ETV Bharat / bharat

ସାଧାରଣ ନିର୍ବାଚନ ୨୦୨୪: ଗିର୍ ଜଙ୍ଗଲରେ ଜଣେ ଭୋଟରଙ୍କ ପାଇଁ ପୋଲିଙ୍ଗ ବୁଥ, ଦ୍ବୀପାଞ୍ଚଳରେ ରହିବ ସ୍ବତନ୍ତ୍ର ବୁଥ୍ - POLLING BOOTH IN REMOTE AREAS

author img

By ETV Bharat Odisha Team

Published : Apr 10, 2024, 9:56 PM IST

POLLING BOOTH IN REMOTE AREAS: ଗୁଜୁରାଟର ଗିର୍ ଅଭୟାରଣ୍ୟ, ଆଲିଆବେଟ ଦ୍ବୀପ ଭଳି ୧୧ଟି ଦୁର୍ଗମ ଓ ଯୋଗାଯୋଗ ବିଚ୍ଛିନ୍ନ ଥିବା ସ୍ଥାନ ପାଇଁ ପ୍ରସ୍ତୁତ ହେବ ସ୍ବତନ୍ତ୍ର ପୋଲିଙ୍ଗ ବୁଥ । ଗୁଜୁରାଟର ସମସ୍ତ ୨୬ଟି ଲୋକସଭା ଆସନ ପାଇଁ ମେ ୭ ରେ ହେବ ନିର୍ବାଚନ ।

ସାଧାରଣ ନିର୍ବାଚନ ୨୦୨୪: ଗିର୍ ଜଙ୍ଗଲରେ ଜଣେ ଭୋଟରଙ୍କ ପାଇଁ ପୋଲିଙ୍ଗ ବୁଥ, ଦ୍ବୀପାଞ୍ଚଳରେ ରହିବ ସ୍ବତନ୍ତ୍ର ବୁଥ୍

ଅହମଦାବାଦ: ଦେଶର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ସାଧାରଣ ନିର୍ବାଚନ, ଯେଉଁଥିରେ ପ୍ରତ୍ୟେକ ଭାରତୀୟ ନାଗରିକ ନିଜର ବହୁମୂଲ୍ୟ ଭୋଟ ପ୍ରଦାନ କରି ନିଜ ପସନ୍ଦର ପ୍ରାର୍ଥୀ ଚୟନ କରିଥାନ୍ତି । ତେବେ ଗୁଜୁରାଟରେ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ନିଜର ପ୍ରସ୍ତୁତି ଜାରି ରଖିଛି । ଏହି କ୍ରମରେ ୧୧ଟି ଦୁର୍ଗମ ତଥା ଯାତାୟାତରେ ସମସ୍ୟା ଥିବା ଘଞ୍ଚ ଜଙ୍ଗଲ ଓ କ୍ଷୁଦ୍ର ଦ୍ବୀପରେ ମଧ୍ୟ ସ୍ବତନ୍ତ୍ର ପୋଲିଙ୍ଗ ଷ୍ଟେସନର ବ୍ୟବସ୍ଥା କରାଯାଇଛି । ଯେପରି କୌଣସି ବି ବ୍ୟକ୍ତି ନିଜର ମତଦାନ ପ୍ରକ୍ରିୟାରୁ ବଞ୍ଚିତ ନ ହୁଅନ୍ତି । ଗୁଜୁରାଟର ସମସ୍ତ ୨୬ଟି ଲୋକସଭା ଆସନ ପାଇଁ ମେ ୭ ରେ ନିର୍ବାଚନ ହେବ ।

ତେବେ ଏଥି ପାଇଁ ସମସ୍ତ ପ୍ରାକ୍ ପ୍ରସ୍ତୁତି ଶେଷ କରିଛି ନିର୍ବାଚନ କମିଶନ । ଏଥି ପାଇଁ ସବିଶେଷ ତଥ୍ୟ ଏକ ପ୍ରେସ ରିଲିଜ ଜରିଆରେ ଜଣାଇଛି ନିର୍ବାଚନ କମିଶନ । ଗିର୍ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅବସ୍ଥିତ ଦୁର୍ଗମ ବନେଜ ଅଞ୍ଚଳ ପାଇଁ ଏକ ପୋଲିଙ୍ଗ ବୁଥ୍ ପ୍ରତିଷ୍ଠା କରାଯାଇଛି ଏବଂ ତାହା କେବଳ ଜଣେ ଭୋଟରଙ୍କ ପାଇଁ । ସେଠାରେ ଥିବା ଶିବ ମନ୍ଦିରର ପୂଜାରୀ ମହନ୍ତ ହରିଦାସଜୀଙ୍କ ପାଇଁ ଏ ପ୍ରକାର ବ୍ୟବସ୍ଥା କରାଯାଇଛି । ୨୦୦୭ ମସିହା ଠାରୁ ବନ ବିଭାଗର ଅଫିସ ନିକଟରେ ଏ ପ୍ରକାର ସ୍ବତନ୍ତ୍ର ବୁଥ ରହିଆସିଛି । ଏଥିପାଇଁ ପୋଲିଙ୍ଗ ଟିମକୁ ମଧ୍ୟ ସେଠାକୁ ପଠାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ...‘ମୋ ପୁଅ ନିର୍ବାଚନ ହାରିବା ଜରୁରୀ’: ବିଜେପିରୁ ପ୍ରାର୍ଥୀ ହୋଇଥିବା ପୁଅ ପ୍ରତି କଠୋର ହେଲେ ଆଣ୍ଟୋନି - AK Antony Wishes Son To Loses Poll

