ETV Bharat / bharat

ବେଆଇନ ଶିଶୁ ଚାଲାଣ, ଅଯୋଧ୍ୟାରୁ ଉଦ୍ଧାର ହେଲା ବିହାରର ୯୫ କଅଁଳ ଶିଶୁ - Childs Illegally brought from Bihar

author img

By ETV Bharat Odisha Team

Published : Apr 27, 2024, 11:51 AM IST

95 Children Rescued: ବିହାରରୁ ଉତ୍ତରପ୍ରଦେଶକୁ ବେଆଇନ ଭାବେ ଚାଲାଣ ହେଉଥିଲା ଶିଶୁ । ଅଯୋଧ୍ୟାରୁ ୯୫ ଜଣ ଶିଶୁଙ୍କୁ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ବିହାରରୁ ଉତ୍ତରପ୍ରଦେଶକୁ ବେଆଇନ ଭାବେ ହେଉଥିଲା ଶିଶୁ ଚାଲାଣ । ଅଯୋଧ୍ୟାରୁ ୯୫ ଜଣ କଅଁଳ ଶିଶୁଙ୍କୁ ଉଦ୍ଧାର କଲା ଶିଶୁ ଆୟୋଗ । ଗତକାଲି (ଶୁକ୍ରବାର) ସକାଳେ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କ ବୟସ ୪ରୁ ୧୨ ବର୍ଷ ହେବ । ହେଲେ କେଉଁ ଉଦ୍ଦେଶ୍ୟରେ ପିଲାମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ଶିଶୁମାନଙ୍କୁ ଉଦ୍ଧାର ପରେ ଖାଦ୍ୟ ଓ ଚିକିତ୍ସା ସହାୟତା ପ୍ରଦାନ କରାଯାଉଛି ।

ଏନେଇ ଅଯୋଧ୍ୟା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ସର୍ବେଶ ଅବସ୍ଥି କହିଛନ୍ତି, ''ବିହାର ରାଜ୍ୟରୁ ୯୫ ଜଣ ଶିଶୁଙ୍କୁ ବସ୍ ଯୋଗେ ବେଆଇନ ଭାବେ ସାହାରନପୁରକୁ ନିଆଯାଉଛି, ସେମାନେ ଏବେ ଗୋରଖପୁରରେ ଅଛନ୍ତି ଏବଂ ଅଯୋଧ୍ୟା ଦେଇ ସାହାରନପୁରରେ ପହଞ୍ଚିବେ ବୋଲି ରାଜ୍ୟ ଶିଶୁ ଆୟୋଗ ସଦସ୍ୟ ସୁଚିତ୍ରା ଚତୁର୍ବେଦୀ ଫୋନ କରି କହିଥିଲେ । ଏହି ଖବର ମିଳିବା ମାତ୍ରେ ଆମେ ଚଢାଉ କରି ପିଲାମାନଙ୍କୁ ଉଦ୍ଧାର କରିଥିଲୁ । ଉଦ୍ଧାର ହୋଇଥିବା ସବୁ ପିଲାଙ୍କ ବୟସ ୪ରୁ ୧୨ ବର୍ଷ ହେବ ।''

ଏହା ମଧ୍ୟ ପଢନ୍ତୁ: ପରୀକ୍ଷା ଖାତାରେ 'ଜୟ ଶ୍ରୀରାମ' ଲେଖି ଫାଷ୍ଟ କ୍ଲାସରେ ପାସ୍ କଲେ ଛାତ୍ର - Jai Shree Ram On Answer Sheets

ତେବେ ଯେଉଁ ଲୋକମାନେ ପିଲାମାନଙ୍କୁ ନେଇକି ଯାଉଥିଲେ, ସେମାନଙ୍କ ପାଖରେ ସେହି ପିଲାମାନଙ୍କ ବାପାମାଆଙ୍କ ସହମତି ପତ୍ର ନଥିଲା । ପିଲାମାନେ ମଧ୍ୟ କୁଆଡେ ଯାଉଛନ୍ତି ଜାଣିନଥିବା କହିଥିଲେ । ଏବେ ସେମାନଙ୍କର ଅଭିଭାବକଙ୍କ ସହ ଯୋଗାଯୋଗ କରାଯାଉଛି । ବାପାମାଆ ପହଞ୍ଚିଲେ ପିଲାମାନଙ୍କୁ ହସ୍ତାନ୍ତର କରାଯିବ ।

ତେବେ ପୂର୍ବରୁ ବିହାରର କିଛି ଛୋଟ ଛୋଟ ପିଲାଙ୍କୁ ବିଭିନ୍ନ ରାଜ୍ୟର ମାଦ୍ରାସାକୁ ପଠାଯାଉଥିବା ବେଳେ ଗୋରଖପୁର ଠାରେ ଉତ୍ତରପ୍ରଦେଶ ରାଜ୍ୟ ଶିଶୁ ଆୟୋଗ ଉଦ୍ଧାର କରିଥିଲା । ଏନେଇ ଜାତୀୟ ଶିଶୁ ଅଧିକାରୀ ସୁରକ୍ଷା ଆୟୋଗ କହିଥିଲେ, ବିହାରରୁ ବିଭିନ୍ନ ରାଜ୍ୟର ମଦ୍ରାସାକୁ ପଠାଯାଉଥିବା ପିଲାଙ୍କୁ ଗୋରଖପୁରରୁ ଉଦ୍ଧାର କରାଯାଇଛି । ଭାରତୀୟ ସମ୍ବିଧାନ ପ୍ରତି ଶିଶୁକୁ ଶିକ୍ଷାର ଅଧିକାର ଦିଏ । ସବୁ ପିଲା ସ୍କୁଲ ଯିବା ବାଧ୍ୟତାମୂଳକ ଅଟେ । କିନ୍ତୁ ଦାନ ହାସଲ ପାଇଁ ଗରୀବ ପିଲାମାନଙ୍କୁ ବାହାର ରାଜ୍ୟକୁ ପଠାଯାଇ ମାଦ୍ରାସାରେ ଭର୍ତ୍ତି କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ବିବାହ ପ୍ରୋସେସନ ବେଳେ ବାଣ ଫୁଟି ଜଳିଗଲା ଘର, ଗୋଟିଏ ପରିବାରର ୬ ମୃତ - Bihar Fire Tragedy

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.