ETV Bharat / bharat

ଅନୁମତି ଦେଲେନି ରାଜ୍ୟସଭା ଅଧ୍ୟକ୍ଷ, ଶପଥ ନେଇ ପାରିଲେନି ଆପ୍ ସାଂସଦ ସଞ୍ଜୟ ସିଂ - ଆପ୍ ନେତା ସଞ୍ଜୟ ସିଂ

Sanjay Singh not Allowed to Take Oath Today: ରାଜ୍ୟସଭା MP ଭାବେ ଶପଥ ନେବେନି ଆପ୍ ନେତା ସଞ୍ଜୟ ସିଂ । ମନା କଲେ ରାଜ୍ୟସଭା ଅଧ୍ୟକ୍ଷ । ଅଧିକ ପଢନ୍ତୁ

Jailed AAP leader Sanjay Singh
Jailed AAP leader Sanjay Singh
author img

By ETV Bharat Odisha Team

Published : Feb 5, 2024, 12:45 PM IST

ନୂଆଦିଲ୍ଲୀ: ଆଜି(ସୋମବାର) ରାଜ୍ୟସଭା ସାଂସଦ ଭାବେ ଶପଥ ନେଇପାରିବେ ନାହିଁ AAP ନେତା ସଞ୍ଜୟ ସିଂ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼, ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ସାଂସଦ ଭାବେ ଶପଥ ଗ୍ରହଣ କରିବା ପାଇଁ ଅନୁମତି ଦେଇ ନାହାନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କ କହିବା ଅନୁସାରେ, ଏହି ମାମଲା ବର୍ତ୍ତମାନ ବିଶେଷାଧିକାର କମିଟି ନିକଟରେ ରହିଛି ।

ପ୍ରକାଶଥାଉକି, ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ପକ୍ଷରୁ ଆଶିଂକ ଆଶ୍ବସ୍ତି ପ୍ରଦାନ କରାଯାଇଥିଲା । ଜେଲରୁ ଆସି ରାଜ୍ୟସଭା ସାସଂଦ ଭାବେ ଶପଥ ଗ୍ରହଣ କରିବା ପାଇଁ ଅନୁମତି ଦେଇଥିଲେ କୋର୍ଟ । ତେବେ ସୋମବାର ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷ, ସଞ୍ଜୟ ସିଂଙ୍କୁ ସାଂସଦ ଭାବରେ ଶପଥ ନେବାକୁ ଅନୁମତି ଦେଲେନାହିଁ ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା, ବଢିଲା ସଞ୍ଜୟ ସିଂ-ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି

ଫେବୃଆରୀ 1 ତାରିଖରେ ସଞ୍ଜୟ ସିଂ ଅନ୍ତରୀଣ ଜାମିନ ଆବେଦନ ପାଇଁ କୋର୍ଟରେ ହାଜର ହୋଇଥିଲେ । ଆଜି ଶପଥ ଗ୍ରହଣକୁ ଦୃଷ୍ଟିରେ ରଖି 7 ଦିନର ଅନ୍ତରୀଣ ଜାମିନ ମାଗିଥିଲେ । ଏହାସହ 5 ଫେବୃଆରୀରୁ 9 ଫେବୃଆରୀ ପର୍ଯ୍ୟନ୍ତ ସଂସଦରେ ଭାଗ ନେବେ ବୋଲି ଅନୁମତି ମାଗିଥିଲେ । କିନ୍ତୁ ଶପଥ ଗ୍ରହଣ ପୂର୍ବରୁ ଅନୁମତି ଦେଲେ ନାହିଁ ରାଜ୍ୟସଭା ଅଧ୍ୟକ୍ଷ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟସଭା ଗଲେ ସଞ୍ଜୟ ସିଂଙ୍କ ସମେତ 3 ଆପ୍‌ ନେତା, ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ରାଜଧାନୀ ଦିଲ୍ଲୀରେ ଆମ ଆଦମୀ ପାର୍ଟି (AAP)ର 3ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଆପ୍‌ ନେତା ସଞ୍ଜୟ ସିଂ, ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଓ ନାରାୟଣ ଦାସଗୁପ୍ତା ନିର୍ବାଚିତ ହୋଇଥିଲେ ।

ଜାନୁଆରୀ 19 ତାରିଖରେ ରାଜ୍ୟସଭା ନିର୍ବାଚନ ଲାଗି ସମୟ ଧାର୍ଯ୍ୟ ହୋଇଥିଲା । ମାତ୍ର 3ଟି ଆସନରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଭରିଥିବାରୁ ସେମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ବନ୍ଦୀ ଥିବା ସଞ୍ଜୟ ସିଂଙ୍କୁ ଦଳ ଦ୍ୱିତୀୟ ଥର ରାଜ୍ୟସଭା ପଠାଇଛି । ସେହିପରି ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ପ୍ରଥମ ଥର ଲାଗି ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏନଡି ଗୁପ୍ତା ମଧ୍ୟ ଦ୍ୱିିତୀୟ ଥର ଉଚ୍ଚ ସଦନ ରାଜ୍ୟସଭାକୁ ଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.