପ୍ରତିମୂର୍ତ୍ତି ଏଠାରେ ସ୍ଥାପନ କରାଯାଉଛି । ସେ ଆହୁରି କହିଛନ୍ତି ଯେ ପ୍ରତିମୂର୍ତ୍ତି ତିଆରି କରିବା ପୂର୍ବରୁ, ୨୦୧୮ ମସିହାରେ ତୁଷାଦ ନ୍ୟୁୟର୍କର ଟିମ ଦୁଇ ଶହରୁ ଅଧିକ ଥର ମୋର ଶରୀର ମାପ କରିଥିଲେ । ମୋ ଆକୃତି କିମ୍ବା ରଙ୍ଗରେ କିଛି ପରିବର୍ତ୍ତନ ଅଛି କି ନାହିଁ ନିୟମିତ ଯାଞ୍ଚ କରୁଥିଲେ ।

ସେ ଆହୁରି କହିଛନ୍ତି, ଲୋକଙ୍କୁ ପ୍ରେରଣା ଦେବା ପାଇଁ ଏସବୁ କରାଯାଉଛି । ଆମେ କହୁଛୁ ଚରିତ୍ରରୁ ପ୍ରେରଣା ନିଅ ଏବଂ ଚରିତ୍ରକୁ ପୂଜା କର ନାହିଁ । ବିଶ୍ବର ବୃହତ୍ତମ ମହମ ସଂଗ୍ରହାଳୟର ଆକର୍ଷଣରେ ତାଙ୍କୁ ଅନ୍ତର୍ଭୁକ୍ତ କରି ଜଣେ ଭିକ୍ଷୁଙ୍କୁ ସମ୍ମାନ ଓ ସମ୍ମାନ ପ୍ରଦାନ କରାଯାଇଛି । ଏହା ଏକ ସଙ୍କେତ ଯେ ଆଗାମୀ ଶତାବ୍ଦୀ ଭାରତର ଅଟେ । ଯୋଗ ଗୁରୁଙ୍କ ପ୍ରତିମୂର୍ତ୍ତିର ଉଦ୍‌ଘାଟନୀ ସମାରୋହରେ ପତଞ୍ଜଳି ଯୋଗପୀଠର ସହ-ପ୍ରତିଷ୍ଠାତା ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ପତଞ୍ଜଳି ଯୋଗପୀଠ (ୟୁକେ) ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ସୁନୀତା ପୋଦ୍ଦାର ମଧ୍ୟ ଉପସ୍ଥିତ ଥିଲେ ।

ରିପୋର୍ଟ ଅନୁଯାୟୀ, ମହମ ପ୍ରତିମୂର୍ତ୍ତି ତିଆରି କରିବାକୁ ପ୍ରାୟ ୬ ରୁ ୮ ମାସ ସମୟ ଲାଗିଥାଏ । ଏଥିରେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ମାପିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନ୍ତର୍ଭୁକ୍ତ । ଏକ ମହମ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ଅତି କମରେ 1.5 ରୁ 2 କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ୧୮୩୫ ମସିହାରେ ମ୍ୟାଡାମ୍ ତୁଷାଦ ମ୍ୟୁଜିୟମ ପ୍ରତିଷ୍ଠା କରାଯାଇଥିଲା । ମ୍ୟାଡାମ୍ ତୁଷାଦ ସଂଗ୍ରହାଳୟ ହେଉଛି ମହମ ପ୍ରତିମୂର୍ତ୍ତିର ଏକ ବିଶ୍ବ ପ୍ରସିଦ୍ଧ ସଂଗ୍ରହାଳୟ । ଏହି ସଂଗ୍ରହାଳୟରେ ବିଶ୍ବର ବିଭିନ୍ନ ସ୍ଥାନରୁ ବଡ ବ୍ୟକ୍ତିତ୍ବଙ୍କର ପ୍ରତିମୂର୍ତ୍ତି ରହିଛି ।

ଏହା ମଧ୍ୟ ପଢନ୍ତୁ: ଲଣ୍ଡନର ମ୍ୟାଡମ ତୁଷାଦରେ ଦେଶୀ ଗାର୍ଲ

କହିରଖୁଛୁ କି, ଏହାପୂର୍ବରୁ ଲଣ୍ଡନର ଏହି ସଂଗ୍ରହାଳୟରେ ଏହି ସଂଗ୍ରହାଳୟରେ ଭାରତର ୧୨ ଜଣ ସେଲିବ୍ରିଟିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ମହାତ୍ମା ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ବଲିଉଡ ଅଭିନେତା ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ସମେତ ପ୍ରାୟ 12 ଜଣ ସେଲିବ୍ରିଟିଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଛି। ବର୍ତ୍ତମାନ ବାବା ରାମଦେବ ମଧ୍ୟ ଏହି ସେଲିବ୍ରିଟିମାନଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.