ମେଷ: ଆପଣଙ୍କୁ ସମାଜରୁ ପ୍ରେରଣା ମିଳିବ । ଅର୍ଥ ସମାଗମର ବାଟ ଖୋଲିଯିବ । ଜୀବନ ଖୁସି ଓ ସନ୍ତୋଷପୂର୍ଣ୍ଣ ରହିବ । ଆପଣ କୌଣସି ଜରୁରୀ କଥାବାର୍ତ୍ତାରେ ଭାଗ ନେବେ । କିନ୍ତୁ ନିଜ କଥା କହିବାରେ ସଞ୍ଜମତା ରକ୍ଷା ରଖନ୍ତୁ । ବିଭିନ୍ନ ସୁଚିନ୍ତାଧାରାରେ ଆଜି ମଗ୍ନ ରହିବେ । ଯଦି ଏହାକୁ ଠିକରେ କାର୍ଯ୍ୟକାରୀ କରିପାରିବେ ତେବେ ଉପକାର ପାଇବେ ।
ବୃଷ: ଆଜି ଦିନସାରା ଖୁସିରେ ରହିବେ । ଚିନ୍ତା ମୁକ୍ତ ରହିବେ । ଆପଣଙ୍କ ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ ଠିକ ସମୟରେ ଶେଷ ହେବ । ଧନ ଲାଭ ହେବ । ଶେଷ ହୋଇନଥିବା କାମକୁ ସମାପ୍ତ କରିବେ । ମାତାପିତାଙ୍କ ଠାରୁ ସୁସମ୍ବାଦ ମିଳିବ । ଏହା ସହିତ ସେମାନଙ୍କ ଠାରୁ ଲାଭ ମଧ୍ୟ ପାଇବେ । ରୋଗୀମାନେ ରୋଗମୁକ୍ତ ହେବେ । ବନ୍ଧୁମାନେ ସାହାଯ୍ୟର ହାତ ବଢାଇବେ ।
ମିଥୁନ: ସପ୍ତାହ ସାରା ସ୍ତ୍ରୀ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ବ୍ୟସ୍ତ ରହିବ । ବାଦ ବିବାଦ ଏବଂ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ସମୟ ନଷ୍ଟ କରିବା ପାଇଁ କାହାରିକୁ ସୁବିଧା ଦିଅନ୍ତୁ ନାହିଁ । ସାଙ୍ଗଙ୍କ ପାଇଁ ଅର୍ଥ ଖର୍ଚ୍ଚ କରିବେ । ପେଟଜନିତ ଯନ୍ତ୍ରଣା ଭୋଗିବେ । ଯାତ୍ରା ବର୍ଜନୀୟ ଅଟେ । ସନ୍ଧ୍ୟା ସମୟରେ ଆପଣଙ୍କ ହାଲୁକା ଅନୁଭବ ହେବ । ଆଜି କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଗଜାନନଙ୍କୁ ସ୍ମରଣ କରନ୍ତୁ ।
କର୍କଟ: ଖରାପ ଚିନ୍ତା ଆପଣଙ୍କ ଦୁଃଖର କାରଣ ହେବ । ନିଜକୁ ଶକ୍ତି ସାମର୍ଥ ଶୂନ୍ୟ ପରି ଭାବିବେ । ପାରିବାରିକ ଗଣ୍ଡଗୋଳ ଲାଗି ରହିବ । ଖର୍ଚ୍ଚ ବଢିବ । ଏହାକୁ ରୋକିବାରେ ଅସଫଳ ହେବେ । ଚିନ୍ତା ମଗ୍ନ ରହିବା ସହିତ ଭଲରେ ଶୋଇପାରିବେ ନାହିଁ । ହୃଦୟ ଜନିତ ଯନ୍ତ୍ରଣା ପାଇବେ । ବ୍ୟବସାୟରେ ଆଶାତିତ ଲାଭ ପାଇବେ ନାହିଁ । ଦିନ ତମାମ ବ୍ୟସ୍ତ ବିବ୍ରତ ମଧ୍ୟ ଦେଇ ଗତି କରିବେ । ପରିବାର ମଧ୍ୟରେ ମନୋମାଳିନ୍ୟ ଦେଖାଦେଇପାରେ ।
