ETV Bharat / bharat

ଆଜି ୭ ରାଜ୍ୟର ୧୩ ବିଧାନସଭା ସିଟ୍‌ରେ ଉପନିର୍ବାଚନ; ପଶ୍ଚିମବଙ୍ଗରେ ହିଂସାକାଣ୍ଡ - Assembly Bypolls

Assembly Bypolls In Seven States: ଆଜି ୭ଟି ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ହେଉଛି । ଲୋକସଭା ନିର୍ବାଚନ ପରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ଏହା ହେଉଛି ଦ୍ବିତୀୟ ପ୍ରମୁଖ ନିର୍ବାଚନୀ ଲଢେଇ । ପ୍ରାୟ ସବୁ ଆସନରେ ଏନଡିଏକୁ କଡା ଟକ୍କର ଦେଉଛି ଇଣ୍ଡିଆ ମେଣ୍ଟ । ପଢନ୍ତୁ ପୁରା ଖବର

author img

By ETV Bharat Odisha Team

Published : Jul 10, 2024, 9:28 AM IST

Updated : Jul 10, 2024, 1:11 PM IST

ଆଜି ୭ ରାଜ୍ୟର ୧୩ ବିଧାନସଭା ସିଟ୍‌ରେ ଉପନିର୍ବାଚନ; ସକାଳୁ ଭୋଟିଂ ଜାରି
ଆଜି ୭ ରାଜ୍ୟର ୧୩ ବିଧାନସଭା ସିଟ୍‌ରେ ଉପନିର୍ବାଚନ; ସକାଳୁ ଭୋଟିଂ ଜାରି (ETV Bharat Odisha)

ନୂଆଦିଲ୍ଲୀ: ଆଜି ଦେଶର ୭ଟି ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ । ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶର ସମୁଦାୟ ୧୩ ବିଧାନସଭା ଆସନ ପାଇଁ ସକାଳୁ ମତଦାନ ଆରମ୍ଭ ହୋଇଛି । ଏଥିମଧ୍ୟରୁ କିଛି ଆସନ ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନ ପରେ ଖାଲି ହୋଇଯାଇଥିଲା । ଅନେକ ବିଧାୟକ ସଂସଦୀୟ ନିର୍ବାଚନ ଲଢିବାକୁ ବିଧାୟକ ପଦ ଛାଡିଥିଲେ । ଫଳରେ ସେହି ଆସନ ସବୁ ଖାଲି ରହିଥିଲା । ଆଉ କିଛି ଆସନରେ ବିଧାୟକଙ୍କ ନିଧନ ଯୋଗୁଁ ଖାଲି ପଡିଥିଲା । ତେବେ ଏହି ୧୩ ଆସନରୁ ୩ଟି ବିଜେପି ଦଖଲରେ ଥିବାବେଳେ, କଂଗ୍ରେସ ୨, ୩ ନିର୍ଦ୍ଦୀଳୟ ଏବଂ ଆପ୍, ଡିଏମକେ, ଟିଏମସି, ବିଏସପିର ଜଣେ ଲେଖାଏଁ ବିଧାୟକ ରହିଥିଲେ ।

ଏନଡିଏ ବନାମ ଇଣ୍ଡିଆ:

ଆଜି ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ମୋଟ ୧୩ ବିଧାନସଭା ଆସନ ମଧ୍ୟରୁ ପଶ୍ଚିମବଙ୍ଗର ସର୍ବାଧିକ ୪ଟି ଆସନରେ ମତଦାନ ହେଉଛି । ଏହା ପଛକୁ ହିମାଚଳ ପ୍ରଦେଶର ୩ଟି ଆସନ, ଉତ୍ତରାଖଣ୍ଡର ୨ଟି ଏବଂ ବିହାର, ତାମିଲନାଡୁ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ ହେଉଛି । ଏଥିପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । କଡା ସୁରକ୍ଷା ବଳୟ ମଧ୍ୟରେ ମତଦାନ କରୁଛି ଭୋଟର । ଲୋକସଭା ନିର୍ବାଚନ ପରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ଏହା ହେଉଛି ଦ୍ବିତୀୟ ପ୍ରମୁଖ ନିର୍ବାଚନୀ ଲଢେଇ । ପଶ୍ଚିମବଙ୍ଗର ସମସ୍ତ ୪ ଆସନରେ ଶାସକ ଟିଏମସି ପାର୍ଟି ଏବଂ ବିଜେପି ମୁହାଁମୁହିଁ ହେଉଛନ୍ତି ।

୭ ରାଜ୍ୟର ଏହି ଆସନଗୁଡିକରେ ଉପନିର୍ବାଚନ:

ପଶ୍ଚିମବଙ୍ଗର ରାଇଗଞ୍ଜ, ରାଣାଘାଟ, ବାଗଦା ଏବଂ ମାଣିକତାଲା ବିଧାନସଭା ଆସନରେ ଭୋଟଗ୍ରହଣ ଚାଲିଛି । ସେହିପରି ଉତ୍ତରାଖଣ୍ଡର ବଦ୍ରିନାଥ ଓ ମାଙ୍ଗଲାଉର, ପଞ୍ଜାବର ଜଳନ୍ଧର ପଶ୍ଚିମ, ହିମାଚଳ ପ୍ରଦେଶର ଦେହରା, ହାମିରପୁର, ନାଲଗଡ, ବିହାରର ରୁପାଲି, ତାମିଲନାଡୁର ବିକ୍ରାଭଣ୍ଡି ଏବଂ ମଧ୍ୟପ୍ରଦେଶର ଅମରୱାର ଆସନରେ ସକାଳୁ ମତଦାନ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ: ଇତିହାସ ହୋଇ ରହିଗଲା 2024 ସାଧାରଣ ନିର୍ବାଚନ: ଭାଙ୍ଗିଲା ଟ୍ରେଣ୍ଡ, ବଦଳିଲା ସରକାର - Changes After Elections

ଏଠାର ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଏଥର ବିଜେପି ଆଶାତୀତ ପ୍ରଦର୍ଶନ କରିନାହିଁ । ବିଜେପି ନେତୃତ୍ବାଧୀନ ଏନଡିଏ ମୋଟ ୨୯୧ ଆସନରେ ବିଜୟୀ ହୋଇଥିଲା । ସେଥିମଧ୍ୟରୁ ବିଜେପିକୁ ମାତ୍ର ୨୪୧ଟି ଆସନ ମିଳିଥିଲା । ବିଶେଷକରି ଉତ୍ତରପ୍ରଦେଶରେ ବିଜେପି ବଡ଼ ଝଟକା ଖାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 10, 2024, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.