ଶିମଲା: ଆଜି ବଳମ୍ବିତ ସଂଧ୍ୟାରେ ହିମାଚଳ ପ୍ରଦେଶରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ହିମାଚଳର ଚମ୍ବା ଓ ଏହାର ନିକଟବର୍ତ୍ତୀ ଏରିଆରେ ଏହି କମ୍ପନ ଅନୁଭୂତ ହୋଇଛି । ଏହାର ମାତ୍ରା ରିକ୍ଟର ସ୍କେଲରେ 5.3 ରହିଥିବା ରେକର୍ଡ ହୋଇଛି । କୌଣସି ସ୍ଥାନରେ କ୍ଷୟକ୍ଷତି ନେଇ ସୂଚନା ମିଳିନି । ପରବର୍ତ୍ତୀ ଆଲର୍ଟ ମଧ୍ୟ ଜାରି କରାଯାଇନାହିଁ । ଗତକାଲି ତାଇଓ୍ବାନରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ଅତକମରେ ପ୍ରାୟ 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଆହତ ହୋଇଥିଲେ । ଗତ 25 ବର୍ଷ ଧରି ତାଇଓ୍ବାନ ଇତିହାସରେ ଏହା ସବୁଠୁ ବଡ ଭୂମିକମ୍ପ ଥିଲା ।
ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି (ଗୁରୁବାର) ସନ୍ଧ୍ୟାରେ ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ 5.3 ତୀବ୍ରତାର ଏହି ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ‘ସେଣ୍ଟର ଫର ସେସମୋଲୋଜି’ର ସୂଚନା ଅନୁସାରେ, ସମୟ ରାତି 9.34 ମିନିଟରେ ଏହି କମ୍ପନ ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶ ବ୍ୟତୀତ ଉତ୍ତର ଭାରତ ଏକାଧିକ ସ୍ଥାନରେ ଏହି କମ୍ପନର ପ୍ରଭାବ ମଧ୍ୟ ଅନୁଭୂତ ହୋଇଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ:-ଚର୍ଚ୍ଚାରେ ଭଗତ ସିଂ ଓ ଆମ୍ବେଦକରଙ୍କ ଫଟୋ ମଝିରେ କେଜ୍ରିଓ୍ବାଲଙ୍କ ଫଟୋ - Kejriwal picture row
ଗତକାଲି ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଥିଲା ତାଇଓ୍ୱାନ । ସକାଳ ପ୍ରାୟ 7.58 ମିନିଟ (ଭାରତୀୟ ସମୟ) ପୂର୍ବ ତାଇଓ୍ୱାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.5 ରେକର୍ଡ କରାଯାଇଥିଲା । ଏହାର କେନ୍ଦ୍ରସ୍ଥଳ ହୁଆଲିଏନ ସହରର ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ମାତ୍ର 18 କିଲୋମିଟର ଦୂର ଓ 34.8 କିଲୋମିଟର ଗଭୀରତାରେ ଥିବା ଜଣାପଡିଥିଲା । ଗତ 25 ବର୍ଷ ମଧ୍ୟରେ ଏହା ତାଇଓ୍ବାନ ଇତିହାସରେ ସବୁଠୁ ବଡ ଭୂକମ୍ପ ଥିଲା । ଏଥିରେ ବିଭିନ୍ନ ସ୍ଥାନରେ ପ୍ରାୟ 10ଜଣଙ୍କ ମୃତ୍ୟୁ ହୋଇଥିଲା । ବହୁ କୋଠାବାଡି ଓ ଭିତ୍ତିଭୂମି ମଧ୍ୟ ଭଙ୍ଗିଥିଲା । ଏବେ ମଧ୍ୟ ଉଦ୍ଧାର ଅପରେସନ ଜାରି ରହିଛି । ଆଜି ସକାଳେ ଜାପାନରେ ମଧ୍ୟ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.3 ରେକର୍ଡ କରାଯାଇଥିଲା । ତେବେ ଜାପାନରେ ସୃଷ୍ଟି ହୋଇଥିବା ଏହି ଭୂକମ୍ପର ପ୍ରଭାବ ଚୀନ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