ETV Bharat / bharat

କର୍ଣ୍ଣାଟକରେ ସବୁବର୍ଗର ମୁସଲିମଙ୍କୁ OBC ମାନ୍ୟତା, ମୋଦି କହିଲେ ଭୋଟବ୍ୟାଙ୍କ ରାଜନୀତି - OBC status to Muslims

author img

By ETV Bharat Odisha Team

Published : Apr 24, 2024, 1:09 PM IST

Updated : Apr 24, 2024, 3:03 PM IST

Muslims of Karnataka get OBC status: କର୍ଣ୍ଣାଟକରେ ସବୁବର୍ଗର ମୁସଲିମଙ୍କୁ OBC ମାନ୍ୟତା । ଶିକ୍ଷା ଓ ନିଯୁକ୍ତିରେ ପାଇବେ ଅନ୍ୟାନ୍ୟ ପଛୁଆ ବର୍ଗ ପରି ସଂରକ୍ଷଣ ସୁବିଧା । ପଛୁଆ ବର୍ଗ ଆୟୋଗ କଲେ ଘୋଷଣା । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ସବୁବର୍ଗର ମୁସଲିମଙ୍କୁ OBC ମାନ୍ୟତା, ମୋଦି କହିଲେ ଭୋଟବ୍ୟାଙ୍କ ରାଜନୀତି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସବୁବର୍ଗର ମୁସଲିମଙ୍କୁ ମିଳିଲା OBC ମାନ୍ୟତା । ରାଜ୍ୟର ଥିବା ସମସ୍ତ ବର୍ଗର ଓ ଜାତିର ମୁସଲିମ ଧର୍ମାବଲମ୍ବୀମାନେ ଏହି ସଂରକ୍ଷଣ ଶ୍ରେଣୀଭୁକ୍ତ ହୋଇଛନ୍ତି । ରାଜ୍ୟରେ ଥିବା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପରି ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଏମାନେ ମଧ୍ୟ ସଂରକ୍ଷଣ ସୁବିଧା ପାଇବେ । ରାଜ୍ୟ ଅନ୍ୟାନ୍ୟ ପଛୁଆ ବର୍ଗ ଆୟୋଗ ଆଜି ଏହି ଘୋଷଣା କରିଛନ୍ତି ।

ତେବେ ସିଦ୍ଧରମେୟା ନେତୃତ୍ବାଧୀନ କଂଗ୍ରେସ ସରକାରର ଏହି ନିଷ୍ପତ୍ତିକୁ ଜାତୀୟ ଅନ୍ୟାନ୍ୟ ପଛୁଆ ବର୍ଗ ଆୟୋଗ ସମାଲୋଚନା କରିବା ସହ ଭୁଲ ଦର୍ଶାଯାଇଛନ୍ତି । ମୁସଲିମଙ୍କୁ ଓବିସି ସଂରକ୍ଷଣ ଶ୍ରେଣୀଭୂକ୍ତ କରିବା ସାମାଜିକ ନ୍ୟାୟ ନୀତିକୁ କ୍ଷୁର୍ଣ୍ଣ କରିଛି ବୋଲି ଆୟୋଗ କହିଛନ୍ତି । ଆୟୋଗ ଏହା ମଧ୍ୟ ସ୍ପଷ୍ଟ କହିଛନ୍ତି ଯେ ସାମାଜିକ ତଥା ଶିକ୍ଷାଗତ ପଛୁଆ ଜାତି କିମ୍ବା ସମ୍ପ୍ରଦାୟକୁ ଏକ ଧର୍ମ ସହିତ ସମାନ ଭାବରେ ବ୍ୟବହାର କରାଯାଇପାରିବ ନାହିଁ ।

ତେବେ 2011 ଜନଗଣନା ଅନୁସାରେ, କର୍ଣ୍ଣାଟକରେ ମୋଟ ଲୋକସଂଖ୍ୟାର ପ୍ରାୟ 12.92% ମୁସଲିମ ଜନସଂଖ୍ୟା ରହିଛି । ତେବେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ନିଷ୍ପତ୍ତି ରାଜନୀତି ଉଷ୍ମତାକୁ ମଧ୍ୟ ବଢାଇଛି । ଜାତୀୟ ପଛୁଆ ବର୍ଗ ଆୟୋଗ ସହ ବିଜେପି ମଧ୍ୟ ଏହାକୁ କଡା ଭାଷାରେ ଆଲୋଚନା କରିଛି । ଏପରିକି ଏହି ଘୋଷଣାନାମା ଆସିବାର କିଛି ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ବୟାନ ମଧ୍ୟ ସାମ୍ନାକୁ ଆସିଛି । ଛତିଶଗଡର ଅମ୍ବିକାପୁରରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ କେବଳ ଭୋଟ ବ୍ୟାଙ୍କ ପାଇଁ ଧର୍ମୀୟ ବିଭାଜନ ରାଜନୀତି କରୁଛି । ଦଳ କେବଳ ଧର୍ମ ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଚାହୁଁଛି । କଂଗ୍ରେସ କେବଳ ଧର୍ମଗତ ସଂରକ୍ଷଣ ନୁହେଁ ବରଂ ଉତ୍ତରାଧିକାରୀ ସତ୍ତ୍ବେରେ ମଧ୍ୟ କର ଲାଗୁ କରିବାକୁ ଚାହୁଛି ।

ଏହା ମଧ୍ୟ ପଢନ୍ତୁ :- ବିରୋଧୀଙ୍କୁ ଉତ୍ତର ଦେଲେ ଦୀପାଳି; 'ମହିଳା ସଶକ୍ତିକରଣ ହିଁ ଏକମାତ୍ର ବିକାଶର ମାର୍ଗ' - Dipali Das election campaign

ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ଓଭରସିଜ କଂଗ୍ରେସର ମୁଖ୍ୟ ସାମ ପିଟ୍ରୋଡାଙ୍କ ମନ୍ତବ୍ୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସର ନୀତି ଉପରେ ବର୍ଷିଥିଲେ । ଜୀବନବ୍ୟାପୀ ଲୁଟିବା ପରେ କଂଗ୍ରେସ ମୃତ୍ୟୁ ପରେ ମଧ୍ୟ ଲୁଟିବା ପାଇଁ ଉଦ୍ଦେଶ୍ୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ପିଟ୍ରୋଡାଙ୍କ ମନ୍ତବ୍ଯରୁ କଂଗ୍ରେସ ଦଳକୁ ଦୂରେଇ ରଖିଛି । ଏହା ପିଟ୍ରୋଡାଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କଂଗ୍ରେସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 24, 2024, 3:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.