ETV Bharat / bharat

'ଜେଲ କେ ଜବାବ ମେଁ ହମ ଭୋଟ ଦେଙ୍ଗେ', AAP ନିର୍ବାଚନୀ ପ୍ରଚାର ଗୀତ ଉପରୁ ହଟିଲା ବ୍ୟାନ - AAP Campaign Song permitted - AAP CAMPAIGN SONG PERMITTED

AAP CAMPAIGN SONG PERMITTED: ଆପ୍‌ର ନିର୍ବାଚନ ପ୍ରଚାର ଗୀତ 'ଜେଲ କେ ଜବାବ ମେଁ ହମ ଭୋଟ ଦେଙ୍ଗେ' ଉପରୁ ହଟିଲା ବ୍ୟାନ । ବ୍ୟାନ ହଟାଇବା ଲାଗି ଆପ୍‌ ମୁଣ୍ଡ ନୁଆଁଇ ନଥିବା କହିଲେ ଆପ୍‌ ବରିଷ୍ଠ ନେତା ଦିଲ୍ଲୀ ପାଣ୍ଡେ । ଅଧିକ ପଢନ୍ତୁ

AAP ନିର୍ବାଚନୀ ପ୍ରଚାର ଗୀତ ଉପରୁ ହଟିଲା ବ୍ୟାନ
AAP ନିର୍ବାଚନୀ ପ୍ରଚାର ଗୀତ ଉପରୁ ହଟିଲା ବ୍ୟାନ (ଫଟୋ-ଇଟିଭି ଭାରତ)
author img

By ETV Bharat Odisha Team

Published : May 6, 2024, 5:00 PM IST

ନୂଆଦିଲ୍ଲୀ: ଆମ ଆଦମି ପାର୍ଟିର ନିର୍ବାଚନୀ ପ୍ରଚାର ଗୀତ 'ଜେଲ କେ ଜବାବ ମେଁ ହମ ଭୋଟ ଦେଙ୍ଗେ' ଗୀତକୁ ବ୍ୟାନ କରିଥିଲେ ଭାରତୀୟ ନିର୍ବାଚନ ଆୟୋଗ । ଏଥିରେ ବିରୋଧୀ ଦଳକୁ ସମାଲୋଚନା କରାଯାଇଛି ବୋଲି ଅଭିଯୋଗ ହୋଇଥିଲା । ହେଲେ ବିନା କୌଣସି ପରିବର୍ତ୍ତନ ପରେ ବି ଆଜି ନିର୍ବାଚନ ଆୟୋଗ ବ୍ୟାନ ହଟାଇଛନ୍ତି । ଦିଲ୍ଲୀ ପାର୍ଟି ମୁଖ୍ୟାଳୟରେ ଏକ ପ୍ରେସମିଟ କରି ଏନେଇ ସୂଚନା ଦେଇଛନ୍ତି ଆପ୍‌ର ବରିଷ୍ଠ ନେତା ଦିଲ୍ଲୀପ ପାଣ୍ଡେ । ବ୍ୟାନ ହଟାଇବା ଲାଗି ଆପ୍‌ ମୁଣ୍ଡ ନୁଆଁଇ ନଥିବା କହିଛନ୍ତି ଦିଲ୍ଲୀପ ।

