ETV Bharat / bharat

କାଶ୍ମୀରରେ ହିମସ୍ଖଳନ: ଜଣେ ବିଦେଶୀ ପର୍ଯ୍ୟଟକ ମୃତ, ଅନ୍ୟ ଜଣେ ନିଖୋଜ - Avalanche news

Avalanche hits Gulmarg of kashmir: କାଶ୍ମୀରରେ ହିମସ୍ଖଳନରେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ । 5 ଉଦ୍ଧାର, ଜଣେ ଏବେବି ନିଖୋଜ । ଉଦ୍ଧାର ଅପରେସନ ଜାରି । ଅଧିକ ପଢନ୍ତୁ

କାଶ୍ମୀରରେ ହିମସ୍ଖଳନ: ଜଣେ ବିଦେଶୀ ପର୍ଯ୍ୟଟକ ମୃତ୍ୟୁ, 4 ଏବେବି ନିଖୋଜ

author img

By ETV Bharat Odisha Team

Published : Feb 22, 2024, 5:32 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ଗୁଲମର୍ଗରେ ହିମସ୍ଖଳନରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଅନ୍ୟଜଣେ ବିଦେଶୀ ନାଗରିକ ଏବେବି ନିଖୋଜ ରହିଛନ୍ତି । ଜମ୍ମୁ କାଶ୍ମୀରର ବାରମୁଲ୍ଲା ଜିଲ୍ଲା ସ୍ଥିତ ଗୁଲମାର୍ଗରେ ବିଦେଶୀ ପର୍ଯ୍ୟଟକମାନେ ସ୍କାଇଂ କରୁଥିଲେ । ସେହି ସମୟରେ ହିମସ୍ଖଳନ ହୋଇଥିଲା । ପ୍ରାୟ 7 ଜଣ ବିଦେଶୀ ପର୍ଯ୍ୟଟକ ନିଖୋଜ ହୋଇଯାଇଥିଲେ । କିଛି ଘଣ୍ଟାର ଉଦ୍ଧାର ଅପରେସନ ପରେ 5 ଜଣଙ୍କୁ ଉଦ୍ଧାର କରିବାରେ ସଫଳ ମିଳିଥିଲା । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣେ ଋଷୀୟ ନାଗରିକ ଭାବେ ଚିହ୍ନଟ ହୋଇଛନ୍ତି । ଏବେ ମଧ୍ୟ ଅନ୍ୟ ଜଣେ ନିଖୋଜ ରହିଛନ୍ତି । ହିମସ୍ଖଳନର ଶିକାର ହୋଇଥିବା ସମସ୍ତ 7 ପର୍ଯ୍ୟଟକ ଋଷର ନାଗରିକ ହୋଇଥିବା ବେସରକାରୀ ସୂତ୍ରରୁ ସୂଚନା ମିଳିଛି ।

ସ୍ଥାନୀୟ ସେନା କ୍ୟାମ୍ପ ନିକଟବର୍ତ୍ତୀ ଏରିଆରେ ଏହି ଖେଳ ଆୟୋଜନ କରାଯାଉଥିଲା । ଭୂସ୍ଖଳନ ସୂଚନା ମିଳିବା ପରେ ସ୍ଥଳସେନାର ୟୁନିଟ ଓ ବାରମୁଲ୍ଲା ପୋଲିସ ଟିମ୍‌ ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । ଅପରେସନରେ ହେଲିକପ୍ଟର ନିୟୋଜିତ କରାଯାଇଛି । ବରଫ ଅତଡା ତଳେ ଫସି ରହିଥିବା 5ଜଣଙ୍କୁ ଉଦ୍ଧାର କରିବାରେ ଉଦ୍ଧାରକାରୀ ଟିମ ସଫଳ ହୋଇଥିଲା । ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ଓ ସେମାନେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ୟୁପି ପରେ ଦିଲ୍ଲୀ; ଆପ୍-କଂଗ୍ରେସ ମଧ୍ୟରେ ଛିଣ୍ଡିଲା ସିଟ୍ ଭାଗବଣ୍ଟା !

ଏବେବି ଅନ୍ୟ ଜଣେ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ପ୍ରବଳ ତୁଷାରପାତ କାରଣରୁ ଲୋ-ଭିଜିବିଲିଟି ସମସ୍ୟା ସୃଷ୍ଟି ହୋଇଛି । ହେଲିକପ୍ଟର ଉଡାଣରେ ମଧ୍ୟ ସମସ୍ୟା ଦେଖାଯାଇଛି । ତଥାପି ଅପରେସନ ଜାରି ରହିଛି । ସଂଧ୍ୟା ସୁଦ୍ଧା ଏହି ନିଖୋଜଙ୍କୁ ଉଦ୍ଧାର କରିବାକୁ ରେସ୍କ୍ୟୁ ଟିମ ଲକ୍ଷ୍ୟ ରଖିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଏକାଧିକ ଥର ଏହି ସ୍ଥାନରେ ଭୂସ୍ଖଳନ ହୋଇଛି । ମାତ୍ରାଧିକ ବରଫ ପଡିବା ପରେ ଏହା ଏକ ହାଲୁକା ଆସ୍ତରଣରେ ପରିଣତ ହୋଇଥାଏ । ପର୍ଯ୍ୟଟକମାନେ ଏହା ଉପରେ ସ୍କାଇଂର ମଜା ନିଅନ୍ତି । ହେଲେ ବେଳେ ବେଳେ କୌଣସି କାରଣରୁ ବରଫ ଅତଡା ଖସି ହିମସ୍ଖଳନ ହୋଇଥାଏ । ହିମସ୍ଖଳନରେ ଉଦ୍ଧାର ଅପରେସନ ବେଶ ଆହ୍ବାନପୂର୍ଣ୍ଣ ହୋଇଥାଏ । ମୃତାହତଙ୍କୁ ଠାବ କରିବା କିମ୍ବା ଉଦ୍ଧାର କରିବା ପ୍ରକ୍ରିୟା କିଛି ଦିନ ପର୍ଯ୍ୟନ୍ତ ଜାରି ରହିଥିବାର ନଜିର ରହିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.