ETV Bharat / bharat

ବଢିଲା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୁରକ୍ଷା, ମିଳିଲା Z ସିକ୍ୟୁରିଟି କଭର - Z Security Cover to CEC Rajiv Kumar

author img

By ETV Bharat Odisha Team

Published : Apr 9, 2024, 4:36 PM IST

Z Security Cover to CEC Rajiv Kumar: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିଲା Z ବର୍ଗର ସୁରକ୍ଷା । ଧମକ ମିଳିବା ପରେ ସୁରକ୍ଷା ବଢାଇଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । 24 ଘଣ୍ଟିଆ ସୁରକ୍ଷା ଦେବେ କେନ୍ଦ୍ରୀୟ ଫୋର୍ସର ସଶସ୍ତ୍ର ଯବାନ । ଅଧିକ ପଢନ୍ତୁ

ବଢିଲା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୁରକ୍ଷା, ମିଳିଲା ‘Z’ ସିକ୍ୟୁରିଟି କଭର

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଯୋଗାଯିବ ‘ଜେଡ’ ସୁରକ୍ଷା । ଧମକ ମିଳିବା ପରେ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି ଏହି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏବେ ରାଜୀବଙ୍କ ସୁରକ୍ଷାରେ କେନ୍ଦ୍ରୀୟ ଫୋର୍ସର ପ୍ରଶିକ୍ଷିତ ସଶସ୍ତ୍ର ଯବାନ ନିୟୋଜିତ ରହିବେ । କେନ୍ଦ୍ରୀୟ ରିଜର୍ଭ ଫୋର୍ସ (ସିଆରପିଏଫ)ର ପ୍ରାୟ 40ରୁ 45ଜଣ ଯବାନ ରାଜୀବଙ୍କୁ 24ଘଣ୍ଟିଆ ସୁରକ୍ଷା ଯୋଗାଇବେ । ନିର୍ବାଚନ ସମୟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ତାଙ୍କ ଟିମ ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରି ନିର୍ବାଚନ ପ୍ରକ୍ରିୟା ତଦାରଖ କରିବା ଜାରି ରଖିଛନ୍ତି ।

ଏପ୍ରିଲ 19ରୁ ଦେଶରେ 7 ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ଦେଶର ସର୍ବୋଚ୍ଚ ନିର୍ବାଚନ ପରିଚାଳନା ସଂସ୍ଥା ‘ନିର୍ବାଚନ କମିଶନ’ ଏହି ପୁରା ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଛି । ବିଶ୍ବର ସର୍ବବୃହତ୍ତ ଗାଣତାନ୍ତ୍ରିକ ଦେଶ ଭାରତରେ ନିର୍ବାଚନ ପରିଚାଳନା ଏକ ଅହ୍ବାନପୂର୍ଣ୍ଣ ଓ ସମୟ ସାପେକ୍ଷ ପ୍ରକ୍ରିୟା ମଧ୍ୟ । ଏବେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସହ ଅନ୍ୟ ଦୁଇ ଆୟୁକ୍ତଙ୍କ କାର୍ଯ୍ୟରତ ଅଛନ୍ତି । ନିଜେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରିବା ଜାରି ରଖିଛନ୍ତି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ରାଜୀବ ଓ ତାଙ୍କ ଟିମ ପ୍ରାୟ ସମସ୍ତ ରାଜ୍ୟ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିସାରିଛନ୍ତି ।

ରାଜୀବ କୁମାର ହେଉଛନ୍ତିି, ଜଣେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ । 1984 ବ୍ୟାଚର ଏହି ଅଧିକାରୀ ପ୍ରଶାସନିକ ସେବାରେ ଏକାଧିକ ଗୁରୁ ଦାୟିତ୍ବ ତୁଲାଇବା ପରେ 2022 ମେ’15 ତାରିଖର ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ବ ଗ୍ରହଣ କରିଥିଲ । ଏହା ପୂର୍ବରୁ ସେ ଦୁଇବର୍ଷ ପୂର୍ବେ 2020 ରେ ଆୟୋଗରେ ଜଣେ ଆୟୁକ୍ତ ଭାବେ ନିଯୁକ୍ତି ପାଇଥିଲେ । ଏବେ ଅଷ୍ଟାଦଶ ଲୋକସଭା ନିର୍ବାଚନ ସମୟରେ ରାଜୀବ ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ବରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ମହାରାଷ୍ଟ୍ରରେ ଛିଡିଲା ଆସନ ଭାଗବଣ୍ଟା; 21ରେ ଲଢିବେ ଉଦ୍ଧବ, କଂଗ୍ରେସକୁ 17 - Lok Sabha Election 2024

ତେବେ ଭାରତରେ କେବଳ ପ୍ରଧାନମନ୍ତ୍ରୀ ଏସପିଜି ସୁରକ୍ଷା ଅଧୀନରେ ଥିବା ବେଳେ ଅବଶିଷ୍ଟ ସମସ୍ତ ବିଶିଷ୍ଟ ରାଜନୈତିକ ଓ ଅନ୍ୟ ଚର୍ଚ୍ଚିତ ବ୍ୟକ୍ତିବିଶେଷଙ୍କୁ ଜେଡ-ପ୍ଲସ, ଜେଡ, ଓ୍ବାଇ ଓ ଓ୍ବାଇ-ପ୍ଲସ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.