ETV Bharat / bharat

ସ୍କୁଲ ନିକଟରେ ଥିଲା ମଦଦୋକାନ, ଆହ୍ଲାବାଦ ହାଇକୋର୍ଟରେ ଦ୍ବାରସ୍ଥ 5 ବର୍ଷୀୟ ଶିଶୁ ଛାତ୍ର

author img

By ETV Bharat Odisha Team

Published : Feb 24, 2024, 10:51 PM IST

Liquor shop near school: ଆହ୍ଲାବାଦ ହାଇକୋର୍ଟରେ ଦ୍ବାରସ୍ଥ 5 ବର୍ଷୀୟ ଶିଶୁ ଛାତ୍ର । କୋର୍ଟ ଅବକାରୀ ବିଭାଗକୁ ମାଗିଲେ ରିପୋର୍ଟ । ଅଧିକ ପଢନ୍ତୁ

ସ୍କୁଲ ନିକଟରେ ଥିଲା ମଦଦୋକାନ, ଆହ୍ଲାବାଦ ହାଇକୋର୍ଟରେ ଦ୍ବାରସ୍ଥ 5 ବର୍ଷୀୟ ଶିଶୁ

ଲକ୍ଷ୍ନୌ: ସ୍କୁଲ ନିକଟରେ ଥିବା ମଦ ଦୋକାନକୁ ହଟାଇବା ପାଇଁ ବିଭିନ୍ନ ସମୟରେ ମମଲା କୋର୍ଟରେ ପହଞ୍ଚିଥିବା ଘଟଣା ଆମେ ଅନେକ ସମୟରେ ଶୁଣିଛନ୍ତି । ହେଲେ ଉତ୍ତର ପ୍ରଦେଶ କାନପୁର ସମାନ ଅଭିଯୋଗ ଓ ମାମଲା ସହ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜଣେ ମାତ୍ର 5 ବର୍ଷୀୟ ଶିଶୁ ଛାତ୍ର ସ୍କୁଲ ନିକଟରେ ଥିବା ମଦ ଦୋକାନ ହଟାଇବା ଆବେଦନ ସହ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ତେବେ କୋର୍ଟ ଏହି ଶିଶୁଟିର ନାମରେ ଦାଖଲ ଜନସ୍ବାର୍ଥ ମାମଲାକୁ ବିଚାରଯୋଗ୍ୟ ଭାବେ ଗ୍ରହଣ କରିବା ସହ ରାଜ୍ୟ ଅବକାରୀ ବିଭାଗକୁ ନୋଟିସ ଜାରି କରିଛନ୍ତି । ବିଦ୍ୟାଳୟ ନିକଟବର୍ତ୍ତୀ ଏରିଆରେ କିପରି ମଦଦୋକାନ ଖୋଲିବା ପାଇଁ ସରକାରୀ ଅନୁମତି ମିଳିଲା ଓ ଏହା ପ୍ରଦାନ କରିବା ବେଳେ ସମସ୍ତ ସର୍ତ୍ତାବଳୀ ଅନୁପାଳନ କରାଯାଇଛି କି ନାହିଁ, ସେନେଇ ଅବକାରୀ ବିଭାଗ କୋର୍ଟରେ ସତ୍ୟପାଠ ଦାଖଲ କରିବ । ଗତକାଲି (23 ଫେବୃଆରୀ) ରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବା ପରେ ପରବର୍ତ୍ତୀ ତାରିଖ 13 ମାର୍ଚ୍ଚ ପାଇଁ ସ୍ଥିର କରାଯାଇଛି । ଏହି ଘଟଣା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି ।

ତେବେ ସୂଚନା ଅନୁସାରେ, ଏହି ଜନସ୍ବାର୍ଥ ମାମଲା ଦାଖଲ କରିଥିବା ଛାତ୍ରଙ୍କ ନାମ ଅଥର୍ବ । ସେ ଏବେ ଆଜାଦ ନଗର ଏମ.ଆର ଜୟପୁରିଆ ସ୍କୁଲର LKG ଛାତ୍ର । ରତନ ସଦନ ଆଜାଦ ନାଗର ନିବାସୀ ପାଞ୍ଚ ବର୍ଷୀୟ ଅଥର୍ବ ଦୀକ୍ଷିତ ତାଙ୍କ ଓକିଲ ପିତା ପ୍ରସନ୍ନ ଦୀକ୍ଷିତଙ୍କ ମାଧ୍ୟମରେ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା(ପିଏଲ) ଦାଖଲ କରିଛନ୍ତି । କୋର୍ଟ ଗତକାଲି ଏହାର ଶୁଣାଣି କରିଛନ୍ତି । ଏହି ମାମଲାରେ ରାଜ୍ୟ ଅବକାରୀ ବିଭାଗର ମୁଖ୍ୟ ସଚିବ, ଲକ୍ଷ୍ନୌ ଏକ୍ସାଇଜ୍ କମିଶନର, କାନପୁର ନଗର ଡିଏମ (ଲାଇସେନ୍ସ ପ୍ରାଧିକରଣ) ଏକ୍ସାଇଜ୍ ଅଫିସର କାନପୁର ଏବଂ ସମ୍ପୃକ୍ତ ମଦ ବିକ୍ରେତା ଜୟେନ୍ଦ୍ର କୁମାରଙ୍କୁ ପକ୍ଷ ଭାବେ ଦର୍ଶାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ଆଜି ଦିନରେ ପ୍ରଥମ ନିର୍ବାଚନ ଜିତିଥିଲେ ପ୍ରଧାନମନ୍ତ୍ରୀ, ପ୍ରଥମ ବିଜୟକୁ ମନେ ପକାଇ ସେୟାର କଲେ ଭିଡିଓ

ପୂର୍ବରୁ ଛାତ୍ର ଅଥର୍ବଙ୍କ ପିତା ଆଡଭୋକେଟ୍ ପ୍ରସନ୍ନ ଦୀକ୍ଷିତ ମଧ୍ୟ ସ୍କୁଲ ନିକଟରେ ଅବସ୍ଥିତ ମଦ ଦୋକାନ ବିଷୟରେ ଆଇଜିଆରଏସ୍ ପୋର୍ଟାଲରେ ଅଭିଯୋଗ କରିଥିଲେ । ତେବେ ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟଠାରୁ 20-30 ମିଟର ଦୂରରେ ଚୁକ୍ତିନାମା ରହିଛି ବୋଲି ଏକ୍ସାଇଜ୍ ବିଭାଗର ଅଧିକାରୀମାନେ ଉତ୍ତର ଦେଇଥିଲେ । ତେବେ ଏହି ମଦଦୋକାନ ପୂର୍ବରୁ ଥିବା ବେଳେ ପରେ 2019 ରେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବା ବିଭାଗ ପକ୍ଷରୁ ଉତ୍ତର ମିଳିବା ପରେ ମାମଲା ଏବେ କୋର୍ଟରେ ପହଞ୍ଚିଛି ।

​ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.