ସିଂହ: ଦିନସାରା ଆନନ୍ଦମୟ ଓ ଶାନ୍ତିପୂର୍ଣ୍ଣ ରହିବ । ପ୍ରେମିକା ସହିତ ସମ୍ପର୍କ ଅଧିକ ଦୃଢୀଭୂତ ହେବ । ପ୍ରତିଟି ସମ୍ପର୍କର ମହତ୍ୱ ବୁଝି ପାରିବେ । ପାଖରେ ଥିବା ପରିଦର୍ଶନ ସ୍ଥଳ ବୁଲିଯାଇପାରନ୍ତି । ଚିନ୍ତା ଦୂର ହେବ ଓ କାର୍ଯ୍ୟରେ ସଫଳ ହେବେ । ଆଜି ସନ୍ଧ୍ୟା ସମୟରେ ପିଭୁ ଗଣେଶଙ୍କ ଦର୍ଶନ କରିବା ପାଇଁ ଯାଇପାରନ୍ତି । ପିରଭୁଙ୍କ ଦର୍ଶନ ସାରି ଫେରିବା ପରେ ଏକ ବଡ଼ ଖୁସି ଖବର ଆପଣଙ୍କୁ ଅପେକ୍ଷା କରିଥିବ ।
କନ୍ୟା: ପରିବାରରେ ଶାନ୍ତ ବାତାବରଣ ରହିବ । ମଧୁର କଥା କହି ସବୁ କାମ ସଫଳତାର ସହିତ ଶେଷ କରିବେ । କୌଣସି ସୂକ୍ଷ୍ମ ବିଚାର ନକରିବା ପାଇଁ ଚେଷ୍ଟା କରିବେ । ମିଷ୍ଠାନ୍ନ ଭୋଜନରେ ଆପ୍ୟାୟିତ ହେବେ । କର୍ମକ୍ଷେତ୍ରରେ ପ୍ରସଂଶିତ ହେବ । ଭ୍ରମଣରେ ଯାଇପାରନ୍ତି । ପୁରୁଣା ବନ୍ଧୁକଙ୍କ ସହ ଦେଖାହୋଇପାରେ । ବ୍ୟବସାୟରେ ଲାଭ ମିଳିବ । ବିଘ୍ନହରତା ଗଣେଶଙ୍କ କୃପାରୁ ଶତ୍ରୁଙ୍କୁ ପରାଜିତ କରିବେ । ମାତ୍ର ଆଜି ଜଗିରଖି ଖର୍ଚ୍ଚ କରନ୍ତୁ । ଛାତ୍ର ପାଠପଢାରେ ଦୁର୍ବଳ ହେବେ ।
ତୁଳା: ଆର୍ଥିକ ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ନୂତନ କାମ କରିବାର ସୁଯୋଗ ମିଳିପାରେ । ଦେହ ଓ ମନ ସୁସ୍ଥ ରହିବ । ନିଷ୍ଠାର ସହିତ ଠିକ ସମୟରେ କାର୍ଯ୍ୟ ଶେଷ କରିବେ । ନିଜ ଉପରେ ଭରସା ବଢିବ । ମୌଜମଜଲିସରେ ଅନେକ ଅର୍ଥ ସାରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆଶା ଠାରୁ ଅଧିକ ଆୟ ହେବ । ନିଜ ଉପରେ ନ୍ୟସ୍ତଥିବା କାର୍ଯ୍ୟକୁ ସଫଳତାର ସହ ସମାପ୍ତ କରିବେ ।
ବିଛା: ଆପଣ ନିଜର କ୍ରୋଧ ନିୟନ୍ତ୍ରଣ କରନ୍ତୁ । ରାଗ ସମୟରେ କଥାବାର୍ତ୍ତାରେ ସଂଯମତା ଅବଲମ୍ଵନ କରନ୍ତୁ । ମସ୍ତିଷ୍କରେ ବିଭିନ୍ନ ଚାପ ଯୋଗୁଁ ସବୁବେଳେ ଉତ୍କଣ୍ଠିତ ରହିବେ । ଶାରୀରିକ ଅସୁସ୍ଥତା ମଧ୍ୟ ମନକୁ ବିବ୍ରତ କରିପାରେ । ଗାଡି ଚଳାଇବା ବେଳେ ସତର୍କତା ଅବଲମ୍ୱନ ନକଲେ ଦୁର୍ଘଟଣା ଘଟିବାର ଆଶଙ୍କା ଅଛି । କୌଣସି ନିଜର ଅଙ୍ଗରେ ଅସ୍ତ୍ରପୋଚାର କରିବାର ଥିଲେ ମଧ୍ୟ କରନ୍ତୁ ନାହିଁ । ପରିବାର ଓ ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦ କରିପାରନ୍ତି । ଆଇନ ସମ୍ପନ୍ଧୀୟ କାର୍ଯ୍ୟରେ ସତର୍କତା ଅବଲମ୍ୱନ କରିନ୍ତୁ ।
ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ପ୍ରଭୁ ଗଣେଶଙ୍କ ଦୟାରୁ ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ । ସାମାଜିକ ତଥା ବ୍ୟକ୍ତିଗତ ଜୀବନରେ ସୁଫଳ ପ୍ରାପ୍ତି ଯୋଗ ଅଛି । ପ୍ରିୟଜନଙ୍କ ସହ ଆପଣ ପରିଭ୍ରମଣ କରି ମୌଜମଜଲିସରେ ସମୟ ଅତିବାହିତ କରିପାରନ୍ତି । ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ପାଇବେ । ଯେଉଁ ଯୁବକ ଯୁବତୀ ବିବାହ ପାଇଁ ପାତ୍ର ଖୋଜା ଯାଉଛି ସେମାନେ ନିଜର ପସନ୍ଦ ମୁତାବକ ଜୀବନସାଥୀ ପାଇବେ ।
ମକର: ଆଜି ବ୍ୟବସାୟରୁ ଅଧିକ ଲାଭ ପାଇବେ । ଆଜି ଉଧାର ଯାଇଥିବା ଅର୍ଥ ହସ୍ତଗତ ହେବା ସହ ଭ୍ରମଣରୁ ଓ ଅନ୍ୟାନ୍ୟ ଦିଗରୁ ମଧ୍ୟ ଅର୍ଥ ପାଇବେ । ସରକାରୀ ତଥା ବନ୍ଧୁବନ୍ଧବଙ୍କ ଠାରୁ ସହାୟତା ମିଳିବ । ପ୍ରିୟଜନ ଉପହାର ଦେଇ ଚକିତ କରିବେ । ନିଁଆ, ପାଣି ଏବଂ ଦୁର୍ଘଟଣା ପାଇଁ ସତର୍କ ରୁହନ୍ତୁ । ବ୍ୟବସାୟିକ କାମରେ ବହୁତ ଏପଟ ସେପଟ ହୋଇପାରନ୍ତି । ପିଲାଙ୍କ ପାଠପଢାର ଅଭିବୃଦ୍ଧିକୁ ପରିଲକ୍ଷିତ କରିବେ ।
କୁମ୍ଭ: ଆଜି ମିଶ୍ରିତ ଫଳ ମିଳିବ । ମନ ଭଲ ରହିବ । ମାତ୍ରାଧିକ କାମ ପାଇଁ ଅଧିକ ବଳ ହେବନି । ଉପରିସ୍ଥ ଅଧିକାରୀ କାମରେ ଅସନ୍ତୁଷ୍ଟ ହେବେ । କିଛି ବଡଧରଣର ବିକ୍ରି କରିପାରନ୍ତି । ଯାତ୍ରା କରିପାରନ୍ତି । ବିଦେଶରୁ ଖୁସି ଖବର ପାଇବେ । ପିଲାମାନେ ଚିନ୍ତାର କାରଣ ହେବେ । ପଡ଼ୋଶୀଙ୍କ ସହ ମତାନ୍ତର ହୋଇପାରେ । ପ୍ରଭୁ ପାର୍ବତୀ ନନ୍ଦନଙ୍କୁ ସ୍ମରଣ କରି ଦିନ ଆରମ୍ଭ କଲେ ଆଜି ସବୁ ସମସ୍ୟା ସମାଧାନରେ ପରିଣତ ହୋଇଯିବ ।
ମୀନ: ଆଜି ଭାଗ୍ୟ ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ପାଇଁ ମଧ୍ୟମ ଦିନ ଅଟେ । ପରିଶ୍ରମ ବହୁଳ କାର୍ଯ୍ୟ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଓ ଖର୍ଚ୍ଚରେ ଯତ୍ନଶୀଳ ହୁଅନ୍ତୁଷ । ଖର୍ଚ୍ଚ ବଢ଼ିପାରେ । ଆଜି ଟଙ୍କା ନେଣ ଦେଣ କାର୍ଯ୍ୟ ନକରିବା ଭଲ ରହିବ । କଥା କହିବା ସମୟରେ ନିୟନ୍ତ୍ରଣ ରଖନ୍ତି ।ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ । ଆପଣଙ୍କ ଦିନଟିକୁ ଭଲରେ ପରିଣତ କରିବ ।