ETV Bharat / bharat

ମହାପ୍ରଭୁଙ୍କ ପାଇଁ ବଞ୍ଚିଗଲେ ଡୋନାଲ୍ଡ ଟ୍ରମ୍ପ ! 48 ବର୍ଷ ପୂର୍ବେ ଜଗନ୍ନାଥଙ୍କ ପାଇଁ କରିଥିଲେ ଏହି କାମ - Iskcon VP on Trump Attack

author img

By ETV Bharat Odisha Team

Published : Jul 15, 2024, 4:26 PM IST

Iskcon VP on Trump Attack: ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ 48 ବର୍ଷ ପୂର୍ବର ଘଟଣାକୁ ମନେ ପକାଇଲେ ‘ଇସ୍କନ’ ଉପାଧ୍ୟକ୍ଷ । ନ୍ୟୁୟର୍କରେ ରଥଯାତ୍ରା ପାଇଁ ସହଯୋଗର ହାତ ବଢାଇଥିଲେ ଟ୍ରମ୍ପ । ପଢନ୍ତୁ ପୁରା କାହାଣୀ

ଜଗନ୍ନାଥ କୃପାରୁ ଅଳ୍ପକେ ବଞ୍ଚିଗଲେ ଟ୍ରମ୍ପ, କାହିଁକି ଏମିତି କହିଲେ ଇସ୍କନ ଉପାଧ୍ୟକ୍ଷ
ଜଗନ୍ନାଥ କୃପାରୁ ଅଳ୍ପକେ ବଞ୍ଚିଗଲେ ଟ୍ରମ୍ପ, କାହିଁକି ଏମିତି କହିଲେ ଇସ୍କନ ଉପାଧ୍ୟକ୍ଷ (ETV Bharat Odisha)

ହାଇଦ୍ରାବାଦ: ମୃତ୍ୟୁକୁ ବେଶ ନିକଟରୁ ଦେଖି ମଧ୍ୟ ଅଳ୍ପକେ ବଞ୍ଚି ଯାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କାନକୁ ଛୁଇଁ ଅଳ୍ପକେ କଟିଗଲା ଆତତୀୟର ଗୁଳି । ସାରା ବିଶ୍ବକୁ ଏହି ଘଟଣା ଆଶ୍ଚର୍ଯ୍ୟ କରିଦେଲା । ତେବେ ଏହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ବୋଲି କହିଛନ୍ତି ‘ଇସ୍କନ’ ଉପାଧ୍ୟକ୍ଷ ରାଧାରମଣ ଦାସ । ଏହା ସହ ସନ୍ଥ ଶ୍ରୀ ଦାଶ ଟ୍ରମ୍ପ ଓ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ସମ୍ପର୍କିତ 5ଦଶନ୍ଧି ପୁରଣା ଘଟଣାକୁ ମଧ୍ୟ ଉଜାଗର କରିଛନ୍ତି । ଯାହାକି ଏବେ ଚର୍ଚ୍ଚାର ବିଷୟ ହୋଇଛି । 48ବର୍ଷ ପୂର୍ବେ ଏକ ଘଟଣାକ୍ରମରେ ଟ୍ରମ୍ପ ଆମେରିକାରେ ଆୟୋଜିତ ଜଗନ୍ନାଥଙ୍କ ରଥଯାତ୍ରାକୁ ସମର୍ଥନ ଓ ସହଯୋଗ କରିଥିଲେ । ଏବେ ସାରା ବିଶ୍ବ ଶ୍ରୀଜଗନ୍ନାଥ ସଂସ୍କୃତିର ମହାପର୍ବ ରଥଯାତ୍ରା ପାଳନ କରୁଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ କୃପା ଟ୍ରମ୍ପଙ୍କୁ ପ୍ରାପ୍ତ ହେଲା ବୋଲି ରାଧାରମଣ ଦାଶ କହିଛନ୍ତି ।

48 ବର୍ଷ ପୂର୍ବେ କଣ ହୋଇଥିଲା :-

ରାଧାରମଣ ଦାସଙ୍କ କହିବା ଅନୁସାରେ, 1976 ମସିହାରେ ଆମେରିକାର ନ୍ୟୁୟର୍କ ସହରରେ ‘ଇସ୍କନ’ କର୍ତ୍ତୃପକ୍ଷଙ୍କ ଦ୍ବାରା ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ କରାଯାଉଥିଲା । ସେତେବେଳେ ରଥ ନିର୍ମାଣ ପାଇଁ କିଛି ସହଯୋଗ ଚାହିଁଥିଲା ଇସ୍କନ । ‘ଇସ୍କନ’ କାର୍ଯ୍ୟକର୍ତ୍ତା କିଛି ସାହାଯ୍ୟ ପାଇଁ ମହାପ୍ରସାଦର ଏକ ବଡ ପାତ୍ର ଏବଂ ଏକ ରଥଯାତ୍ରାର ପ୍ରେଜେଣ୍ଟଟେସନ ପ୍ୟାକେଜ ଧରି ଟ୍ରମ୍ପଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ ନିରାଶ ହେବାକୁ ପଡିଥିଲା ।

