ETV Bharat / bharat

ଅଯୋଧ୍ୟା ପରି କାଶୀରେ ମଧ୍ୟ ହିନ୍ଦୁ ମନ୍ଦିରର ଧ୍ବଂସାବଶେଷ ଉପରେ ଛିଡା ହୋଇଛି ମସଜିଦ, ASI ସର୍ଭେରେ ମିଳିଲା ତଥ୍ୟ

author img

By ETV Bharat Odisha Team

Published : Jan 25, 2024, 10:08 PM IST

Updated : Jan 26, 2024, 6:33 AM IST

Gyanvapi Survey Report: ସାର୍ବଜନୀନ ହେଲା ଜ୍ଞାନବ୍ୟାପୀରେ ASI କରିଥିବା ସର୍ଭେ । ହିନ୍ଦୁ ମନ୍ଦିର ଧ୍ବଂସାବଶେଷ ଉପରେ ନିର୍ମାଣ ହୋଇଛି ମସଜିଦ । ହିନ୍ଦୁପକ୍ଷ ଓକିଲ ବିଷ୍ଣୁଶଙ୍କର ଜୈନ ଗଣମାଧ୍ୟମରେ ରଖିଲେ ସର୍ଭେର ବିସ୍ତୃତ ତଥ୍ୟ । ଅଧିକ ପଢନ୍ତୁ

ସାର୍ବଜନୀନ ହେଲା ଜ୍ଞାନବ୍ୟାପୀରେ ASI କରିଥିବା ସର୍ଭେ, ହିନ୍ଦୁ ମନ୍ଦିର ଧ୍ବଂସାବଶେଷ ଉପରେ ନିର୍ମାଣ ହୋଇଛି ମସଜିଦ
ଅଯୋଧ୍ୟା ପରି କାଶୀରେ ମଧ୍ୟ ହିନ୍ଦୁ ମନ୍ଦିରର ଧ୍ବଂସାବଶେଷ ଉପରେ ଛିଡା ହୋଇଛି ମସଜିଦ, ASI ସର୍ଭେରେ ମଳିଲା ତଥ୍ୟ

ଲକ୍ଷ୍ନୌ: ରାମ ଜନ୍ମଭୂମି ଅଯୋଧ୍ୟା ପରି କାଶୀରେ ମଧ୍ୟ ହିନ୍ଦୁ ମନ୍ଦିରର ଧ୍ବଂସାବଶେଷ ଉପରେ ଛିଡା ହୋଇଛି ଜ୍ଞାନବ୍ୟାପୀ ମସଜିଦ । ମନ୍ଦିରର ଧ୍ବଂସାବଶେଷ ଉପରେ ଏହି ମସଜିଦ ନିର୍ମାଣ କରାଯାଇଛି । କୋର୍ଟଙ୍କ ଅନୁମତି ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ASI) ଦ୍ବାରା କରାଯାଇଥିବା ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦୁଇଦିନ ତଳେ କୋର୍ଟ ଏହି ସର୍ଭେ ରିପୋର୍ଟର କପି ମାମଲାର ଉଭୟ ପକ୍ଷଙ୍କୁ ପ୍ରଦାନ କରିବା ପାଇଁ ସର୍ଭେକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କପି ଏହି ସାର୍ବଜନୀନ ହେବା ପରେ ହିନ୍ଦୁପକ୍ଷର ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ଏହାକୁ ଗଣମାଧ୍ୟରେ ପ୍ରକାଶ କରିଛନ୍ତି । ରିପୋର୍ଟରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ, ମସଜିଦ ପରିସରରେ ହିନ୍ଦୁ ମନ୍ଦିରରେ ବ୍ୟବହୃତ ହୋଇଥିବା ଶିଳାଲେଖ ଓ ଅନ୍ୟ ନିର୍ମାଣ ସମ୍ପର୍କିତ ଉପାଦନ ମିଳିଛି ।

  • #WATCH | Varanasi, Uttar Pradesh | Advocate Vishnu Shankar Jain, representing the Hindu side, gives details on the Gyanvapi case.

