ETV Bharat / bharat

‘ଏମରଜେନ୍ସି ସମ୍ବିଧାନ ଉପରେ ସିଧା ଆକ୍ରମଣର ଏକ କଳା ଅଧ୍ୟାୟ’: ସଂସଦର ମିଳିତ ଅଧିବେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି - PRESIDENT ADDRESS IN JOINT SESSION

author img

By ETV Bharat Odisha Team

Published : Jun 27, 2024, 1:16 PM IST

President addresses joint session: ମିଳିତ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି । ଗତ 10ବର୍ଷର ସରକାରଙ୍କ ଉପଲବ୍ଧିର ଗୋଲାପୀ ଚିତ୍ର ଦେଖାଇଲେ । ଏହି ଶତାବ୍ଦୀ ଭାରତର । ଅଷ୍ଟାଦଶ ଲୋକସଭା ଐତିହାସିକ ହେବ । ଜରୁରୀ ସ୍ଥିତି ଭାରତର ସମ୍ବିଧାନ ପ୍ରତି ସିଧା ଆକ୍ରମଣ ଥିଲା କହିଲେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

‘ଏମରଜେନ୍ସି ସମ୍ବିଧାନ ଉପରେ ସିଧା ଆକ୍ରମଣର ଏକ କଳା ଅଧ୍ୟାୟ’: ମିଳିତ ଅଧିବେଶର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି
‘ଏମରଜେନ୍ସି ସମ୍ବିଧାନ ଉପରେ ସିଧା ଆକ୍ରମଣର ଏକ କଳା ଅଧ୍ୟାୟ’: ମିଳିତ ଅଧିବେଶର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି (ETV Bharat Odisha)

ନୂଆଦିଲ୍ଲୀ: ଦେଶ ଏକ ସ୍ଥିର ଜନାଦେଶ ପାଇଛି । ତୃତୀୟ ଥର ପାଇଁ ଦେଶବାସୀ ଏକ ଦୃଢ ସରକାର ଗଠନ କରିଛନ୍ତି । ଏହି ନିର୍ବାଚନ ପରିଚାଳନା ସମଗ୍ର ବିଶ୍ବ ପାଇଁ ଏକ ଉଦାହରଣ । ଏହି ଐତିହାସିକ ଲୋକସଭାରେ ଦେଶ ବହୁ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟରେ ପହଞ୍ଚିବ । ଭାରତ ପ୍ରଗତିର ନୂଆ ଧାରାରେ ଅଛି । ଆଗାମୀ ଦିନ ଭାରତର ହେବ । ଚଳିତ ଶତାବ୍ଦୀ ମଧ୍ୟ ଭାରତର । ଭାରତ ପ୍ରତି ବିଶ୍ବ ସମୂଦାୟର ଦୃଷ୍ଟିଭଙ୍ଗୀ ବଦଳିଛି । ତାହା ନିକଟରେ ଶେଷ ହୋଇଥିବା ଇଟାଲୀରେ ଆୟୋଜିତ ଜି-7 ସମ୍ମିଳନୀରେ ଦେଖିବାକୁ ମିଳିଛି । 1975 ମସିହାରେ ଦେଶରେ ଜାରି କରାଯାଇଥିବା ଜରୁରୀ ସ୍ଥିତି ଦେଶର ସମ୍ବିଧାନ ପ୍ରତି ସିଧା ଆକ୍ରମଣର ଏକ କଳା ଅଧ୍ୟାୟ ଥିଲା । ହେଲେ ଏହି ଆହ୍ବାନକୁ ଭାରତ ଅତିକ୍ରମ କରିବାରେ ସଫଳ ହୋଇଥିଲା ବୋଲି ଆଜି ମିଳିତ ଗୃହକୁ ସମ୍ବୋଧନରେ କହିଛନ୍ତି ରାଷ୍ଟ୍ରପତି ।

ମିଳିତ ଅଧିବେଶର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି
ମିଳିତ ଅଧିବେଶର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି (ETV Bharat Odisha)

ଆଜି ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନର ମିଳିତ ଗୃହକୁ ସମ୍ବୋଧିତ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିବା ସହ ବିଭିନ୍ନ ପ୍ରସଙ୍ଗରେ ବର୍ତ୍ତମାର ଦେଶର ଭୂମିକାକୁ ବର୍ଣ୍ଣନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତ 10ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ କ୍ରିୟାନ୍ବୟନ ଓ ଏହାର ଉପଲବ୍ଧିର ଦୀର୍ଘ ବିଶ୍ଳେଷଣ କରିଛନ୍ତି ରାଷ୍ଟ୍ରପତି । ନବନିର୍ବାଚିତ ସରକାର ଓ ସାଂସଦମାନଙ୍କୁ ପ୍ରଥମେ ନିର୍ବାଚନୀ ବିଜୟର ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ତାଙ୍କ ସମ୍ବୋଧନ ଆରମ୍ଭ କରି ଅର୍ଥନୀତି, କୃଷି, ସାମାଜିକ ସଂସ୍କାର, ମହିଳା ସଶକ୍ତିକରଣ, ଗଣତାନ୍ତ୍ରିକ ମୂଲ୍ୟବୋଧ ପରି ତମାମ ପ୍ରସଙ୍ଗ ଉପରେ ଏକ ଦୀର୍ଘ ବିଶ୍ଳେଷଣାତ୍ମକ ଅଭିଭାଷଣ ରଖିଛନ୍ତି ।

