ETV Bharat / bharat

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ୩ ନାବାଳକ, ହତ୍ୟା କରି କେନାଲରେ ଫିଙ୍ଗିଲେ - Minor girl gang raped

author img

By ETV Bharat Odisha Team

Published : Jul 12, 2024, 8:10 AM IST

Minor girl gang raped and murdered: ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର । ଦୁଷ୍କର୍ମ ପରେ ହତ୍ୟା କରି କେନାଲରେ ଭସାଇ ଦେଲେ । ସମସ୍ତଙ୍କୁ ଛାତି ଥରାଇ ଦେଇଛି ଏହି ଜଘନ୍ୟ ଘଟଣା । ଅଧିକ ପଢନ୍ତୁ

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ୩ ନାବାଳକ, ହତ୍ୟା କରି କେନାଲରେ ଫିଙ୍ଗିଲେ
ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ୩ ନାବାଳକ, ହତ୍ୟା କରି କେନାଲରେ ଫିଙ୍ଗିଲେ (ETV Bharat Odisha)

ଅମରାବତୀ: ଆନ୍ଧ୍ରପ୍ରଦେଶ ନନ୍ଦୟାଲା ଜିଲ୍ଲାରେ ଏକ ଲୋମହର୍ଷଣକାରୀ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ସ୍କୁଲରେ ପଢୁଥିବା ୩ ଜଣ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଛନ୍ତି । ଝିଅଟିକୁ ମାରି ସେମାନେ ପାଖ କେନାଲରେ ଭସାଇ ଦେଇଥିବାବେଳେ ଏ ଯାଏଁ ମୃତଦେହ ମିଳିପାରି ନାହିଁ । ମୃତ ଛାତ୍ରୀ ଏବଂ ଅଭିଯୁକ୍ତ ଛାତ୍ରମାନେ ଗୋଟିଏ ସ୍କୁଲର । ଛାତ୍ରୀଙ୍କ ବୟସ ୮ ବର୍ଷ ହୋଇଥିବାବେଳେ ଦୁଇ ଅଭିଯୁକ୍ତଙ୍କ ବୟସ ୧୨ ଏବଂ ତୃତୀୟ ଅଭିଯୁକ୍ତର ବୟସ ୧୩ ବର୍ଷ ବୋଲି ଜଣାପଡିଛି ।

ଗତ ୭ ତାରିଖ ଅର୍ଥାତ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ସେହିଦିନଠୁ ତୃତୀୟ ଶ୍ରେଣୀ ଛାତ୍ରୀ ଜଣକ ନିଖୋଜ ଥିଲେ । ଝିଅଟି ନିକଟସ୍ଥ ମୁଚୁମାରି ପାର୍କରେ ଖେଳୁଥିଲା । ହେଲେ ଆଉ ଘରକୁ ଫେରିନଥିଲେ । ଏନେଇ ବାପା ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ପୋଲିସ ସନ୍ଧାନୀ କୁକୁର ସହାୟତାରେ ଅଭିଯୁକ୍ତ ୩ ଛାତ୍ରଙ୍କ ନିକଟରେ ପହଞ୍ଚିଥିଲା । ସେମାନଙ୍କ ପଚରାଉଚରା କରିବାରୁ ସମସ୍ତେ ନିଜର ଦୋଷ ସ୍ବୀକାର କରିଥିଲେ ।

ଅଭିଯୁକ୍ତ ଛାତ୍ରମାନେ କହିଥିଲେ ଯେ, ନାବାଳିକା ଖେଳୁଥିବା ବେଳେ ସେମାନେ ତାକୁ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । କାଳେ ଏକଥା ଝିଅଟି କାହାକୁ କହିଦେବ ସେହି ଭୟରେ ସେମାନେ ତାଙ୍କୁ ହତ୍ୟା କରି ପାଖ କେନାଲରେ ଫିଙ୍ଗି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ରାଜଧାନୀରେ ଅଢେଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ - BABY GIRL RAPED IN BHUBANESWAR

ଏବେ ଯାଏଁ ଦୁଷ୍କର୍ମ ପୀଡିତା ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇନାହିଁ । ପୋଲିସ ଓ ଏନଡିଆରଏଫ ଟିମ୍ କେନାଲରେ ସର୍ଚ୍ଚ ଅପରେସନ ଜାରି ରଖିଛି । ଏମିତିକି ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ଜାଲ ପକାଇ ମୃତଦେହ ଖୋଜିବାକୁ ଚେଷ୍ଟା କରିଛନ୍ତି । ହେଲେ ଏ ଯାଏଁ କିଛି ପତ୍ତା ମିଳିପାରିନି ।

ସେପଟେ ସ୍ଥାନୀୟ ଗାଁ ଲୋକଙ୍କ କହିବା କଥା, ଘଟଣା ଦିନ ଝିଅଟିକୁ ୪ ଜଣ ନାବାଳକ ନେଇଯାଉଥିବାର ସେମାନେ ଦେଖିଥିଲେ । ହେଲେ ପୋଲିସ କେବଳ ୩ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ୩ ନାବାଳକ ପୋଲିସକୁ କହିଛନ୍ତି ଯେ, ଅନ୍ୟ ନାବାଳକ ଜଣକ ଦୁଷ୍କର୍ମରେ ସାମିଲ ନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.