ETV Bharat / bharat

ଜ୍ଞାନବ୍ୟାପୀ ମସଜିଦରେ ASIର ସର୍ଭେ ଶେଷ, ଉଭୟ ପକ୍ଷଙ୍କୁ ମିଳିବ ରିପୋର୍ଟ କପି - Gyanvapi complex case

ASI survey report on Gyanvapi complex: ଜ୍ଞାନବ୍ୟାପୀ ମସଜିଦରେ ASI ସର୍ଭେ ଶେଷ, ଉଭୟ ପକ୍ଷଙ୍କୁ ମିଳିବ ରିପୋର୍ଟ କପି । ଅଧିକ ପଢ଼ନ୍ତୁ

ଜ୍ଞାନବ୍ୟାପୀ ମସଜିଦରେ ASIର ସର୍ଭେ ଶେଷ, ଉଭୟ ପକ୍ଷଙ୍କୁ ମିଳିଲା ରିପୋର୍ଟ କପି

author img

By ETV Bharat Odisha Team

Published : Jan 24, 2024, 4:35 PM IST

Updated : Jan 24, 2024, 5:10 PM IST

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦର ସର୍ଭେ ରିପୋର୍ଟ ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା (ଏଏସଆଇ) ଆଜି ବାରାଣସୀ କୋର୍ଟରେ ଦାଖଲ କରିଛି । କୋର୍ଟ ଉଭୟ ପକ୍ଷଙ୍କୁ ସର୍ଭେର ରିପୋର୍ଟ ପ୍ରଦାନ କରିବା ପାଇଁ ଏଏସଆଇକୁ କହିଛନ୍ତି । ଆଜି ଶୁଣାଣିରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଦେଇଛନ୍ତି । ଏଏସଆଇ ପୂର୍ବରୁ ଏହି ସର୍ଭେ ରିପୋର୍ଟର କପି ଇ-ମେଲ ମାଧ୍ୟମରେ ଦେବାକୁ ମନା କରିଥିଲା । ଏଥିରେ ରିପୋର୍ଟ ହ୍ୟାକ କିମ୍ବା ଲିକ୍‌ ହେବାର ଆଶଙ୍କା ଥିବାରୁ ହାର୍ଡକପି ମାଧ୍ୟମରେ ରିପୋର୍ଟ ଉଭୟ ପକ୍ଷକୁ ଦେବା ପାଇଁ କୋର୍ଟଙ୍କ ପକ୍ଷରୁ କୁହାଯାଇଛି । କୋର୍ଟ ପରବର୍ତ୍ତୀ ନିଷ୍ପତ୍ତି ଘୋଷଣା କରିନାହାନ୍ତି । ଏହି ରିପୋର୍ଟ ତର୍ଜମା ଆଧାରରେ ପରବର୍ତ୍ତୀ ନିର୍ଦ୍ଦେଶ କୋର୍ଟ ଘୋଷଣା କରିବା ନେଇ ହିନ୍ଦୁପକ୍ଷର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି । ତେବେ ସର୍ଭେ ଶେଷ ହୋଇଥିବା ବେଳେ ଏଥିରେ କଣ ତଥ୍ୟ ସାମ୍ନାକୁ ଆସିଛି, ସେ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି । ଏହି ମାମଲାର ପରବର୍ତ୍ତୀ ପ୍ରକ୍ରିୟା ମଧ୍ୟ ଏହି ସର୍ଭେର ଫଳାଫଳ ଉପରେ ନିର୍ଭର କରୁଛି ।

  • #WATCH | Gyanvapi case | Advocate Vishnu Shankar Jain, representing the Hindu side, says, "The court listened to both sides today. After hearing both sides, an agreement was reached that a certified copy of ASI's report be made available to both sides. As soon as the court passes… pic.twitter.com/q5E1hWL2oS

    — ANI (@ANI) January 24, 2024 " class="align-text-top noRightClick twitterSection" data=" ">

ଗତବର୍ଷ ଭିଡିଓଗ୍ରାଫି ସର୍ଭେ ବେଳେ ମଜସିଦ କମ୍ପଲେକ୍ସରେ ଏକ ଶିବଲିଙ୍ଗ ଠାବ ହୋଇଥିବା ହିନ୍ଦୁପକ୍ଷ ଦାବି କରିଥିଲା । ଏଠାରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବାକୁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ହିନ୍ଦୁପକ୍ଷଙ୍କ ଦ୍ବାରା କରାଯାଇଥିଲା । କୋର୍ଟ ଏହି ଏହି ସ୍ଥାନକୁ ନିଷେଧାଞ୍ଚଳ ଘୋଷଣା କରିଥିଲେ । ନିକଟରେ ଏହି ମାମଲାରେ କଥାକଥିତ ଶିବଲିଙ୍ଗର ଚର୍ତୁପାର୍ଶ୍ବ ଓ ଏହାର ପାର୍ଶ୍ବବର୍ତ୍ତୀ ଏରିଆରେ ଥିବା ପାଣିଟାଙ୍କି ସଫେଇକୁ ଅନୁମତି ଦେବା ପାଇଁ ପରବର୍ତ୍ତୀ ସମୟରେ ଆଉ ଏକ ମାମଲା ସର୍ବୋଚ୍ଚକୋର୍ଟରେ ପହଞ୍ଚିଥିଲା । ଯାହାର ରାୟ ଚଳିତ ମାସ 16 ତାରିଖରେ ସର୍ବୋଚ୍ଚ କୋର୍ଟ ପ୍ରକାଶ କରିଥିଲେ । କୋର୍ଟଙ୍କ ଆଦେଶ ଅନୁସାରେ, ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ବବାଧାନରେ ଏହି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଜ୍ଞାନବ୍ୟାପୀ ମାମଲା: ନିଷେଧାଞ୍ଚଳରେ ଥିବା ପାଣିଟାଙ୍କି ସଫା କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବାରାଣାସୀର ପ୍ରସିଦ୍ଧ କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଥିବା ଏହି ମସଜିଦ ହିନ୍ଦୁ ମନ୍ଦିରର ମୂଳଢାଞ୍ଚା ବା ଧ୍ବଂସାବଶେଷ ଉପରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଏହି ମସଜିଦ ପରିସର ମଧ୍ୟରେ ଅନେକ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ଥିବା ଦାବି ହୋଇଛି । ପୂର୍ବରୁ ଏହି ମସଜିଦ ମଧ୍ୟରେ ଭିଡିଓ ସର୍ଭେ ଓ କାର୍ବନଡେଟିଂ ସର୍ଭେ ମଧ୍ଯ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହୋଇସାରିଛି । ଏବେ ଏହି ସାଇନଟିଫକ ସର୍ଭେର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 24, 2024, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.