ଏନେଇ ଦିଲ୍ଲୀପ ପାଣ୍ଡେ କହିଛନ୍ତି, "ବିଜେପିର ଅହଙ୍କାର ଶେଷ ହୋଇଛି । ଏବେ ଆମକୁ ଆମ ନିର୍ବାଚନୀ ପ୍ରଚାର ଗୀତକୁ ଲୋକଙ୍କ ନିକଟକୁ ନେବାକୁ ଅନୁମତି ମିଳିଛି । ଗତ ନିର୍ବାଚନ ଫଳାଫଳ ସମ୍ପର୍କରେ ଭଲ ଭାବରେ ବୁଝି ସାରିଛି ବିଜେପି । ତାଙ୍କ ପାଦ ତଳୁ ମାଟି ଖସିଗଲାଣି । ନିର୍ବାଚନୀ ପ୍ରଚାର ଗୀତ ଉପରେ ବ୍ୟାନ ଲଗାଯିବା ପରେ ଇସିଆଇଙ୍କ କୌଣସି ଆପତ୍ତିକୁ ଆମେ ସ୍ବୀକାର କରିନଥିଲୁ । ଏହି ଗୀତରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଆମେ କାହା ଆଗରେ ମୁଣ୍ଡ ନୁଆଁଇ ନାହୁଁ । ଶେଷରେ ସତ୍ୟର ବିଜୟ ହୋଇଛି ।"

ଏହା ବି ପଢନ୍ତୁ- AAPର ନିର୍ବାଚନୀ ପ୍ରଚାର ଗୀତ ଉପରେ ECଙ୍କ ରୋକ, କଣ କହିଲେ ଆତିଶୀ

ଦିଲ୍ଲୀପ ପାଣ୍ଡେ ଆହୁରି ଅଭିଯୋଗ କହିଛନ୍ତି, "ବିଜେପି ସବୁ ସରକାରୀ ଏଜେନ୍ସି ଗୁଡ଼ିକର ଦୁରୂପଯୋଗ କରୁଛି । କିନ୍ତୁ ଶେଷରେ ସତ୍ୟର ବିଜୟ ହୋଇଛି । ଅହଙ୍କାରରେ ବିଜେପି 'ସତ୍ୟମେବ ଜୟତେ'ର ଅର୍ଥ ଭୁଲିଗଲାଣି । ଗତ ଏପ୍ରିଲ 27 ତାରିଖରେ ଆପ୍‌ର ନିର୍ବାଚନୀ ଗୀତକୁ ବ୍ୟାନ କରାଯାଇଥିଲା । ଆପ୍‌ ପକ୍ଷରୁ ଜବାବରେ ଲେଖାଯାଇଥିବା ଚିଠି ନିର୍ବାଚନ ଆୟୋଗଙ୍କୁ ନିରପେକ୍ଷତା ପ୍ରଶ୍ନରେ ଘେରି ପକାଇଥିଲା । ପୂର୍ବରୁ ଗୀତରେ ଲେଖାଯାଇଥିବା କଥାକୁ ବିଜେପି ସହ ଯୋଡ଼ିଥିଲେ ଆୟୋଗ ।"

ସୂଚନା ଥାଉ କି ନିର୍ବାଚନ ଆୟୋଗ ଏହି ନିର୍ବାଚନୀ ପ୍ରଚାର ଗୀତକୁ ନେଇ କହିଥିଲେ ଯେ 'ଜେଲ କେ ଜବାବ ମେଁ ହମ ଭୋଟ ଦେଙ୍ଗେ' ଏହା ଠିକ ନୁହେଁ । ଏନେଇ ଦିଲ୍ଲୀପ ପାଣ୍ଡେ କହିଛନ୍ତି, " ନିର୍ବାଚନୀ ପ୍ରଚାର ଗୀତରେ ଥିବା ଏକ ପଦକୁ ଆଚରଣ ବିଧି ଉଲ୍ଲଙ୍ଘନ ବୋଲି କହିଥିଲେ । ଗୀତରେ କୁହାଯାଇଛି ଗୁଣ୍ଡାଗର୍ଦ୍ଦି ବିରୋଧରେ ଆମେ ଭୋଟ ଦେବା . ତେବେ ନିର୍ବାଚନ ଆୟୋଗ କଣ କହିବାକୁ ଚାହୁଁଛନ୍ତି ଗୁଣ୍ଡାଗର୍ଦ୍ଦି ପକ୍ଷରେ ଭୋଟ ଦେବାକୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.