ETV Bharat / bharat

ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଲୁଟିନେଲା 2.71 କୋଟି - Loots On Pretext Of Marriage

author img

By ETV Bharat Odisha Team

Published : Mar 25, 2024, 10:49 PM IST

Man Arrested For Looting Young Woman: ମାଟ୍ରିମୋନି ସାଇଟରୁ ପରିଚୟ ହୋଇ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ 2.71 କୋଟି ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ । ଅଧିକ ପଢ଼ନ୍ତୁ

ମାଟ୍ରିମୋନିରୁ ଜୀବନ ସାଥୀ ଖୋଜୁଥିଲେ ସାବଧାନ!
ମାଟ୍ରିମୋନିରୁ ଜୀବନ ସାଥୀ ଖୋଜୁଥିଲେ ସାବଧାନ!

ହାଇଦ୍ରାବାଦ: ମାଟ୍ରିମୋନିରୁ ଖୋଜୁଛନ୍ତି କି ଜୀବନ ସାଥୀ ? ତେବେ ହୋଇଯାଆନ୍ତୁ ସାବଧାନ । ମିଠା କଥା କହି ଚୂନ ଲଗାଇପାରନ୍ତି ଠକ । ଏଭଳି ଏକ ଘଟଣା ଆସିଛି ହାଇଦ୍ରାବାଦରୁ । ଯେଉଁଠି ମାଟ୍ରିମୋନି ସାଇଟରୁ ପରିଚୟ ହୋଇ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ 2.71 କୋଟି ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ । ତେବେ ଯୁବତୀଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଯୁବକକୁ ଗତକାଲି (ରବିବାର) ଗିରଫ କରାଯାଇଛି । ଏହାସହ ପୂର୍ବରୁ ମଧ୍ୟ ଯୁବକ ଜଣଙ୍କ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ଏଭଳି ଅନେକ ଯୁବତୀଙ୍କୁ ନିଜ ଜାଲରେ ଫସାଇଥାବା ସୂଚନା ରହିଛି ।

ସାଇବରବାଦ କ୍ରାଇମ ଡିସିପି କୋଥାପାଲ୍ଲୀ ନରସିଂହ ଏବଂ ସାଇବର କ୍ରାଇମ ଏସିପି ରବିନ୍ଦର ରେଡ୍ଡୀଙ୍କ ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ବିଜୟୱାଡା ଅଞ୍ଚଳ ପୋରଙ୍କି ଗାଁର ପୋଟଲୁରୀ ଶ୍ରୀବାଲା ଭାମସି କୃଷ୍ଣ (37) ବେଟିଂରେ ଅଭ୍ୟସ୍ତ ଥିଲା । ଏହାସହ ମାଟ୍ରିମୋନିରେ ଏକ ନକଲି ନାମ ଥିବା ଆକାଉଣ୍ଡ ଖୋଲି ଯୁବତୀମାନଙ୍କୁ ବିବାହ ପ୍ରସ୍ତାବ ପାଇଁ ଅନୁରୋଧ ପଠାଉଥିଲା । ଏଥିମଧ୍ୟରୁ ପ୍ରାୟ 6 ଜଣ ଯୁବତୀ ବିବାହ ପ୍ରସ୍ତାବ ଅନୁରୋଧ ଗ୍ରହଣ କରିଥିଲେ । ଏହାପରେ ଯୁବତୀମାନଙ୍କ ମନରେ ନିଜ ପ୍ରତି ବିଶ୍ବାସ ଜନ୍ମାଇ ସେମାନଙ୍କ ଠାରୁ ଫୋନ ନମ୍ବର ନେଇ କଥା ହେବା ସହ ସେମାନଙ୍କ ଠାରୁ ଟଙ୍କା ଠକିବା ଆରମ୍ଭ କରିଥିଲା । ସେ ଆମେରିକାରେ କାମ କରୁଛି ଏବଂ ପାର୍ଟନର ଭିସା କରିବାକୁ କହି ଯୁବତୀମାନଙ୍କ ଠାରୁ ଟଙ୍କା ଠକେଇ କରୁଥିଲା ।

