ETV Bharat / bharat

ଅନ୍ତର୍ଜାତୀୟ ବଜାରରେ ଆସିବ ଅମୁଲ ବ୍ରାଣ୍ଡ, ଆମେରିକାରେ ହେବ ଲଞ୍ଚ - Amul launch in US - AMUL LAUNCH IN US

Amul launch in US: ଆମେରିକାରେ ଲଞ୍ଚ ହେବ ଲୋକପ୍ରିୟ ଅମୁଲ ବ୍ରାଣ୍ଡ । ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ ହେବ ଅମୁଲ ବ୍ରାଣ୍ଡର ଦ୍ରବ୍ୟ । ଅଧିକ ପଢନ୍ତୁ

Amul launch in US
Amul launch in US
author img

By ETV Bharat Odisha Team

Published : Mar 23, 2024, 1:53 PM IST

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ ହେବ ଲୋକପ୍ରିୟ ଅମୁଲ ବ୍ରାଣ୍ଡର ଦ୍ରବ୍ୟ । ଆମେରିକାରେ ଲଞ୍ଚ ହେବ ଅମୁଲ ବ୍ରାଣ୍ଡ । ଏନେଇ ସୂଚନା ଦେଇଛନ୍ତି, ଅମୁଲ ବ୍ରାଣ୍ଡର ଗୁଜୁରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ (ଜିସିଏମ୍ଏମ୍ଏଫ୍) ର ପରିଚାଳନା ନିର୍ଦ୍ଦେଶକ ଜୟନ୍ ମେହେଟ୍ଟା । ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଅମୁଲ ବ୍ରାଣ୍ଡ ଆମେରିକାରେ ଦୁଗ୍ଧଜାତ ଦ୍ରବ୍ୟ ଲଞ୍ଚ କରିବ । ଆମେ ଆମେରିକାରେ 108 ବର୍ଷ ପୁରୁଣା ଡାଏରୀ ସମବାୟ ସମିତି - ମିଚିଗାନ୍ ଦୁଗ୍ଧ ଉତ୍ପାଦକ ସଂଘ ସହିତ ଏକ ଚୁକ୍ତି କରିଛୁ । ମାର୍ଚ୍ଚ 20ରେ ଡେଟ୍ରୋଇଟଠାରେ ବସିଥିବା ବାର୍ଷିକ ବୈଠକରେ ଏହି ଘୋଷଣା କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଭାରତ ବାହାରେ ଆମୁଲ ବ୍ରାଣ୍ଡ ଲଞ୍ଚ ହେବ । ଆମେରିକା ବଜାରରେ ଏହା ଉପଲବ୍ଧ ହେବ । ଯେଉଁଠାରେ ବହୁତ ଭାରତୀୟ ରହୁଛନ୍ତି । ଅମୁଲ ବ୍ରାଣ୍ଡକୁ ବିସ୍ତାର କରିବାକୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ମିଲ୍କ ଫେଡ୍ ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେବା ସମୟରେ ଦିଆଯାଇଥିବା ଦୃଷ୍ଟିକୋଣ ଅନୁଯାୟୀ ଅମୁଲ ବ୍ରାଣ୍ଡ ସବୁଠାରୁ ବୃହତ୍ତମ ଦୁଗ୍ଧ କମ୍ପାନୀ ହେବାକୁ ଲକ୍ଷ୍ୟ ରଖିଛି ।

ଏହା ମଧ୍ୟ ପଢନ୍ତୁ-ମିଲ୍କ ଫେଡ୍ ସୁବର୍ଣ୍ଣ ଜୟନ୍ତୀରେ ସାମିଲ ହେଲେ ମୋଦି, କହିଲେ ଅମୁଲ ଅର୍ଥ ବିକାଶ

ଗତ ଫେବୃଆରୀ 22 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ଗୁଜୁରାଟ କୋପୋରେଟିଭ ମିଲ୍କ ମାର୍କେଟିଂ ଫେଡେରେସନର ଗୋଲ୍ଡେନ ଜୁବଲି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ , '' 50 ବର୍ଷ ପୂର୍ବେ ଗୁଜୁରାଟର ଗାଁ ଗୁଡ଼ିକରେ ଯେଉଁ ଛୋଟ ଚାରା ଲଗାଇଥିଲେ ତାହା ଆଜି ବିଶାଳ ବୃକ୍ଷରେ ପରିଣତ ହୋଇଛି । ଏହି ବିରାଟ ଗଛର ଚାରା ଆଜି ଦେଶ ତଥା ବିଦେଶକୁ ବ୍ୟାପି ଯାଇଛି । ଅମୁଲ ଉତ୍ପାଦ ଗୁଡିକ ବିଶ୍ବର 50ରୁ ଅଧିକ ଦେଶକୁ ରପ୍ତାନି କରାଯାଏ । ଏହା ଅଧିନରେ 18,000 ଦୁଗ୍ଧ ସମବାୟ ସମିତି, 36,000 କୃଷକଙ୍କ ନେଟୱାର୍କ ରହିଛି । ଯାହା ପ୍ରତିଦିନ 3.5 କୋଟି ଲିଟରରୁ ଅଧିକ କ୍ଷୀର ପ୍ରକ୍ରିୟାକରଣ କରୁଛି । ଆଜି ବିଶ୍ବର ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ ଭାବେ ଉଭା ହୋଇଛି ଭାରତ । ଭାରତର ଦୁଗ୍ଧ କ୍ଷେତ୍ର ସହିତ ଆଠ କୋଟି ଲୋକ ସିଧାସଳଖ ଯୋଡି ହୋଇଛନ୍ତି । ଗତ 10 ବର୍ଷ ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ ପ୍ରାୟ 60 ପ୍ରତିଶତ ବୃଦ୍ଧି ପାଇଛି । ଗତ ଦଶ ବର୍ଷ ମଧ୍ୟରେ ମୁଣ୍ଡପିଛା ଦୁଗ୍ଧ ଉପଲବ୍ଧତା ପ୍ରାୟ 40 ପ୍ରତିଶତ ବୃଦ୍ଧି ପାଇଛି । ବିଶ୍ୱ ଦୁଗ୍ଧ ଉତ୍ପାଦନରେ ଭାରତ ପ୍ରାୟ 21 ପ୍ରତିଶତ ଯୋଗଦାନ ଦେଇଥାଏ। ''

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.