ETV Bharat / bharat

ମଣିଶଙ୍କରଙ୍କ 'ପାକିସ୍ତାନକୁ ସମ୍ମାନ କର' ମନ୍ତବ୍ୟକୁ ଶାହଙ୍କ ଟାର୍ଗେଟ, 'ଆମକୁ POK ଛାଡିଦେବା ଉଚିତ କି ?' - Amit Shah targets Mani shankar - AMIT SHAH TARGETS MANI SHANKAR

Amit Shah targets Mani shankar: ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସକୁ ଅମିତ ଶାହଙ୍କ ପ୍ରଶ୍ନ । ତାହାଲେ କଣ 'ଆମକୁ POK ଛାଡିଦେବା ଉଚିତ କି ?' ଅଧିକ ପଢନ୍ତୁ

Amit Shah
Amit Shah (Photo- @BJP4India)
author img

By PTI

Published : May 12, 2024, 6:09 PM IST

ଲକ୍ଷ୍ନୌ: ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ 'ପାକିସ୍ତାନକୁ ସମ୍ମାନ କର, ତା' ନିକଟରେ ପରମାଣୁ ବୋମା ଅଛି' ମନ୍ତବ୍ୟକୁ ନେଇ କ୍ରମାଗତ ଭାବେ କଂଗ୍ରେସକୁ ଆକ୍ରମଣ କରୁଛି ବିଜେପି । ଆଜି ପୁଣି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର ପ୍ରଦେଶ ପ୍ରତାପଗଡ଼ରେ ଏକ ଜନସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ ଯଦି ପାକିସ୍ତାନ ନିକଟରେ ପରମାଣୁ ବୋମା ଅଛି, ତାହେଲେ ଆମେ କଣ ପାକିସ୍ତାନ ଅଧିକୃତ କାଶ୍ମୀର (POK)କୁ ଛାଡ଼ିଦେବା କି ? ଯଦି ରାହୁଲ ଗାନ୍ଧୀ ପରମାଣୁ ବୋମାକୁ ଭୟ କରନ୍ତି, ତେବେ ସେ କରିଚାଲନ୍ତୁ କିନ୍ତୁ ଆମେ ଭୟ କରୁନାହୁଁ ।

ଅମିତ ଶାହ କହିଛନ୍ତି, "ମଣିଶଙ୍କର ଆୟର ଓ ଫାରୁକ ଅବଦୁଲ୍ଲା କହିଛନ୍ତି ପାକିସ୍ତାନକୁ ସମ୍ମାନ ଦିଅ, କାରଣ ତା ନିକଟରେ ପରମାଣୁ ବୋମା ଅଛି । ସେମାନଙ୍କୁ ପାକିସ୍ତାନ ଅଧିକୃତ କାଶ୍ମୀର ପାଇଁ ଦାବି କରନାହିଁ । ରାହୁଲ ବାବା ଆପଣ ଯଦି ପରମାଣୁ ବୋମାକୁ ଭୟ କରନ୍ତି, ତେବେ କରିଚାଲନ୍ତୁ । ଆମେ ପରମାଣୁ ବୋମାକୁ ଭୟ କରୁନାହୁଁ । ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଆଉ ଏହାକୁ ଆମେ ହାସଲ କରିକି ରହିବୁ ।" ଗତ କିଛି ଦିନ ତଳେ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ପାକିସ୍ତାନ ସପକ୍ଷରେ ଦେଉଥିବା ଏପରି ବିବାଦୀୟ ବୟାନର ଭିଡିଓ ବେଶ ଭାଇରାଲ ହୋଇଥିଲା ।

ଏହା ବି ପଢନ୍ତୁ- ମଣିଶଙ୍କର ଆୟରଙ୍କୁ ମୋଦିଙ୍କ ଟାର୍ଗେଟ; 'କଂଗ୍ରେସ ନିଜ ଦେଶବାସୀଙ୍କୁ ଭୟଭୀତ କରିବା ଲାଗି ବାଟ ଖୋଜୁଛି'

ମଣିଶଙ୍କର ଏପରି ବିବାଦୀୟ ବୟାନ ଦେବା ପରେ କଂଗ୍ରେସ ନିଜକୁ ଏଥିରୁ ଦୂରେଇ ରଖିଛି । ମଣିଶଙ୍କରଙ୍କ ପରେ ଜମ୍ମୁକାଶ୍ମୀର ନ୍ୟାସନାଲ କନଫରେନ୍ସ (NC) ନେତା ଫାରୁକ ଅବଦୁଲ୍ଲା ମଧ୍ୟ ସମାନ କଥାକୁ ଦୋହରାଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ 'ପିଓକେ ନିଶ୍ଚିତ ଭାରତରେ ମିଶିବ' ମନ୍ତବ୍ୟକୁ ଫାରୁକ ଟାର୍ଗେଟ କରି କହିଥିଲେ, "ପାକିସ୍ତାନ ଏହା ପରେ ଚୁପ ବସିବ ନାହିଁ । ଆମ ଉପରେ ପରମାଣୁ ବୋମା ଫିଙ୍ଗିବ ।"

ସୂଚନା ଥାଉ କି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ଧମାଳ ଗସ୍ତ କରିବା ସମୟରେ ଏହି ବିବାଦୀୟ ମନ୍ତବ୍ୟ ନେଇ ମଣିଶଙ୍କର ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ । କଂଗ୍ରେସ ନିଜ ଦେଶବାସୀଙ୍କୁ ଭୟଭୀତ କରିବା ଲାଗି ବାଟ ଖୋଜୁଛି ବୋଲି କହିଥିଲେ ମୋଦି । ଏହାସହିତ ମୋଦି ପାକିସ୍ତାନର ଦୁର୍ବଳ ଅର୍ଥନୀତିକୁ ମଧ୍ୟ ଟାର୍ଗେଟ କରି କହିଥିଲେ, "ସେମାନେ (କଂଗ୍ରେସ) ପାକିସ୍ତାନର ବୋମା ବିଷୟରେ କହୁଛନ୍ତି, କିନ୍ତୁ ପାକିସ୍ତାନର ସ୍ଥିତି ଏପରି ଯେ ସେମାନେ ତାହାକୁ କେଉଁଠି ରଖିବେ ଜାଣିପାରୁନାହାନ୍ତି । ସେମାନେ ସେହି ବୋମାଗୁଡ଼ିକୁ ବିକ୍ରି କରିବାକୁ ମଧ୍ୟ ଚାହୁଁଛନ୍ତି, ହେଲେ କିଣିବାକୁ କେହି ବି ରାଜି ନାହାନ୍ତି । କାରଣ ସମସ୍ତେ ବୋମାର ଖରାପ କ୍ବାଲିଟି ସମ୍ପର୍କରେ ଅବଗତ ଅଛନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.