ETV Bharat / bharat

କାର୍ଗିଲ ବିଜୟଗାଥା, ହିନ୍ଦୁସ୍ତାନ ସେନାର ପରାକ୍ରମରେ ହାରିଲା ପାକିସ୍ତାନ, କାର୍ଗିଲ ଶୀର୍ଷରେ ଉଡିଲା ତ୍ରିରଙ୍ଗା; 13 ଓଡିଆ ଯବାନଙ୍କ ବଳିଦାନକୁ ଝୁରୁଛି ଓଡିଶା - 25th Kargil Vijay Diwas

author img

By ETV Bharat Odisha Team

Published : Jul 26, 2024, 8:06 AM IST

Updated : Jul 26, 2024, 11:19 AM IST

Kargil Vijay Diwas 2024: କାର୍ଗିଲ ଯୁଦ୍ଧର ପ୍ରାରମ୍ଭ 1999 ମେ’ ମାସରୁ ଆରମ୍ଭ ହୋଇଯାଇଥିଲା । ଆଉ ଏହି ଯୁଦ୍ଧରେ ବିଜୟୀ ହେବା ପାଇଁ ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ ବିଜୟ’ ଆଉ ୧୯୯୯ ମସିହା ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ ଭାରତର ବିଜୟଗାଥା । ତେବେ ଆଜି କାର୍ଗିଲ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଗିଲ ଶହୀଦ ସ୍ମାରକୀରେ କରିବେ ପୁଷ୍ପମାଲ୍ୟ ଅର୍ପଣ । ଅଧିକ ପଢନ୍ତୁ

Kargil Vijay Diwas 2024
Kargil Vijay Diwas 2024 (Etv Bharat Odisha)

ହାଇଦ୍ରାବାଦ: ଆଜିକୁ ଠିକ 25 ବର୍ଷ ତଳେ ଏସିଆ ମହାଦେଶର ଦୁଇ ପାରମ୍ପରିକ ଶତ୍ରୁ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲେ ଆରପାର ଲଢେଇ । ଲଢେଇ ସେତେବେଳେ ହୋଇଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶାନ୍ତି ମୈତ୍ରୀ ଉପହାରକୁ ଛୁରା ମାରି ଭାରତର କାର୍ଗିଲ ଉଚ୍ଚ ପାହାଡକୁ କବଜା କରିଥିଲା ପାକିସ୍ତାନ ସେନା । ଯାହାର ଟେର ପାଇନଥିଲା ଭାରତୀୟ ସେନା । ଆଉ ଯେତେବେଳେ ସେନା ଜାଣିଲା କାର୍ଗିଲକୁ କବଜ୍ଜା କରିନେଇଛି ପାକିସ୍ତାନ ସେଇଠୁ ଆରମ୍ଭ ହେଲା ଅପରେଶନ । ୧୯୯୯ ମସିହା ଜୁଲାଇ 26 ତାରିଖରେ କାର୍ଗିଲର ଉଚ୍ଚ ପାହାଡ ଶୀର୍ଷରେ ଫରଫର ଉଡିଲା ତ୍ରୀରଙ୍ଗା । ଶୁଭିଲା ଭାରତ ମାତା କି ଜୟ ।

1999 ମସିହା ଜୁଲାଇ 26 ତାରିଖ ଏ ଦିନଟି ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର । 1999 ମସିହା ଆଜିକୁ ଠିକ 25 ବର୍ଷ ତଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା ଯାହା କାର୍ଗିଲ ଯୁଦ୍ଧ ଭାବେ ଜଣା । ପାକିସ୍ତାନ ଯେବେ କାର୍ଗିଲ ଉଚ୍ଚ ପାହାଡକୁ କବଜା କରିଥିଲା ସେବେଠୁ ଏହି ଲଢେଇ ଆରମ୍ଭ ହୋଇଥିଲା । 1999 ମସିହା ଜୁଲାଇ 26 ତାରିଖ ଅର୍ଥାତ ଆଜିର ଦିନରେ ପାକିସ୍ତାନ ସେନାକୁ ମାତ ଦେଇ କାର୍ଗିଲ ଉଚ୍ଚ ପାହାଡ ଶିଖରରେ ତ୍ରିରଙ୍ଗା ଉଡାଇଥିଲା ଭାରତ । ସେହି ଦିନକୁ ଐତିହାସିକ କାର୍ଗିଲ ବିଜୟ ଦିବସ ଭାବେ ପାଳନ ହୋଇ ଆସୁଛି ।

