ETV Bharat / bharat

ନ୍ୟୁଜ କ୍ଲିକ୍ ସମ୍ପାଦକଙ୍କ ଗିରଫଦାରୀ ବେଆଇନ: ତୁରନ୍ତ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - News Click Founder get bail

author img

By ETV Bharat Odisha Team

Published : May 15, 2024, 1:46 PM IST

NewsClick Founder arrest case: ‘ନ୍ୟୁଜ କ୍ଲିକ’ ସମ୍ପାଦକଙ୍କ ଗିରଫଦାରୀ ନେଇ ବର୍ଷିଲେ ସୁପ୍ରିମକୋର୍ଟ । ଦିଲ୍ଲୀ ପୋଲିସର କାର୍ଯ୍ୟଶୈଳୀ ନେଇ ଉଠାଇଲେ ପ୍ରଶ୍ନ । ତୁରନ୍ତ ମୁକ୍ତ କରିବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

‘ନ୍ୟୁଜ କ୍ଲିକ ସମ୍ପାଦକଙ୍କ ଗିରଫଦାରୀ ବେଆଇନ’: ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
‘ନ୍ୟୁଜ କ୍ଲିକ ସମ୍ପାଦକଙ୍କ ଗିରଫଦାରୀ ବେଆଇନ’: ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ (PIC-ETV Bharat Odisha)

ନୂଆଦିଲ୍ଲୀ: ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ନ୍ୟୁଜ ଓ୍ବେବସାଇଟ ‘ନ୍ୟୁଜ କ୍ଲିକ’ର ସମ୍ପାଦକ ପ୍ରବୀର ପୁରକାୟାସ୍ତଙ୍କ ଗିରଫଦାରୀ ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ପୁରକାୟାସ୍ତଙ୍କ ଗିରଫଦାରୀକୁ ବେଆଇନ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଅବୈଧ । ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାର ଶୁଣାଣି ଜଷ୍ଟିସ ବିଆର ଗାଭାଇ ଓ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠରେ ହୋଇଥିଲା । ଏହି ମାମଲାରେ ଖଣ୍ଡପୀଠଙ୍କ ନିକଟରେ ରିମାଣ୍ଡ କପି ପ୍ରଦାନ କରାଯାଇନଥିବା ଏହା ମାମଲାର ବୈଧତାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି ବୋଲି କୋର୍ଟ କହିଛନ୍ତି । ଏହା ସହ ଟିପ୍ପଣୀରେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି, ମାମଲାର ଗିରଫଦାରୀ ଆଧାର ସମ୍ପର୍କରେ କୋର୍ଟଙ୍କ ନିକଟରେ ତଦନ୍ତକାରୀ ସଂସ୍ଥା (ଦିଲ୍ଲୀ ପୋଲିସ) କିଛି ସ୍ପଷ୍ଟ ଦଲିଲ ଦାଖଲ କରିନି । ଏହା କାର୍ଯ୍ୟାନୁଷ୍ଠାନକୁ ସିଧା ବେଆଇନ ବୋଲି ଦର୍ଶାଉଛି । ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡ ନିର୍ଦ୍ଦେଶ ମଧ୍ୟ ବୈଧ ନୁହେଁ । ଏପ୍ରିଲ 30 ତାରିଖରେ ପୁରକାୟାସ୍ତଙ୍କ ଗିରଫଦାରୀ ପରେ ତାଙ୍କ ଓକିଲଙ୍କୁ ଅବଗତ ନକରି କିମ୍ବା କୌଣସି ଆଇନଗତ ସହାୟତାର ସୁଯୋଗ ନଦେଇ ତରବରିଆ ଭାବେ ମାଝିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ସମ୍ପର୍କରେ ମଧ୍ୟ କୋର୍ଟ ଦିଲ୍ଲୀ ପୋଲିସ ଉପରେ ବର୍ଷିଛନ୍ତି ।

UAPA ଆକ୍ଟରେ ହୋଇଥିଲା ଗିରଫଦାରୀ:-

ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (UAPA) ଅନୁଯାୟୀ ବରିଷ୍ଠ ସାମ୍ବାଦିକ ପ୍ରବୀର ପୁରକାୟାସ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ଚୀନର କିଛି ସଂଗଠନଠାରୁ ବିଦେଶୀ ପାଣ୍ଠି ସଂଗ୍ରହ କରି ଭାରତରେ ଏଜେଣ୍ଡା ଭିତ୍ତିକ ଖବର ପ୍ରସାରିତ କରିଥିବା ଅଭିଯୋଗରେ ପ୍ରବୀର ଓ ସଂସ୍ଥାର ମାନବସମ୍ବଳ ବିଭାଗୀୟ ମୁଖ୍ୟ ଗିରଫ ହୋଇଥିଲେ । ପରେ ତାଙ୍କୁ ତରବରିଆ ଭାବେ କୋର୍ଟରେ ହାଜର କରି ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଥିଲା । ଏହାକୁ ପୁରକାୟସ୍ତଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହି ଆବେଦନ ଉପରେ କୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ।

ଗତବର୍ଷ ଅକ୍ଟୋବରରେ ପୋର୍ଟାଲ ମାଧ୍ୟମରେ ଜାତୀୟ ବିରୋଧୀ ପ୍ରଚାର ପ୍ରସାର ପାଇଁ ଚୀନ୍‌ର ଆର୍ଥିକ ସହାୟତା ନେଇ ଗିରଫ ହେବା ପରେ ପୁରକାୟ ଜେଲରେ ଥିଲେ। ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ, ପୁରକାୟସ୍ତ ପାଇଁ ହାଜର ହୋଇଥିଲେ ଯେ ତାଙ୍କୁ ଗତବର୍ଷ (2023) ଅକ୍ଟୋବର 3 ତାରିଖ ସନ୍ଧ୍ୟାରେ ଗିରଫ କରାଯାଇଥିଲା । ପରଦିନ ସକାଳ 6 ଟାରେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ଓଡ଼ିଶାରେ ଓମ ବିର୍ଲା, ଆଜି ଆସୁଛନ୍ତି ଶାହ ଓ ନଡ୍ଡା - lok sabha election 2024

ତେବେ ପୁରକାୟସ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲାରେ ପକ୍ଷ ରଖିଥିଲେ । ତାଙ୍କ ଯୁକ୍ତି ଅନୁସାରେ, ଗତବର୍ଷ (2023) ଅକ୍ଟୋବର 3 ତାରିଖ ସଂଧ୍ୟାରେ ଗିରଫ କରାଯାଇଥିଲା ଓ ପରଦିନ ସକାଳେ ତାଙ୍କୁ ବିନା କୌଣସି ଆଇନଗତ ସହୟତା ସୁଯୋଗ ନଦେଇ ତାଙ୍କୁ ମାଝିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । ଯାହାକୁ ନେଇ କୋର୍ଟ ପୋଲିସ ଉପରେ ବର୍ଷିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.