ETV Bharat / bharat

ଆଦି କୈଳାସ ଦର୍ଶନ ପାଇଁ ହେଲିକପ୍ଟର ସେବା ଆରମ୍ଭ, ପ୍ରଥମ ଦିନରେ ଗଲେ ୧୬ ଯାତ୍ରୀ - ADI KAILASH AND OM PARVAT DARSAN - ADI KAILASH AND OM PARVAT DARSAN

ADI KAILASH YATRA 2024: ପବିତ୍ର ଧାର୍ମିକ ସ୍ଥଳ ଆଦି କୈଳାଶ ଓ ଓମ୍ ପର୍ବତକୁ ଦର୍ଶନ କରିବା ପାଇଁ ଆରମ୍ଭ ହୋଇଛି ହେଲିକପ୍ଟର ସେବା । ପ୍ରଥମ ଦିନରେ ଗୁଜୁରାଟ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ଦିଲ୍ଲୀ ଓ ହରିୟାଣାରୁ ୧୬ ଜଣ ତୀର୍ଥଯାତ୍ରୀ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ହେଲିକେପ୍ଟର ଯୋଗେ ଆଦି କୈଳାସ ଦର୍ଶନ ଆରମ୍ଭ, ପ୍ରଥମ ଦିନ ୧୬ ଯାତ୍ରୀ ସାମିଲ

author img

By ETV Bharat Odisha Team

Published : Apr 2, 2024, 7:40 AM IST

ଡେରାଡୁନ: ଏଣିକି ହିନ୍ଦୁମାନଙ୍କ ପବିତ୍ର ଧାର୍ମିକ ସ୍ଥଳ ଆଦି କୈଳାଶ ଓ ଓମ୍ ପର୍ବତ ଦର୍ଶନ କରିବା ସହଜ ହୋଇଛି । ବର୍ତ୍ତମାନ ହେଲିକପ୍ଟର ଜରିଆରେ ଏହି ଦୁଇ ଧାର୍ମିକ ସ୍ଥଳକୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି କ୍ରମରେ ସର୍ବପ୍ରଥମେ ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ଦିଲ୍ଲୀ ଓ ହରିୟାଣାରୁ ୧୬ ଜଣ ତୀର୍ଥଯାତ୍ରୀ ଦର୍ଶନ କରିଛନ୍ତି । ଯେଉଁଥିରେ ୯ ଜଣ ପୁରୁଷ ଓ ୭ ଜଣ ମହିଳା ସାମିଲ ଥିଲେ । ଆଦି କୈଳାସ ଓ ଓମ୍ ପର୍ବତକୁ ଦର୍ଶନ କରି ତୀର୍ଥଯାତ୍ରୀମାନେ ବେଶ ଖୁସି ପ୍ରକଟ କରିଛନ୍ତି ।

ପିଥୋରାଗଡରେ ପର୍ଯ୍ୟଟନର ବିକାଶ ପାଇଁ ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ପକ୍ଷରୁ ରୁଦ୍ରାକ୍ଷ ଏଭିଏସନ ପ୍ରାଇଭେଟ ଲିମିଟେଡ, ଟ୍ରିପ୍ ଟୁ ଟେମ୍ପଲ ଓ କୁମାଉଁ ମଣ୍ଡଳ ବିକାଶ ନିଗମର ସହଯୋଗରେ ସୋମବାର ଠାରୁ ଏକ ଦିବସୀୟ ହେଲିକପ୍ଟର ଦର୍ଶନ ସେବା ବ୍ୟବସ୍ଥା କରାଯାଇଛି । ପିଥୋରାଗଡର ନୈନି ସୈନୀ ଏୟାରପୋର୍ଟରେ ଯାତ୍ରୀମାନେ ପହଞ୍ଚିଥିଲେ । ଶିବଭକ୍ତିରେ ନିମଗ୍ନ ହୋଇ ଏୟାରପୋର୍ଟରେ ବମ ବମ ଭୋଲେର ନାରା ଦେଇଥିଲେ । ଯାତ୍ରୀମାନେ ଭଲ ବନ୍ଦୋବସ୍ତ ପାଇଁ ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ ଓ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ବେଶ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ... ଜ୍ଞାନବ୍ୟାପୀ ମସଜିଦ ଭିତରେ ଜାରି ରହିବ ହିନ୍ଦୁପକ୍ଷର ପୂଜାର୍ଚ୍ଚନା, ରୋକ ଲଗାଇବା ପାଇଁ ମନା କଲେ ସୁପ୍ରିମକୋର୍ଟ - Gyanvapi Mosque Case

ଯାତ୍ରୀମାନେ କହିଥିଲେ ଯେ, ଆଦି କୈଳାଶ ଏବଂ ଓମ୍ ପର୍ବତକୁ ନିକଟରେ ଦର୍ଶନ କଲୁ । ବର୍ତ୍ତମାନ ସେମାନେ ନିଜ ସହରର ଲୋକଙ୍କୁ ଭଗବାନ ଶଙ୍କରଙ୍କ ବାସସ୍ଥାନ ଆଦି କୈଳାଶ ଏବଂ ଓମ ପର୍ବତ ବିଷୟରେ କହିବେ । ଆଗାମୀ ସମୟରେ ଉତ୍ତରାଖଣ୍ଡର ପର୍ଯ୍ୟଟନ ନିଶ୍ଚିତ ଭାବେ ବୃଦ୍ଧି ପାଇବ ବୋଲି ମଧ୍ୟ କହିଛନ୍ତି । ପିଥୋରାଗଡ ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ କିର୍ତ୍ତୀ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ, ନିକଟ ଭବିଷ୍ୟତରେ ଧାର୍ମିକ ପର୍ଯ୍ୟଟନ ବୃଦ୍ଧି ହେବାର ଅନେକ ସମ୍ଭାବନା ରହିଛି । ଏହି ଯୋଜନା ଅଧୀନରେ ସ୍ଥାନୀୟ ହୋମ ଷ୍ଟେ ଅପରେଟରମାନଙ୍କୁ ସଂଯୋଗ କରାଯିବ । ଯେଉଁ କାରଣରୁ ସ୍ଥାନୀୟ ସ୍ତରରେ ପଳାୟନ ବନ୍ଦ ହୋଇଯିବ ଏବଂ ଲୋକମାନେ ଆତ୍ମନିର୍ଭରଶୀଳ ହେବେ ।ପରବର୍ତ୍ତୀ ତୀର୍ଥଯାତ୍ରୀ ବ୍ୟାଚ 3 ଏପ୍ରିଲରେ ଆଦି କୈଳାଶ ଏବଂ ଓମ୍ ପର୍ବତକୁ ଯିବ । ଏହାପରେ 15 ଏପ୍ରିଲରୁ 10 ମେ' ମଧ୍ୟରେ ଆଦି କୈଳାଶ ଏବଂ ଓମ୍ ପର୍ବତକୁ 5 ଦିନ ଏବଂ 4 ରାତିର ଯାତ୍ରା ଆୟୋଜନ କରାଯିବ ।

ପ୍ରକାଶଯୋଗ୍ୟ ଯେ, ଗତ ୫ ବର୍ଷ ଧରି ମାନସ ସରୋବର ଯାତ୍ରା ବନ୍ଦ ରହିଛି । ଏଥିପାଇଁ ଯାତ୍ରୀମାନେ ଆଦି କୈଳାସ ଓ ଓମ୍ ପର୍ବତ ଯାତ୍ରାରେ ସାମିଲ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.