ETV Bharat / bharat

ପୁଣେ କାର ଟ୍ରାଜେଡି: ରକ୍ତ ନମୂନା ବଦଳାଇବା ପାଇଁ 3 ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ ଡାକ୍ତର - Porsche car tragedy

Pune Porsche car accident: ରକ୍ତ ନମୂନା ବଦଳାଇବା ପାଇଁ 3 ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ ଡାକ୍ତର । ଦୁଇ ଡାକ୍ତରଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମ ବ୍ରାଞ୍ଚ । ଅଧିକ ପଢନ୍ତୁ

ପୁଣେ କାର ଟ୍ରାଜେଡି: ରକ୍ତ ନମୂନା ବଦଳାଇବା ପାଇଁ ହୋଇଥିଲା 3ପୁଣେ କାର ଟ୍ରାଜେଡି: ରକ୍ତ ନମୂନା ବଦଳାଇବା ପାଇଁ ହୋଇଥିଲା 3 ଲକ୍ଷ ଟଙ୍କାର ଡିଲ ଲକ୍ଷ ଟଙ୍କାର ଡିଲ
ପୁଣେ କାର ଟ୍ରାଜେଡି: ରକ୍ତ ନମୂନା ବଦଳାଇବା ପାଇଁ ହୋଇଥିଲା 3 ଲକ୍ଷ ଟଙ୍କାର ଡିଲ (ETV Bharat Odisha)
author img

By ETV Bharat Odisha Team

Published : May 28, 2024, 10:12 AM IST

ମୁମ୍ବାଇ: ପୁଣେ ପୋର୍ସେ କାର ଟ୍ରାଜେଡି ମାମଲାରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ ଚକିତ କରିବା ପରି ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମଦ୍ୟପାନ କରିବା ସତ୍ତ୍ବେ ମଧ୍ୟ ଅଭିଯୁକ୍ତର ରକ୍ତ ନମୂନାରେ ସେପରି କିଛି ତଥ୍ୟ ନଆସିବା ସହ କୋର୍ଟଙ୍କ କାହଳ ରାୟ ଚର୍ଚ୍ଚା ଓ ବିବାଦ ପରିସରରେ ରହିଥିଲା । ଗତକାଲି ରକ୍ତ ନମୂନା ପରୀକ୍ଷା କରିଥବା ଦୁଇ ଡାକ୍ତର ଗିରଫ ହୋଇଥିଲେ । ଏହି ଦୁଇ ଡାକ୍ତରଙ୍କ ସମ୍ପର୍କରେ ଏବେ ଚାଞ୍ଚଲ୍ୟକର ତଥ୍ୟ ଆସିଛି । ଏହି ରକ୍ତ ନମୂନା ବଦଳାଇବା ପାଇଁ 3ଲକ୍ଷ ଟଙ୍କାର ଡିଲ୍‌ ହୋଇଥିବା ପୋଲିସ ଜାଣିବାକୁ ପାଇଛି ।

ପୋଲିସ ଏ ସମ୍ପର୍କରେ ସିଧା ମୁହଁ ଖୋଲିନଥିଲେ ସୁଦ୍ଧା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଡାକ୍ତର ଦୁଇଜଣ 3 ଲକ୍ଷ ଟଙ୍କା ଲାଞ୍ଚ ଆକାରରେ ଗ୍ରହଣ କରିଥିଲେ । ପରେ ଅଭିଯୁକ୍ତର ରକ୍ତ ନମୂନା ବଦଳାଯାଇଥିଲା । ନିଶାସକ୍ତ ଥାଇ ମଧ୍ୟ ଅଭିଯୁକ୍ତ ନାବାଳକର ନମୂନାରେ ସେପରି କିଛି ସାମ୍ନାକୁ ଆସିନଥିଲା । ଫଳରେ କୋର୍ଟ ଅଭିଯୁକ୍ତ ପ୍ରତି କୋହଳ ରାୟ ପ୍ରକାଶ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ସମାଲୋଚନା ପରିଧିକୁ ଆସିଥିଲା । କୋର୍ଟ ପରବର୍ତ୍ତୀ ଶୁଣାଣିରେ ତାଙ୍କର ରାୟରେ ପରିବର୍ତ୍ତନ କରିଥିଲେ । ଏବେ ଅଭିଯୁକ୍ତ ନାବାଳକ ସୁଧାରଗୃହରେ ରହିଛି ।

ଗତକାଲି ଗିରଫ ଦୁଇ ଡାକ୍ତର ହେଉଛନ୍ତି, ଡା.ଅଜୟ ତିଓ୍ବାରୀ ଓ ଡା.ଶ୍ରୀହରି ହରନୁର । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଜେନେରାଲ ହସ୍ପିଟାଲର ଫୋରେନସିକ ଲ୍ୟାବର ଏହି ଡାକ୍ତରଙ୍କ ଜରିଆରେ ରକ୍ତ ନମୂନା ପରୀକ୍ଷା କରାଇଥିଲା । ହେଲେ ଉଭୟ ଡାକ୍ତର ଅଭିଯୁକ୍ତର ରକ୍ତ ନମୂନା ଅନ୍ୟ କୌଣସି ସୁସ୍ଥ ବ୍ୟକ୍ତିର ରକ୍ତ ନମୂନା ସହ ବଦଳ କରି ରିପୋର୍ଟ ଦେଇଥିଲେ । ଫଳରେ ମଦ୍ୟପାନ କରିବା ସତ୍ତ୍ବେ ମଧ୍ୟ ଅଭିଯୁକ୍ତ ଡାକ୍ତରୀ ରିପୋର୍ଟରେ ନିଶାସକ୍ତ ବୋଲି ଧରା ପଡିନଥିଲା ।

ଏହା ମଧ୍ୟ ପଢନ୍ତୁ: କାର ଚଢାଇ ଦୁଇ ଇଞ୍ଜିନିୟରଙ୍କୁ ମାରିଦେଲେ ନାବାଳକ, ବାପାକୁ ବାନ୍ଧିଲା ପୋଲିସ ! - Pune Porsche Accident

ସୂଚନାଯୋଗ୍ୟ, ଗତ ଶନିବାର ରାତି ପ୍ରାୟ ସାଢେ ୨ଟାରେ ଅଭିଯୁକ୍ତ ନାବାଳକ ଏହି ଦୁର୍ଘଟଣା ଘଟାଇଥିଲା । ନାବାଳକ ଜଣକ ପ୍ରଚୁର ମଦ୍ୟପାନ କରି ବିଳାସମୟ ପୋର୍ସ କାର୍ ଚଳାଉଥିଲା । କଲ୍ୟାଣ ନଗରୀ ଏରିଆରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା ଏହି ଅନିୟନ୍ତ୍ରିତ କାର । ଏଥିରେ ଜଣେ ଯୁବକ ଓ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ଉଭୟ ସଫ୍ଟଓ୍ବେର ଇଞ୍ଜିନିୟର ଥିଲେ । ସେତେବେଳେ କାରର ବେଗ ପ୍ରାୟ ଘଣ୍ଟା ପ୍ରତି ୨୦୦ କି.ମି ଥିଲା ବୋଲି ଜଣାପଡିଥିଲା । ତମାମ ବିବାଦ ମଧ୍ୟରେ ଅଭିଯୁକ୍ତ ଏବେ ବାଳସୁଧାର ଗୃହରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.