ପ୍ରତିବର୍ଷ ଜୁଲାଇ 26 ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଏ । ଏହି ଦିନ କାର୍ଗିଲ ଯୁଦ୍ଧରେ ଶହୀଦ ବୀର ସେନାଙ୍କ ବଳିଦାନ ଓ ସୌର୍ଯ୍ୟକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦିଆଯାଏ । ଏହି ଯୁଦ୍ଧ ଜାମ୍ମୁ କାଶ୍ମୀର କାର୍ଗିଲ ଜିଲ୍ଲାରେ 1999 ମେ ଏବଂ ଜୁଲାଇ ମଧ୍ୟରେ ହୋଇଥିଲା । ଏହି ଯୁଦ୍ଧରେ ଭାରତୀୟ ସେନା ଅଦମ୍ୟ ସାହାସ ଦେଖାଇ ଶତ୍ରୁକୁ ମାତ ଦେଇଥିଲେ । ମେ 3, 1999ରେ ଭାରତୀୟ ସେନାରୁ ଜୁଲାଇ 26, 1999 ଏ ସେହି ଐତିହାସିକ ତାରିଖ ଯେବେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ କରିଥିଲା ।

କେବେ ଠାରୁ କାର୍ଗିଲ ଓ କାହିଁକି ?

କାର୍ଗିଲ ଯୁଦ୍ଧର ପ୍ରାରମ୍ଭ 1999 ମେ’ ମାସରୁ ଆରମ୍ଭ ହୋଇଯାଇଥିଲା । ଆଉ ଏହି ଯୁଦ୍ଧରେ ବିଜୟୀ ହେବା ପାଇଁ ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ ବିଜୟ’ ଆଉ ୧୯୯୯ ମସିହା ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ ଭାରତର ବିଜୟଗାଥା । ସେହିଦିନ ଠାରୁ ସର୍ବୋଚ୍ଚ ବଳିଦାନ ଦେଇଥିବା ଭାରତ ମାତାର ବୀର ସନ୍ତାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ସେମାନଙ୍କ ବୀରତ୍ବଗାଥାକୁ ସବୁଦିନ ପାଇଁ ମନେ ରଖିବା ପାଇଁ କୃତଜ୍ଞ ରାଷ୍ଟ୍ର ପ୍ରତ୍ୟେକ ବର୍ଷ ଜୁଲାଇ ୨୬ କୁ କାର୍ଗିଲ ବିଜୟ ଦିବସ ରୂପେ ପାଳନ କରିଆସୁଛି ।

ପାକିସ୍ତାନର ଷଡଯନ୍ତ୍ର-

ପାକିସ୍ତାନର ଏହି ଷଡଯନ୍ତ୍ରର କୌଣସି ସୁରାକ ପାଇନଥିଲା ଭାରତ । ପାକିସ୍ତାନ ବେଶ ଯୋଜନାବଦ୍ଧ ଭାବେ ମିଶନ ପ୍ରସ୍ତୁତ କରିଥିଲା । କୁହାଯାଏ କାର୍ଗିଲ ଦଖଲ କରିବା ପାଇଁ ପାକିସ୍ତାନ ୧୯୯୮ ନଭେମ୍ବର ମାସ ତଥା ଶୀତ ଆରମ୍ଭରୁ ରଣନୀତି ପ୍ରସ୍ତୁତ କରିଥିଲା । ଆଉ ମେ’ ମାସରେ ଯୋଜନାକୁ ବାସ୍ତବ ରୂପ ଦେବାକୁ ଉଦ୍ୟମ କରିଥିଲେ ମୁଶାରଫ । ପ୍ରଥମେ ଗିଲଗିଟ ଓ ସ୍କର୍ଦୁ ଅଞ୍ଚଳରେ ମୁତୟନ ଥିବା ନିଜର ଫ୍ରଣ୍ଟୟର ଯବାନଙ୍କ ଛୁଟି ବାତିଲ କରିଥିଲା ପାକିସ୍ତାନ । କାରଣ ଅତ୍ୟଧିକ ଥଣ୍ଡା ପାଇଁ ଶୀତଦିନେ ପୋଷ୍ଟ ଛାଡି ସମସ୍ତ ଯବାନ ଛୁଟିରେ ଯାଇଥାନ୍ତି । ତେବେ ସେହି ବର୍ଷ ଯବାନଙ୍କ ଛୁଟି ବାତିଲ କରି ଛଦ୍ମବେଶରେ ୨ ଶହ ଯବାନଙ୍କୁ ପ୍ରଥମେ ଭାରତୀୟ ସୀମାରେ ଅନୁପ୍ରବେଶ କରାଇଲା ପାକିସ୍ତାନ ।