    He says, "The ASI has said that the pillars and plasters used in the existing structure were studied systematically and scientifically for the… pic.twitter.com/KANG7l3B0r

    — ANI (@ANI) January 25, 2024 " class="align-text-top noRightClick twitterSection" data=" ">

ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ହାତରେ ଏଏସଆଇର ସର୍ଭେ ରିପୋର୍ଟ ଧରି ପ୍ରେସମିଟ୍‌ କରିଛନ୍ତି । ସର୍ଭେରୁ ମିଳିଥିବା ତଥ୍ୟ ଅନୁସାରେ, ମସଜିଦ ପରିସରରେ ମୋଟ 30ରୁ ଅଧିକ ସ୍ଥାନରେ ହିନ୍ଦୁ ଶିଳାଲେଖର ପ୍ରମାଣ ମିଳିଛି । ଏହା ସହ ହନ୍ଦୁ ମନ୍ଦିର ଶୈଳୀରେ ନିର୍ମିତ ଭଗ୍ନାବଶେଷ ମଧ୍ୟ ଏହି ମସଜିଦରେ ବ୍ୟବହାର ହୋଇଛି । ଦେବନାଗରୀ ଭାଷା ସହ ତେଲଗୁ ଭାଷାରେ ଲିଖିତ ଏହି ଶିଳାଲେଖରେ ଏକାଧିକ ହିନ୍ଦୁ ଦେବତାଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ହିନ୍ଦୁ ମନ୍ଦିରର ଅବଶେଷକୁ ମଧ୍ୟ ଏଥିରେ ବ୍ୟବହାର କରାଯାଇଛି । ଏହି ରିପୋର୍ଟରୁ ଏହା ସ୍ପଷ୍ଟ ଯେ, ଏହି ମସଜିଦ ନିର୍ମାଣ ପୂର୍ବରୁ ସେଠାରେ ହିନ୍ଦୁ ମନ୍ଦିର ଥିଲା । ଯାହାର ଧ୍ବଂସାବଶେଷକୁ ମଧ୍ୟ ମସଜିଦ ନିର୍ମାଣରେ ବ୍ୟବହାର କରାଯାଇଛି ବୋଲି ବିଷ୍ଣୁ ଶଙ୍କର ଦାବି କରିଛନ୍ତି ।

ଗତବର୍ଷ ଭିଡିଓଗ୍ରାଫି ସର୍ଭେ ବେଳେ ମଜସିଦ କମ୍ପଲେକ୍ସରେ ଏକ ଶିବଲିଙ୍ଗ ଠାବ ହୋଇଥିବା ହିନ୍ଦୁପକ୍ଷ ଦାବି କରିଥିଲା । ଏଠାରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବାକୁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ହିନ୍ଦୁପକ୍ଷଙ୍କ ଦ୍ବାରା କରାଯାଇଥିଲା । କୋର୍ଟ ଏହି ଏହି ସ୍ଥାନକୁ ନିଷେଧାଞ୍ଚଳ ଘୋଷଣା କରିଥିଲେ । ନିକଟରେ ଏହି ମାମଲାରେ କଥାକଥିତ ଶିବଲିଙ୍ଗର ଚର୍ତୁପାର୍ଶ୍ବ ଓ ଏହାର ପାର୍ଶ୍ବବର୍ତ୍ତୀ ଏରିଆରେ ଥିବା ପାଣିଟାଙ୍କି ସଫେଇକୁ ଅନୁମତି ଦେବା ପାଇଁ ପରବର୍ତ୍ତୀ ସମୟରେ ଆଉ ଏକ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଯାହାର ରାୟ ଚଳିତ ମାସ 16 ତାରିଖରେ ସର୍ବୋଚ୍ଚ କୋର୍ଟ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଜ୍ଞାନବ୍ୟାପୀ ମସଜିଦରେ ASIର ସର୍ଭେ ଶେଷ, ଉଭୟ ପକ୍ଷଙ୍କୁ ମିଳିବ ରିପୋର୍ଟ କପି

କୋର୍ଟଙ୍କ ଆଦେଶ ଅନୁସାରେ, ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ବବାଧାନରେ ଏହି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏବେ ଏଏସଆଇ ସର୍ଭେରୁ ଏହି ତଥ୍ୟ ମିଳିବା ପରେ ଏବେ ଏହି ମାମଲା ଆହୁରି ଗମ୍ଭୀର ହେବାକୁ ଯାଉଛି । ଅଯୋଧ୍ୟା ଓ କାଶୀ ପରି କୃଷ୍ଣ ଜନ୍ମଭୂମି ମୁଥୁରାରେ ମଧ୍ୟ ସାହି ଇଦଗାହ ମସଜିଦକୁ ନେଇ କୋର୍ଟରେ ମାମଲା ବିଚରାଧୀନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 26, 2024, 6:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.