ETV Bharat / bharat

କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆଜି ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ମହାରାଲି - INDIA Bloc Rally

INDIA Bloc Mega Rally: କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆଜି ଦିଲ୍ଲୀରେ ଆପ୍ ଓ ଇଣ୍ଡିଆ ମେଣ୍ଟର ମହାରାଲି । ଏନେଇ ଟ୍ରାଫିକ ଆଡଭାଇଜରୀ ଜାରି କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 31, 2024, 7:26 AM IST

Etv Bharat
Etv Bharat

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ମହାରାଲି । ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପ୍ରତିବାଦରେ ଆମ୍ ଆଦମୀ ପାର୍ଟି (AAP) ଏବଂ ଇଣ୍ଡିଆ ମେଣ୍ଟ ରାଜଧାନୀ ଦିଲ୍ଲୀର ରାମଲୀଳା ମୈଦାନରେ ବିଶାଳ ରାଲିର ଆୟୋଜନ କରିବ । ଏଥିରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ରାହୁଲ ଗାନ୍ଧୀଙ୍କ ସମେତ ସାରା ଦେଶରୁ ବିରୋଧୀ ଦଳର ତୁଙ୍ଗ ନେତା ଓ କାର୍ଯ୍ୟକର୍ତ୍ତାମାନେ ସାମିଲ ହେବେ । ଇଣ୍ଡିଆ ମେଣ୍ଟର ନେତାମାନେ ରାଜରାସ୍ତାକୁ ଓହ୍ଲାଇ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରିବେ ।

ମହାରାଲି ପାଇଁ ରାମଲୀଲା ମୈଦାନରେ ଏକ ବଡ଼ ମଞ୍ଚ ତିଆରି ହୋଇଛି । ଏଥିରେ ବିରୋଧୀ ମେଣ୍ଟର ସବୁ ଶୀର୍ଷ ନେତାମାନେ ଏକ ମିଳିତ ସଭାକୁ ସମ୍ବୋଧିତ କରିବେ । ମହାରାଲି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ, ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ମେଣ୍ଟର ଅନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ରହିବେ ।

ଏହା ମଧ୍ୟ ପଢନ୍ତୁ: ଇଣ୍ଡିଆ ମେଣ୍ଟ ମହାରାଲିକୁ ଦିଲ୍ଲୀ ପୋଲିସର ସବୁଜ ସଙ୍କେତ, ସାମିଲ ହେବେ 20 ହଜାର ଲୋକ - India Alliance Mega Rally

ମହାରାଲିରେ ସାମିଲ ହେବାକୁ ଆସିବାକୁ ଥିବା କାର୍ଯ୍ୟକର୍ତ୍ତାଙ୍କ ବିଶାଳ ପେଣ୍ଡାଲ ପ୍ରସ୍ତୁତ ହୋଇଛି । ରାଲି ସ୍ଥଳ ରାମଲୀଳା ମୈଦାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭାରି ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯିବା ସହିତ ପେଣ୍ଡାଲରେ ସିସିଟିଭି କ୍ୟାମେରା ଓ ମେଟାଲ ଡିଟେକ୍ଟର ଲଗାଯାଇଛି । ଦିଲ୍ଲୀ ପୋଲିସ ଅନୁସାରେ ରାମଲୀଳା ମୈଦାନରେ କେବଳ ୨୦ ହଜାର ଲୋକଙ୍କ ସମାବେଶ ଲାଗି ଅନୁମତି ଦିଆଯାଇଛି ।

ସେହିପରି ରାଲିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । ଏଥିରେ କୁହାଯାଇଛି, ରବିବାର ଦିନ ଆବଶ୍ୟକତା ଅନୁସାରେ ଟ୍ରାଫିକ ନିୟମ ଏବଂ ଗମନାଗମନର ସମୀକ୍ଷା କରାଯିବ । ଯାତ୍ରୀମାନଙ୍କୁ ଘରୋଇ ଯାନବାହାନ ବଦଳରେ ବସ୍ କିମ୍ବା ମେଟ୍ରୋରେ ଯାତାୟତ କରିବାକୁ ଏବଂ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସମୟ ପୂର୍ବରୁ ଘରୁ ବାହାରିବାକୁ ନିବେଦନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.