କେମିତି ଜାଣିଲା ହିନ୍ଦୁସ୍ତାନ...

ଭାରତୀୟ ସେନାକୁ ପାକିସ୍ତାନର ଏହି ଯୋଜାନବଦ୍ଧ ଷଡଯନ୍ତ୍ର ବିଷୟରେ କୌଣସି ପତ୍ତା ନଥିଲା । ତେବେ କିଛି ମେଷ ପାଳକ ଯେତେବେଳେ ସେହି ଅଞ୍ଚଳ ମେଷ ନେଇ ଯାଇଥିଲେ ଦେଖିଥିଲେ କୌଣସି ଅଜଣା ଲୋକ ଅସ୍ତ୍ରଶସ୍ତ୍ର ଧରି ଭାରତୀୟ ସୀମାରେ ଆଡ୍ଡା ଜମାଇଛନ୍ତି । ସେହି ଠାରୁ ମେଷ ପାଳକ ଆସି ଏହି ସୂଚନା ଭାରତୀୟ ସେନାକୁ ଦେଇଥିଲେ । ଭାରତୀୟ ସେନା ଖବର ପାଇବା ମାତ୍ରେ ୮ ମେ’ରେ ତୁରନ୍ତ ଅପରେସନ ବିଜୟ ଆରମ୍ଭ କରିଦେଇଥିଲା । ପୂର୍ବରୁ କୌଣସି ଯୁଦ୍ଧାଭ୍ୟାସ କରିନଥିବା ଭାରତୀୟ ସେନା ପାଇଁ ଏହା ଅତ୍ୟନ୍ତ କଠିନ ସ୍ଥିତି ଥିଲା । କାରଣ ଶତ୍ରୁ ପୁରା ଅସ୍ତ୍ରଶସ୍ତ୍ର ସହ କାର୍ଗିଲ ପାହାଡ ଉପରେ କବଜା କରିଥିବା ବେଳେ ଭାରତୀୟ ସେନା ଥିଲେ ପାହାଡ ତଳେ । ଯାହା ସେତେବେଳେ ଜବାବ ଦେବାପାଇଁ ଥିଲା ପୁରା କଠିନ । ତଥାପି ଭାରତ ମାତର ଅଖଣ୍ଡ ଅଙ୍ଗକୁ ସୁରକ୍ଷିତ ରଖିବା ପାଇଁ ବିଜୟର ଧ୍ବନି ଦେଇ ଗର୍ଜନ ଛାଡିଥିଲେ ଭାରତର ବୀର ସୌର୍ଯ୍ୟ ।

ଭାରତମାତାର ୫୬୨ ସୁପୁତ୍ର ଦେଇଥିଲେ ସର୍ବୋଚ୍ଚ ବଳିଦାନ...

କାର୍ଗିଲ ଯୁଦ୍ଧରେ ଭାରତର ୫୬୨ ବୀର ଯବାନ ହୋଇଥିଲେ ଶହୀଦ । ୧୪ ଶହ ରୁ ଅଧିକ ଯବାନ ହୋଇଥିଲେ ଆହତ । ସେପଟେ ଶତ୍ରୁ ପାକିସ୍ତାନର ମଧ୍ୟ ହୋଇଥିଲା ବିପୁଳ କ୍ଷତି। ଭାରତୀୟ ଯବାନଙ୍କ ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନର ୬ ଶହରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା ।

ବିଶ୍ବର ସର୍ବବୃହତ ଯୁଦ୍ଧ କ୍ଷେତ୍ର କାର୍ଗିଲ ...

