ETV Bharat / bharat

ଦୁଃଖରେ ଭାଙ୍ଗି ପଡିଛି ପେଦାପାରୁପୁଡି ଗାଁ, ରାମୋଜୀ ରାଓଙ୍କୁ ମନେପକାଇ ଝୁରୁଛନ୍ତି ଗ୍ରାମବାସୀ - Ramoji Raos Village In Grief

Ramoji Rao's Village In Grief: ମିଡିଆ ଜଗତର ପ୍ରମୁଖ ବ୍ୟକ୍ତିତ୍ବ ସି. ରାମୋଜୀ ରାଓଙ୍କ ପରଲୋକ ପରେ ତାଙ୍କର ପୈତୃକ ଗାଁ ଦୁଃଖରେ ଭାଙ୍ଗି ପଡିଛି । ଗ୍ରାମବାସୀ ମାନେ 'ଜୋହାର ରାମୋଜୀ ରାଓ'ର ସ୍ଲୋଗାନ ଦେବା ସହ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅଧିକ ପଢନ୍ତୁ

Ramoji Rao's Village In Grief
Ramoji Rao's Village In Grief (ETV Bharat)
author img

By ETV Bharat Odisha Team

Published : Jun 9, 2024, 8:43 PM IST

ହାଇଦ୍ରାବାଦ: ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ମିଡିଆ ଟାଇକୁନ ତଥା ରାମୋଜୀ ଗ୍ରୁପ ପ୍ରତିଷ୍ଠାତା-ଅଧ୍ୟକ୍ଷ ସି.ରାମୋଜୀ ରାଓ । ଗତକାଲି (ଶନିବାର) ଭୋର ପ୍ରାୟ 4ଟା 50 ମିନିଟରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କର ଦେହାନ୍ତର ଖବର ପାଇବା ମାତ୍ରେ ରାମୋଜୀ ରାଓଙ୍କର ପୈତୃକ ଗ୍ରାମ ପେଦାପାରୁପୁଡିରେ ଶୋକର ମାହୋଲ ସୃଷ୍ଟି ହୋଇଛି । ଦୁଃସମ୍ବାଦ ଶୁଣି ହତପ୍ରଭ ହୋଇଥିବା ଗ୍ରାମବାସୀ ମାନେ 'ଜୋହାର ରାମୋଜୀ ରାଓ' ର ସ୍ଲୋଗାନ ଦେଇଥିଲେ ଓ ପେଦାପାରୁପୁଡି ଗାଁରେ ମିଡିଆ ଜଗତର ବେତାଜ ବାଦଶାହ ରାମୋଜୀ ରାଓଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନିଜର ପୈତୃକ ଗ୍ରାମରେ ସେ କରିଥିବା ଉନ୍ନତିମୂଳକ କାମ ଓ ସେବା ପାଇଁ ତାଙ୍କର ଅବଦାନକୁ ମନେପକାଇ ପ୍ରଂଶସା କରିଥିଲେ ଗ୍ରାମବାସୀ ।

ସରପଞ୍ଚୀ ଚପାଡି ସମୀରା, ରାମୋଜୀ ରାଓଙ୍କ ବନ୍ଧୁ ପାଲାଡୁଗୁ ଚନ୍ଦ୍ରଶେଖର ତଥା ଗାରାପତି ବାବୁ ରାଓ, ରତ୍ନପ୍ରସାଦ (ନାନି), କଙ୍ଗଲା ପାର୍ବତୀ, ନାଗାବୋଇନା ଶ୍ରୀନିବାସ ରାଓ, ପାଲାଡୁଗୁ ସନ୍ଧ୍ୟାରାଣୀ , ଲାବଣ୍ୟା, ନାଗାବୋଇନା ରମ୍ମନା ଓ ଅନ୍ୟ ଗ୍ରାମବାସୀ ମାନେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପମ୍ମାରୁ ବିଧାୟକ ଭର୍ଲା କୁମାର ରାଜା ରାମୋଜୀ ରାଓଙ୍କ ଦେହାନ୍ତକୁ ନେଇ ଶୋକ ପ୍ରକଟ କରିଛନ୍ତି । ସେ କହିଛନ୍ତି ," ଏକ ସାଧାରଣ ପରିବାରରେ ଜନ୍ମ ନେଇ ଅସାଧାରଣ ସଫଳତା ପାଇଥିବା ରାମୋଜୀ ରାଓଙ୍କ ନିଧନରେ ଅତି ମର୍ମାହତ ହୋଇଛି । ରାମୋଜୀ ରାଓ ତେଲୁଗୁ ରାଜ୍ୟ ତଥା ଦେଶ ପାଇଁ ଅନେକ ସେବା ଓ ଅବଦାନ ରହିଛି । ସେ ତେଲୁଗୁ ଲୋକମାନଙ୍କ ଜୀବନରେ ବେଶ ପ୍ରଭାବଶାଳୀ ଛାପ ଛାଡିଛନ୍ତି । ରାମୋଜୀ ରାଓଙ୍କ ମୃତ୍ୟୁ କେବଳ ତେଲୁଗୁ ଲୋକଙ୍କ ପାଇଂ ନୁହେଁ ବରଂ ଦେଶ ପାଇଁ ଏକ ବିରାଟ କ୍ଷତି । " ସେ ନିଜର ଗାଁ ପେଦାପାରୁଗୁଡିରେ ଅନେକ ବିକାଶମୂଳକ କାମ କରିଥିବା ବେଳେ ସେଠାକାର ଯୁବବର୍ଗଙ୍କ ପାଇଁ ରୋଜଗାରର ଅବସର ଯୋଗାଇଦେଇଥିଲେ । ବିଧାୟକ କୁମାର ରାଜା ରାମୋଜୀ ରାଓଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ .... ରାଷ୍ଟ୍ରୀୟ ମର୍ଯ୍ୟାଦାରେ ରାମୋଜୀ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ପୁଅ - Ramoji Rao Funeral

ଆଜି ସକାଳ 9ଟା ସମୟରେ ଶ୍ମଶାନ ଅଭିମୁଖେ ଶୋଭାଯାତ୍ରା ବାହାରିବା ପରେ ଲୋକାରଣ୍ୟ ହୋଇଥିଲା ପୁରା ଫିଲ୍ମସିଟି । ପ୍ରାୟ 2 ଘଣ୍ଟା ଧରି ଶୋଭାଯାତ୍ରା ପରେ ଶ୍ମଶାନରେ ପହଞ୍ଚିଥିଲା ପାର୍ଥିବ ଶରୀର । ଶେଷକୃତ୍ୟ କ୍ରିୟା ସମାପନ ସହ ତୋପ ସଲାମି ପରେ ମୁଖାଗ୍ନି ଦିଆଯାଇଥିଲା । ଶେଷକୃତ୍ୟ ସମୟରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଉପସ୍ଥିତ ଥିଲେ । ଗଣମାଧ୍ୟମ, ସିନେମା, ସାହିତ୍ୟ, କୃଷି, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସେ ଥିଲେ ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.