ETV Bharat / bharat

କର୍ଣ୍ଣାଟକରେ କ୍ରାଇମ୍, କେରଳରୁ ଗିରଫ: 31 ବର୍ଷର ଲୁଚକାଳି ପରେ ପୋଲିସ ପଞ୍ଝାରେ ପତ୍ନୀହନ୍ତା ସ୍ୱାମୀ

author img

By ETV Bharat Odisha Team

Published : Feb 17, 2024, 3:38 PM IST

Wife Killer Husband Arrested after 31 year: 31 ବର୍ଷ ପରେ ଗିରଫ ହେଲା ପତ୍ନୀହନ୍ତା ସ୍ୱାମୀ । କର୍ଣ୍ଣାଟକ ହେବାଲ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗିରଫଦାରୀରୁ ବର୍ତ୍ତିବାକୁ ଧର୍ମ ପରିବର୍ତ୍ତନ କରିଥିଲା ଆସାମୀ । ସୁବ୍ରମଣିରୁ ପାଲଟିଥିଲା ହୁସେନ । ଆସନ୍ତୁ ଜାଣିବା ପୂରା ଘଟଣା,

31 ବର୍ଷ ପରେ ଗିରଫ ହେଲା ପତ୍ନୀହନ୍ତା ସ୍ୱାମୀ
31 ବର୍ଷ ପରେ ଗିରଫ ହେଲା ପତ୍ନୀହନ୍ତା ସ୍ୱାମୀ

ବେଙ୍ଗାଲୁରୁ: ଗିରଫଦାରୀରୁ ବର୍ତ୍ତିବାକୁ କରିଥିଲା ଧର୍ମ ପରିବର୍ତ୍ତନ । ସୁବ୍ରମଣିରୁ ପାଲଟିଥିଲା ହୁସେନ । ପୋଲିସକୁ ଚଖମା ଦେବାକୁ ଯାଇ ଧର୍ମ ଓ ନାମ ପରିବର୍ତ୍ତନ କରି ବାହାର ରାଜ୍ୟରେ ଏକ ମସଜିଦରେ ଲୁଚି ରହିଥିଲା । ଲୁଚକାଳି ଖେଳ ଭିତରେ ଶେଷରେ ଧରାପଡ଼ିଲା । 31 ବର୍ଷ ପରେ ପୋଲିସ ପଞ୍ଝାରେ ପଡ଼ିଲା ପତ୍ନୀହନ୍ତା ସ୍ୱାମୀ । 31 ବର୍ଷ ଧରି ପୋଲିସ ଖୋଜୁଥିବା ବେଳେ ଏକ ସ୍ୱତନ୍ତ୍ର ଅପରେସନରେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ବେଙ୍ଗାଲୁରୁ ପୋଲିସ । ଏଭଳି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, 1993 ମସିହାରେ କର୍ଣ୍ଣାଟକର ହେବାଲ ଅଞ୍ଚଳରେ ଜଣେ ମହିଳା ନିଆଁରେ ପୋଡି ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ମହିଳାଙ୍କ ହତ୍ୟା ପଛରେ ତାଙ୍କ ସ୍ୱାମୀ ସୁବ୍ରମଣିଙ୍କ ହାତ ଥିବା ଜାଣିବାକୁ ପାଇଥିଲା । ତେବେ ପରକୀୟା ପ୍ରୀତି ସନ୍ଦେହରେ ହତ୍ୟା କରିଥିବା ନେଇ ଅଭିଯୁକ୍ତ ସ୍ୱୀକାର ମଧ୍ୟ କରିଥିଲା । ଏହାପରେ ମାମଲା ବିଚାରାଧୀନ ରହିଥିବା ବେଳେ ଅଭିଯୁକ୍ତକୁ କୋର୍ଟ ବେଲ୍ ପ୍ରଦାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ନାବାଳକ ପୁଅ ଚଳାଇଲା ବାଇକ, 30 ହଜାର ଫାଇନ ଗଣିଲେ ମା’

ଜାମିନରେ ଆସିବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ସୁବ୍ରମଣି ରାଜ୍ୟ ବାହାରକୁ ଚାଲିଯିବା ବେଳେ ପୋଲିସ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲା । ଏହାପରେ ଜାମିନ ବିହୀନ ପରଓ୍ବାନା ଜାରି କରି ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଦୀର୍ଘ ବର୍ଷ ହେଲା ତଦନ୍ତ ଜାରି ରଖିଥିଲା । ତେବେ ସୁବ୍ରମଣି କର୍ଣ୍ଣାଟକରୁ କେରଳ ଲୁଟି ପଳାଇଥିବା ଜାଣିବାକୁ ପାଇଥିଲା ପୋଲିସ ।

ଏହାମଧ୍ୟ ପଢନ୍ତୁ.. ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଦୁଇ ନାବାଳକ ଗୁରୁତର

31 ବର୍ଷ ପରେ କେରଳର ଚିକମାଗଲୁରଠାରେ ଅଭିଯୁକ୍ତ ସୁବ୍ରମଣିକୁ ଗିରଫ କରିଛି ପୋଲିସ । ତେବେ ସେଠାରେ କିଛି ବର୍ଷ ହେବ ନିଜ ଧର୍ମ ଓ ନାମ ପରିବର୍ତ୍ତନ କରି ହୁସେନ ସିକନ୍ଦର ବସା ନାମରେ ଗତ କିଛି ବର୍ଷ ଧରି ଏକ ମସଜିଦରେ ରହି ଆସୁଥିଲା ସୁବ୍ରମଣି । ଏନେଇ ଖବର ପାଇବା ପରେ ହେବାଲ ପୋଲିସ ଏକ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରି ସୁବ୍ରମଣିକୁ ଗିରଫ କରିଛି । ତେବେ କର୍ଣ୍ଣାଟକ ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.