ଭାରତ-ପାକିସ୍ତାନ ମଧ୍ୟରେ କାର୍ଗିଲ ଯୁଦ୍ଧ ଦୀର୍ଘ ୨ ମାସ ପର୍ଯ୍ୟନ୍ତ ଚାଲିଥିଲା । ଆଉ ଉଭୟ ଦେଶର ବିପୁଳ କ୍ଷତି ମଧ୍ୟ ହୋଇଥିଲା । ଆଉ ଶେଷରେ ବିଶ୍ବର ସର୍ବବୃହତ ଯୁଦ୍ଧ ଭୂମିରେ ଚାଲିଥିବା ଲଢେଇର ହୋଇଥିଲା ଅନ୍ତ । ୧୯୯୯ ଆଜିର ଦିନରେ କାର୍ଗିଲ ଶିଖରରେ ଉଡିଥିଲା ଭାରତୀୟ ତ୍ରୀରଙ୍ଗା ।

ଭାରତର ତତ୍କଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କାର୍ଗିଲ ଗସ୍ତ କରିଥିଲେ । ଟାଇଗର ହିଲ ନିକଟ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳକୁ ଭାରତୀୟ ସେନା ନିଜ ଅକ୍ତିଆରକୁ ନେଇଥିଲା । ଭାରତୀୟ ସେନା ଟାଇଗଲ ହିଲ୍ କବ୍‌ଜା କରିଥିଲେ । ଅନ୍ତରାଷ୍ଟ୍ରୀୟ ଚାପ ଯୋଗୁଁ ପାକ୍ ପ୍ରଧାନମନ୍ତ୍ରୀ କାର୍ଗିଲରୁ ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନୀ ସୈନିକଙ୍କ ପଛକୁ ହଟିବା ପାଇଁ ବାଧ୍ୟ କରାଯାଇଥିଲା । ୧୪ ଜୁଲାଇ ୧୯୯୯ରେ ଅପରେସନ ବିଜୟ ସଫଳ ହୋଇଥିବା ଭାରତର ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଜୁଲାଇ 26 199ରେ ପାକିସ୍ତାନୀ ସେନା କବ୍‌ଜାରେ ଥିବା ସମସ୍ତ ଅଞ୍ଚଳକୁ ପୁଣି ନିଜ କବ୍‌ଜା ନେଇ ଭାରତ ଯୁଦ୍ଧ ବିଜୟୀ ହୋଇଥିଲା । ଶେଷରେ ୨ ମାସ ପରେ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।

ଇତିହାସରେ ....

