ETV Bharat / bharat

୮୯ବର୍ଷରେ ପିଏଚଡି ଡିଗ୍ରୀ, ଯୁବପିଢିଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଲେ ବୃଦ୍ଧ

89 Old Man got PHD: ୮୯ ବର୍ଷ ବୟସରେ ପିଏଚଡି ଡିଗ୍ରୀ ହାସଲ କରି ଚର୍ଚ୍ଚାରେ କର୍ଣ୍ଣାଟକର ବୃଦ୍ଧ ମାର୍କଣ୍ଡେୟ ଡୋଡମଣି । ପରମ ଶିବଭକ୍ତ ଦୋହାରା କକ୍କାୟାଙ୍କ ଜୀବନୀ ଉପରେ କରିଥିଲେ ଅଧ୍ୟୟନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 17, 2024, 8:02 PM IST

89 Old Man got PHD
89 Old Man got PHD
୮୯ବର୍ଷରେ ପିଏଚଡି ଡିଗ୍ରୀ

ବେଙ୍ଗାଲୁରୁ: ପରିଣତ ବୟସରେ ବି ପାଠ ପଢିବାର ନିଶା । କୁହାଯାଏ ଅଧିକ ବୟସ ହେଲେ ସମସ୍ତ କାର୍ଯ୍ୟ ପ୍ରତି ଇଚ୍ଛାଶକ୍ତି ହ୍ରାସ ପାଇଥାଏ । ହେଲେ ଏହି ବୃଦ୍ଧ ଜଣକ ସବୁକୁ ଭୁଲ ପ୍ରମାଣିତ କରିଛନ୍ତି । ନିଜ ଅଦମ୍ୟ ଇଚ୍ଛାଶକ୍ତି ବଳରେ ସେ ୮୯ ବର୍ଷ ବୟସରେ ହାସଲ କରିଛନ୍ତି ପିଏଚଡି ଡିଗ୍ରୀ । ଏହାସହିତ ସୋସିଆଲ ମିଡିଆ ଦ୍ବାରା କବଳିତ ଆଜିର ଯୁବପିଢିଙ୍କ ଲାଗି ପାଠପଢା ତଥା ଜ୍ଞାନ ଆହରଣ କ୍ଷେତ୍ରରେ ପାଲଟିଛନ୍ତି ପ୍ରେରଣାର ଉତ୍ସ । ଏହି ବୃଦ୍ଧ ଜଣକ ହେଉଛନ୍ତି କର୍ଣ୍ଣାଟକର ଧାରୱାଡ ଜିଲ୍ଲାର ଜୟାନଗର ଅଧିବାସୀ ମାର୍କଣ୍ଡେୟ ଡୋଡମଣି ।

ରାଜ୍ୟରେ ଏଭଳି ନିଆରା ରେକର୍ଡ କରିବାରେ ପ୍ରଥମ ହେଉଛନ୍ତି ମାର୍କଣ୍ଡେୟ । ରାଜ୍ୟର ଶିକ୍ଷାଗତ ଇତିହାସରେ ଏପର୍ଯ୍ୟନ୍ତ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ୭୯ ବର୍ଷ ବୟସ ପର୍ଯ୍ୟନ୍ତ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । କିନ୍ତୁ ବର୍ତ୍ତମାନ ମାର୍କାଣ୍ଡେୟ ୮୯ ବର୍ଷ ବୟସରେ ନିଜର ଗବେଷଣା ପତ୍ର ଉପସ୍ଥାପନ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି । ସେ ପେଶାରେ ଜଣେ ଅବସରପ୍ରାପ୍ତ ସାହିତ୍ୟ ଶିକ୍ଷକ । ଦୀର୍ଘ ୧୮ ବର୍ଷ ଧରି ଦୋହାରା କକ୍କାୟା (ଶିବଭକ୍ତ)ଙ୍କ ଜୀବନୀକୁ ସଫଳତାର ସହ ଅଧ୍ୟୟନ କରିବା ପରେ ମାର୍କାଣ୍ଡେୟ 'ଶିବଶରଣ ଦୋହାରା କକ୍କାୟା: ଏକ ଅଧ୍ୟୟନ' ଶୀର୍ଷକ ଥିସିସ ବା ଗବେଷଣା ପତ୍ର ଉପସ୍ଥାପନ କରିଥିଲେ । ଏହାପରେ ସେ କର୍ଣ୍ଣାଟକ ବିଶ୍ବବିଦ୍ୟାଳୟରୁ ପିଏଚଡି ହାସଲ କରିଛନ୍ତି । ଦୋହାରା କକ୍କାୟାଙ୍କ ୬ଟି 'ବଚନ' ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଏହାକୁ ଅଧ୍ୟୟନ କରିବାକୁ ଚିନ୍ତା କରିନାହାଁନ୍ତି ।

