ETV Bharat / bharat

ନିର୍ବାଚନ ପୂର୍ବରୁ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ: ଅମିତ ଶାହା - Lok Sabha Election 2024

Amit Shah on CAA: ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ (CAA) ! କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରିଛନ୍ତି ଏହି ଘୋଷଣା । ଅଧିକ ପଢନ୍ତୁ

CAA
ଆଗାମୀ ନିର୍ବାଚନ ପୂର୍ବରୁ ଲାଗୁ ହେବ CAA: ଅମିତ ଶାହା
author img

By ETV Bharat Odisha Team

Published : Feb 10, 2024, 2:24 PM IST

ହାଇଦ୍ରାବାଦ: 2024 ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି (ଶନିବାର) ଏହି ଘୋଷଣା କରିଛନ୍ତି । 2019 ରେ ସଂସଦରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ଆଇନ (CAA) ସମ୍ବନ୍ଧୀୟ ନିୟମଗୁଡିକ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ କରାଯିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ନେଇ ବଡ ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଯେ, 2019 ରେ ସଂସଦରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ଆଇନ (CAA) ସମ୍ବନ୍ଧୀୟ ନିୟମଗୁଡିକ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ କରାଯିବ । ସେ ଆଉ ମଧ୍ୟ କହିଛନ୍ତି," ଆମ ମୁସଲମାନ ଭାଇମାନଙ୍କୁ ଜାଣିଶୁଣି ଭୁଲ ତଥ୍ୟ ଦିଆଯାଉଛି ଓ ତାଙ୍କୁ ଉସକାଯାଉଛି (ସିଏଏ ବିରୋଧରେ) । CAA କେବଳ ସେହି ଲୋକମାନଙ୍କୁ ନାଗରିକତା ପ୍ରଦାନ କରିବ ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ନିର୍ଯାତନାର ସାମ୍ନା କରିବା ପରେ ଭାରତ ଆସିଛନ୍ତି । ଏହା କୌଣସି ଭାରତୀୟ ନାଗରିକମାନଙ୍କ ନାଗରିକତା ଛଡାଇ ନେବା ପାଇଁ ନୁହେଁ ।"

ଏହାମଧ୍ୟ ପଢନ୍ତୁ.. 7 ଦିନ ଭିତରେ ସାରା ଦେଶରେ ଲାଗୁ ହେବ CAA: କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର

ଅମିତ ଶାହା ଆଉ ମଧ୍ୟ ଦାବି କରିଛନ୍ତି ଯେ, " ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି 370 ଆସନ ଓ ବିଜେପି ନେତୃତ୍ୱାଧିନ NDAକୁ 400ରୁ ଅଧିକ ଆସନ ମିଳିବ । କେନ୍ଦ୍ରରେ ଲଗାତର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହେବ ।" ଅମିତ ଶାହା ଆଉ ମଧ୍ୟ କହିଛନ୍ତି ଯେ, ଲୋକସଭା ନିର୍ବାଚନ ଫଳାଫଳକୁ ନେଇ କୌଣସି ଦ୍ୱିମତ ନାହିଁ । ତେବେ ଏହି ସମୟରେ ବିରୋଧି କଂଗ୍ରେସକୁ ମଧ୍ୟ କଡା ଟାର୍ଗେଟ କରିଛନ୍ତି ।

ନାଗରିକତା ସଂହିତା ଅଧିନିୟମ (CAA) କ'ଣ? ସାରା ଦେଶରେ ନାଗରିକତା ସଂହିତା ଅଧିନିୟମ ଲାଗୁ ହେବା ନେଇ ପ୍ରସ୍ତାବ ଉଠାଇଛନ୍ତି କେନ୍ଦ୍ର ସରକାର । 2019 ମସିହା ଡିସେମ୍ବର 11 ସଂସଦରେ ଏହି ବିଲ୍ ପାସ ହୋଇଛି । ଏହି ଆଇନ ହେବା ଦ୍ୱାରା ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତ ଆସିଥିବା ଅଣ ମୁସଲିମ ଅର୍ଥାତ୍ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ, ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନଙ୍କୁ ଦେଶର ନାଗରିକତା ପ୍ରଦାନ କରାଯିବ । ତେବେ ଏହି ବିଲକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.