20 ଜାନୁୟାରୀ 1999 । ଦିନଟି ଭାରତ ପାକିସ୍ତାନ ଉଭୟ ଦେଶ ପାଇଁ ସ୍ବତନ୍ତ୍ର । ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୱାଘା ବର୍ଡର ପାର ହୋଇ ପାକିସ୍ତାନ ମାଟିରେ ପ୍ରବେଶ କଲେ ସେତେବେଳେ ଦୁଇ ପ୍ରତିଦ୍ବନ୍ଦି ଭାରତ-ପାକିସ୍ତାନ ଖାଲି ନୁହେଁ ସାରା ବିଶ୍ବର ନଜର ଏହାରି ଉପରେ ଥିଲା । ସେହିଦିନ 4 ଟା 40 ମିନିଟରେ ଯେତେବେଳେ ପ୍ରଧାନମନ୍ତ୍ରୀ ବାଜପେୟୀ 22 ଜଣ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ଧରି ପାକିସ୍ତାନର ଲାହୋର ଅଭିମୁଖେ ବସ ଯୋଗେ ଗସ୍ତ କରିଥିଲେ, ସାଙ୍ଗରେ ନେଇଥିଲେ, ବନ୍ଧୁତ୍ବ, ବିଶ୍ବାସ ସଦଭାବନା ଓ ଶାନ୍ତିର ବାର୍ତ୍ତା । ବାଜପେୟୀଙ୍କ ଏହି ଗସ୍ତକୁ ଉଭୟ ଦେଶର ଜନତା ବେଶ କିଛି ଆଶା କରିଥିଲେ । ତେବେ ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ସେହି ଦେଶର ସେନା ମୁଖ୍ୟ ମଧ୍ୟ ସମ୍ମାନ ଦେବା କଥା । ହେଲେ ବାଜପେୟୀଙ୍କ ଗସ୍ତ ବେଳେ ସେମିତି କିଛି ହୋଇନଥିଲା । କାରଣ ସେତେବେଳର ପାକିସ୍ତାନୀ ସେନାମୁଖ୍ୟ ଥିବା ଜେନେରାଲ ପରଭେଜ ମୁଶାରଫଙ୍କ ଯୋଜନା ଥିଲା କିଛି ବିପଦଜ୍ଜନକ । ବାଜପେୟୀଙ୍କ ଗସ୍ତ ଦିନ ହିଁ ଜେନେରାଲ ମୁଶାରଫ ଅପରେଶନ ବଦ୍ର ପାଇଁ ପାକିସ୍ତାନର ନର୍ଦନ ଲାଇନ ଇନଫେଣ୍ଟ୍ରୀ ଦେଇ ଏଲଓସି ପାର କରି କିଛି ଗୁପ୍ତ ଅପରେଶନରେ ସାମିଲ ହେବାର ଥିଲା । ଅପରେଶନ ବଦ୍ର ଆଧାରରେ ପାକିସ୍ତାନୀ ସେନା ଜୋ-ଜୀ-ଲାକୁ କବଜା କରି ଶ୍ରୀନଗର-ଲେହ-କାରଗିଲ ଜାତୀୟ ରାଜପଥ ଉପରେ ପୁରା ନିୟନ୍ତ୍ରଣ କରିବାକୁ ଯୋଜନା ଥିଲା ।

21 ଫେବୃୟାରୀ 1999 ରେ ଭାରତ ପ୍ରଧାନମନ୍ତ୍ରୀ ବାଜପେୟୀ- ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଲାହୋର ବୁଝାମଣା ପତ୍ରରେ ସ୍ବାକ୍ଷର କରିଥିଲେ । ହେଲେ ଏହି ଶାନ୍ତିର ବୁଝାମଣା କୁ ସେନାର ସ୍ବୀକୃତି ନଥିଲା । ଆଉ ସେହି ଠାରୁ ପାକିସ୍ତାନ ସେନା ଆରମ୍ଭ କରିଥିଲା ଅପରେଶନ ବଦ୍ର ।

କାର୍ଗିଲ ଯୁଦ୍ଧରେ ଶହୀଦ ଓଡ଼ିଆ ଯବାନ

୧- ମେଜର ପଦ୍ମପାଣି ଆଚାର୍ଯ୍ୟ

୨- ଡ୍ରାଇଭର ଗୋପିନାଥ ମହାପାତ୍ର

୩-ଫ୍ଲାଇଟ ଇଞ୍ଜିନିଅର ରାଜ କିଶୋର ସାହୁ

୪- ଲାନ୍ସ ନାଏକ ରାମ କୁମାର ପ୍ରଧାନ

୫- ନାଏକ ସଚିଦାନନ୍ଦ ମଲ୍ଲିକ

୬- ଲାନ୍ସ ନାଏକ ମାନସ ରଞ୍ଜନ ସାହୁ

୭- ରାଇଫଲ ମ୍ୟାନ ଲିଙ୍କନ ପ୍ରଧାନ

୮-ସର୍ଜଣ୍ଟ ରାଜ କିଶୋର ସାହୁ

୯- ଶ୍ରୀନିବାସ ପାତ୍ର

୧୦- ସିଗ୍ନାଲ ମ୍ୟାନ ରାଜନ ସାହୁ

୧୧- ଗଙ୍ଗାରାମ ଦାସ

୧୨- ବୁଧୁ ରାମ

୧୩- ନିରଞ୍ଜନ ବେହେରା

ଏପଟେ ଗତକାଲି ଭୁବନେଶ୍ବରରେ ଓଡିଆ ଶହୀଦ ଯବାନଙ୍କୁ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2024, 11:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.