ଏହା ବି ପଢନ୍ତୁ- ପରିଣତ ବୟସରେ ଶିକ୍ଷାଲାଭ, 84 ବର୍ଷରେ ଲାଭ କଲେ ପିଏଚଡି

ମାର୍କଣ୍ଡେୟ କକ୍କାୟାଙ୍କ ଉପରେ ବିସ୍ତୃତ ଭାବେ ଗବେଷଣା କରିଥିଲେ । କକ୍କାୟା ପରିଦର୍ଶନ କରିଥିବା କାଦ୍ରୋଲି ଏବଂ କାକେରୀ ସ୍ଥାନଗୁଡିକ ମଧ୍ୟ ସେ ପରିଦର୍ଶନ କରିଥିଲେ । ଏହାପରେ ସେ ୧୫୦ ପୃଷ୍ଠା ବିଶିଷ୍ଟ ଗବେଷଣା ପତ୍ର ପ୍ରସ୍ତୁତ କରିଥିଲେ । ଏହାସହିତ ସେ ନୂଆ ରେକର୍ଡ ସୃଷ୍ଟି କରିପାରିଛନ୍ତି । ଏନେଇ ପ୍ରତିକ୍ରିୟା ରଖି ମାର୍କଣ୍ଡେୟ କହିଛନ୍ତି, " ମୁଁ ପ୍ରଥମରୁ ପିଏଚଡି କରିବାକୁ ଚାହୁଁଥିଲି । ହେଲେ କେଉଁ ବିଷୟ ନେବି ସେ ସମ୍ପର୍କରେ ଭାବୁଥିଲି । ଏହାପରେ ପରମ ଶିବଭକ୍ତ ଦୋହରା କକ୍କାୟାଙ୍କ ଜୀବନୀ ଉପରେ ଗବେଷଣା କରିବା ଲାଗି ଚିନ୍ତା କରିଥିଲି । ପ୍ରଫେସର ଆର.ଏସ ତଲୱାରଙ୍କ ସହଯୋଗରେ ଏହି ଗବେଷଣା ଆରମ୍ଭ କରିଥିଲି । ହେଲେ ପ୍ରଫେସରଙ୍କ ମୃତ୍ୟୁ ହେବା ପରେ ଏହି ଗବେଷଣା ଶେଷ ହେବାକୁ ମୋତେ ବହୁତ ସମୟ ଲାଗିଯାଇଥିଲା । ଶେଷରେ ମୁଁ ମୋର ଗବେଷଣା ପତ୍ର ଉପସ୍ଥାପନ କରି ଏହି ଡିଗ୍ରୀ ହାସଲ କରିଛି ।"

ସେ ଆହୁରି କହିଛନ୍ତି, "କର୍ଣ୍ଣାଟକ ବିଶ୍ବବିଦ୍ୟାଳୟର କନ୍ନଡ ବିଭାଗର ମୁଖ୍ୟ ମୋତେ ବହୁତ ସହଯୋଗ କରିଛନ୍ତି । ପ୍ରଫେସର ନିଜାଲିଙ୍ଗା ମାଟ୍ଟିହାଲା ମୋ ଗବେଷଣାକୁ ପ୍ରଶଂସା କରିଥିଲେ । ମୁଁ ଏହି ଅଧ୍ୟୟନ ନେଇ ଯେଉଁ ପୁସ୍ତକ ଲେଖିଥିଲି ତାକୁ ମଧ୍ୟ ପ୍ରଶଂସା କରିଥିଲେ । ମୁଁ ପ୍ରଫେସର ନିଜାଲିଙ୍ଗା ମାଟ୍ଟିହାଲା ଓ ପ୍ରଫେସର ନିଙ୍ଗାପ୍ପା ମୁଡେନୁରଙ୍କ ତତ୍ତ୍ବାବଧାନରେ ପିଏଚଡି ଡିଗ୍ରୀ ହାସଲ କରିବାରେ ସକ୍ଷମ ହୋଇପାରିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.