ଟ୍ରମ୍ପଙ୍କ ତତ୍କାଳୀନ ସଚିବ ଏଥିରେ ସହଯୋଗ ପାଇଁ ସେତେବେଳେ କୌଣସି ଆଗ୍ରହ ପ୍ରକାଶ ନକରିବାରୁ ଫେରିଆସିଥିଲା ‘ଇସ୍କନ’ ଟିମ । ପରେ ଟ୍ରମ୍ପ ଏକଥା ଜାଣିବା ପରେ ପୁଣି ଥରେ ସେମାନଙ୍କୁ ଡକାଯାଇଥିଲା । ସମସ୍ତ ସହଯୋଗ କରିବା ପାଇଁ ନିଜେ ଟ୍ରମ୍ପ କାର୍ଯ୍ୟାଳୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପେନସିଲଭାନିଆ ସହରରେ ଟ୍ରମ୍ପଙ୍କ କମ୍ପାନୀର ମାଲିକାନାରେ ଥିବା ଟ୍ରେନ ୟାର୍ଡରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ଟ୍ରମ୍ପ ଇସ୍କନ ଠାରୁ କୌଣସି ଦେୟ ରାଶି ଗ୍ରହଣ କରିନଥିଲେ । ରଥ ନିର୍ମାଣ ଶେଷ ସହ ରଥଯାତ୍ରା ମଧ୍ୟ ଶୃଙ୍ଖଳାର ସହ ସମାପନ ହୋଇଥିଲା ।

ସେହି ପେନସିଲଭାନିଆ ସହର ଓ ରଥଯାତ୍ରା ସମୟ !

ଏବେ ଟ୍ରମ୍ପ ଆମେରିକାର ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ରହିସାରିଥିବା ବେଳେ ଏଥର ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏବେ ସାରା ବିଶ୍ବରେ ରଥଯାତ୍ରା ପାଳନ କରାଯାଉଥିବା ବେଳେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ସେହି ପେନସିଲଭାନିଆ ସହରରେ ଟ୍ରମ୍ପ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଗୁଳିମାଡର ଶିକାର ହୋଇଛନ୍ତି । ଗୁଳିଟି କାନରେ ଆଂଶିକ ବାଜିଥିଲେ ସୁଦ୍ଧା ଆଶ୍ଚର୍ଯ୍ୟଜନକ ଭାବେ ସେ ଆସନ୍ନ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- US Presidents Assassinated: କାହିଁକି ଆମେରିକାରେ ବଢୁଛି ଗୁଳିକାଣ୍ଡ, କେତେ ଜଣ ରାଷ୍ଟ୍ରପତିଙ୍କୁ ହୋଇଛି ଗୁଳିମାଡ, ଜାଣନ୍ତୁ କଣ ଓ୍ୱିପନ ଲାଇସେନ୍ସ ପଲିସି ? - US presidents who were assassinated

ଏହା ମଧ୍ୟ ପଢନ୍ତୁ :-20 ବର୍ଷୀୟ ଛାତ୍ର, ପୂର୍ବତନ ରାଷ୍ଟ୍ରପତିଙ୍କୁ କଲା ହତ୍ୟା ଉଦ୍ୟମ; ନିର୍ବାଚନ ପୂର୍ବରୁ ମିଳିଲା ବଡ ସଙ୍କେତ ? - assassination Attempt to Trump

ଏଠାରେ ସୂଚନାଯୋଗ୍ୟ ଯେ, ରବିବାର ପେନସିଲଭାନିଆ ସହରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଥିଲା । ଏହି ଘଟଣାକୁ ନେଇ ଆମେରିକା ସମେତ ସାରା ବିଶ୍ବରେ ସମ୍ବେଦନଶୀଳତା ଦେଖାଦେଇଥିଲା । ଅଭିଯୁକ୍ତ 20 ବର୍ଷୀୟ ଥୋମାସ୍ ମାଥ୍ୟୁ କ୍ରୁକ୍ସ ସୁରକ୍ଷାକର୍ମୀଙ୍କ ଗୁଳିରେ ଘଟଣାସ୍ଥଳରେ ଟଳିପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.