ଏଭଳି ସ୍ଥିତିରେ ହାଇଦ୍ରାବାଦ ମାଦିନଗୁଡାର ଭାମସକ୍ରିଷ୍ଣା (30) ନାମକ ଜଣେ ଯୁବତୀଙ୍କୁ ନିଜ ଜାଲରେ ଫସାଇଥିଲା ଶ୍ରୀବାଲା ଭାମସି କୃଷ୍ଣ । ଯୁବକ ଜଣଙ୍କ ଯୁବତୀଙ୍କୁ କହିଥିଲେ ଯେ, ସେ ଆମେରିକାର ଗ୍ଲେନମାର୍କ ଫାର୍ମାରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ବିବାହ ପରେ ତାଙ୍କ ସହ ଆମେରିକାରେ ଯିବାକୁ ହେଲେ ପାର୍ଟନର ଭିସା ପାଇଁ CIBIL ସ୍କୋର 845ରୁ ଅଧିକ ହେବା ଉଚିତ । ଭାମସକ୍ରିଷ୍ଣାଙ୍କ CIBIL ସ୍କୋର ହେଉଛି 743 । ଏହାକୁ ବଢ଼ାଇବା ପାଇଁ ଗ୍ଲେନମାର୍କ କମ୍ପାନୀ ଋଣ ଦେବ । ତେବେ ଯୁବକଙ୍କ ଏଭଳି କଥାକୁ ବିଶ୍ବାସ କରିବା ପରେ ଯୁବତୀ ଜଣଙ୍କ ପର୍ସନାଲ ଲୋନ, କ୍ରେଡିଟ କାର୍ଡ ଏବଂ କାର ଲୋନ ନେଇଥିଲେ । ଏହାପରେ ଯୁବକ ଜଣଙ୍କ ଯୁବତୀଙ୍କ ଠାରୁ ଟଙ୍କା ନେବା ସହ ଋଣ ଟଙ୍କାକୁ ଶୀଘ୍ର ପରିଶୋଧ କରିବାକୁ ଯୁବତୀଙ୍କୁ ପ୍ରତିଶୃତି ଦେଇଥିଲେ ଏବଂ ସମସ୍ତ ଟଙ୍କା ନିଜ ଆକାଉଣ୍ଟକୁ ନେଇଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ..ମାଟ୍ରିମୋନିରୁ ବର ଖୋଜି ଫସିଲେ ଯୁବତୀ, ବିବାହର ପ୍ରତିଶୃତି ଦେଇ ଯୁବକ ଲୁଟିନେଲେ 64 ଲକ୍ଷ

ଏହିପରି ଭାବରେ ଯୁବକ ଜଣକ ଯୁବତୀଙ୍କ ଠାରୁ ପ୍ରାୟ 2.71 କୋଟି ଟଙ୍କା ଠକି ନେଇଥିଲେ । ପରେ ଯୁବକ ଜଣଙ୍କ ତାଙ୍କୁ ମିଛ କହି ଠକିଥିବା ଜାଣିବାକୁ ପାଇଲା ପରେ ମାର୍ଚ୍ଚ 16 ତାରିଖରେ ସାଇବରବାଦ ସାଇବର କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ ଯୁବତୀ । ପରେ ଏହି ମାମଲାକୁ ଗୁରୁତର ସହ ନେଇ ସାଇବର କ୍ରାଇମ ଇନ୍ସପେକ୍ଟର ଏସ ରମେଶଙ୍କ ଟିମ ପ୍ରମାଣ ସହିତ ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ବିରୋଧରେ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ 7 ଟି ମାମଲା ରହିଛି । ଏହାସହ ଆନ୍ଧ୍ରପ୍ରଦେଶରେ ଏବଂ ତାମିଲନାଡୁରେ ଗୋଟିଏ ଲେଖାଏଁ ମାମଲା ରହିଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.