ଗିର୍ ସୋମନାଥର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡି ଡି ଜାଡେଜା ନିକଟରେ ବନେଜ ପୋଲିଙ୍ଗ ବୁଥକୁ ଗସ୍ତ କରି ଷ୍ଟାଫ ମାନଙ୍କୁ ଆବଶ୍ୟକୀୟ ନିର୍ଦେଶ ଦେଇଥିଲେ । ସେହିପରି ଗିର୍ ସୋମନାଥ ଜିଲ୍ଲାର ସାପ୍ ନେସ ବିଲିଆ ସ୍ଥାନ ପାଇଁ ଏକ ସ୍ବତନ୍ତ୍ର ବୁଥ ପ୍ରତିଷ୍ଠା କରାଯାଇଛି । ଏହି ଅଞ୍ଚଳ ସାଧାରଣ ଜନବସତିଠାରୁ ବହୁ ଦୂରରେ ରହିଥିବା ବେଳେ ୨୩ ଜଣ ପୁରୁଷ ଓ ୧୯ ଜଣ ମହିଳା ଭୋଟର ଏଠାରେ ବସବାସ କରୁଛନ୍ତି । ସିୟାଲ ବେଟ ନାମକ ଛୋଟ ଦ୍ବୀପରେ ମଧ୍ୟ ୫ ଟି ସ୍ବତନ୍ତ୍ର ପୋଲିଙ୍ଗ ବୁଥ ଗଠନ କରାଯାଇଛି । ଏଠାକାର ଅଧିବାସୀମାନେ ବୃତ୍ତିରେ ଧୀବର ଥିବା ବେଳେ ମୋଟ ଜନସଂଖ୍ୟା ୫୦୪୮ ରହିଛି । ତେବେ ଭୂଖଣ୍ଡକୁ ଯୋଡିବା ପାଇଁ ଖୌଣସି ବ୍ରିଜ ବା ରୋଡ ନଥିବା ବେଳେ ଡଙ୍ଗା ହିଁ ଏକ ମାତ୍ର ସାହାରା । ପ୍ରତି ନିର୍ବାଚନ ସମୟରେ ଏକ ସ୍ବତନ୍ତ୍ର ପୋଲିଙ୍ଗ ଟିମ୍ ଡଙ୍ଗା ଜରିଆରେ ଏଠାକୁ ଆସିଥାନ୍ତି ।

ସେହିପରି ନର୍ମଦା ନଦୀର ଡେଲଟାରେ ଅବସ୍ଥିତ ଆଲିଆବେଟ ନାମକ ଦ୍ବୀପରେ ୨୪୫ ଜଣ ଭୋଟରଙ୍କ ପାଇଁ ସେଭଳି ବ୍ୟବସ୍ଥା କରାଯାଇଛି । କଡନା ରିଜର୍ଭର ସ୍ଥିତ ରଥଡା ବେଟ ଦ୍ବୀପରେ ପ୍ରତି ନିର୍ବାଚନରେ ପୋଲିଙ୍ଗ ଅଧିକାରୀ ବୋଟ ଜରିଆରେ ସେଠାକୁ ଯାଇଥାନ୍ତି । ବରଦା ପର୍ବତ ଜଙ୍ଗଲ ଅଞ୍ଚଳରେ ଥିବା ଶତବିରଡା ନେସ, ଭୁଖବରା ନେସ ଓ ଖରାବିରା ନେସ , ଆଜାଦ ଦ୍ବୀପ, ଜୁନାଗତର କନକାଇ ଭଳି ସ୍ଥାନରେ ଏଭଳି ସ୍ବତନ୍ତ୍ର ପୋଲିଙ୍ଗ ବୁଥର ବ୍ୟବସ୍ଥା କରାଯାଇଛି ବୋଲି ପ୍ରେସ ରିଲିଜରେ ଜଣାଇଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.