ଆତ୍ମନିର୍ଭରତା ଦିଗରେ ବଢୁଛି ଭାରତ:-

ରାଷ୍ଟ୍ରପତି କହିଛନ୍ତି, ‘‘ଏବେ ସରକାର‘ଏମଏସପି’ ରେ ବୃଦ୍ଧି କରିଛନ୍ତି । ଆମେ ବିଭିନ୍ନ କ୍ଷେତ୍ରରେ ଅଧିକ ଆତ୍ମନିର୍ଭର ହେବା ଲକ୍ଷ୍ୟରେ ନୀତି ପ୍ରସ୍ତୁତ କରାଯାଉଛି । ବିଦେଶୀ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଉପରେ ନୂଆ ରଣନୀତି ପ୍ରସ୍ତୁତ କରାଯାଉଛି । ଜୈବିକ କୃଷି ପ୍ରଣାଳୀକୁ ସଶକ୍ତ କରାଯାଉଛି । ଏହି ପ୍ରୟାସରେ କୃଷି କ୍ଷେତ୍ରରେ ଖର୍ଚ୍ଚ ପରିମାଣ ହ୍ରାସ ପାଇବ ଓ କୃଷକଙ୍କ ଆୟ ମଧ୍ୟ ବଢିବ । 2023 ରେ ଭାରତ ଉଦ୍ୟମରେ ଅନ୍ତର୍ଜାତୀୟ ମିଲେଟ ଡେ’ ବିଶ୍ବରେ ପାଳିତ ହୋଇଛି । ଭାରତୀୟ ପରମ୍ପରାରୁ ସୃଷ୍ଟି ଯୋଗ ଦିବସ ମଧ୍ୟ ସାରା ଦେଶରେ ପାଳିତ ହୋଇଛି । ଭାରତ ଏକ ସୁସ୍ଥ ବିଶ୍ବ ନିର୍ମାଣର ପ୍ରୟାସରେ ଅଛି । ଜଳବାୟୁ ପରିବର୍ତ୍ତନରେ ମଧ୍ୟ ଭାରତ ଏକ ଅଗ୍ରଣୀ ଦେଶ ଭାବେ ରହିଛି । ଆଗାମୀ ସମୟ ସବୁଜ ଯୁବ ହେବ । ଆମେ ସେଥିପାଇଁ ମଧ୍ୟ ଚେଷ୍ଟା କରୁଛି । ଗ୍ରୀନ ଏନର୍ଜୀରୁ ଗ୍ରୀନ ମୋବଲିଟି ଆଡକୁ ଭାରତର ଯାତ୍ରା ଜାରି ରହିଛି । ପ୍ରଦୂଷଣରୁ ମୁକ୍ତ ଓ ସ୍ବଚ୍ଛ୍ବ ସହରରେ ରହିବା ଭାରତୀୟଙ୍କ ଅଧିକାର ହୋଇସାରିଛି ।’’

ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଭାରତ ପ୍ରଗତିର ନୂଆ ଧାରା ସୃଷ୍ଟି କରିଛି । ଏବେ ଭାରତ ଦୁନିଆର ତୃତୀୟ ବଡ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ହୋଇସାରିଛି । 2024 ସୁଦ୍ଧା ଦେଶରେ 605 ଏୟାର-ରୁଟ ପ୍ରତିଷ୍ଠା ହୋଇଛି । ଦେଶର ପରିବହନ କ୍ଷେତ୍ର ମଧ୍ୟ ପରିବର୍ତ୍ତିତ ହେଉଛି । ଏବେ ବନ୍ଦେ ମେଟ୍ରୋ ଉପରେ କାମ କରୁଛି ସରକାର । ଦେଶରେ ଗରିବଙ୍କ ପାଇଁ ମୁକ୍ତ ରାସନ, ଦେୟମୁକ୍ତ ବିଜୁଳି ଯୋଗାଣ ଓ ‘ପିଏମ ସୌର ଘର’ ଯୋଜନା କାର୍ଯ୍ୟକାରୀ କରାଯାଇଛି ।

25 କୋଟି ଲୋକ ଗରିବି ମୁକ୍ତ ହୋଇଛନ୍ତି :-

ବିକଶିତ ଭାରତର ନିର୍ମାଣ ଦେଶର ଗରିବ, ଯୁବା, କିଷାନ ଓ ନାରୀଶକ୍ତି ସଶକ୍ତ ପରି ଚାରି ସ୍ତମ୍ଭ ଉପରେ ଦଣ୍ଡାୟମାନ ରହିଛି । ଗତ 10 ବର୍ଷରେ 25କୋଟି ଲୋକ ଗରିବିରୁ ବାହାରିଛନ୍ତି । ଆଦିବାସୀ ସମାଜରେ ଏହି ପରିବର୍ତ୍ତନ ସ୍ପଷ୍ଟ ଭାବେ ନଜର ଆସୁଛି । ଦେଶରେ ଅବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଆଧୁନିକ ମାପଦଣ୍ଡ ସହ କାମ ଜାରି ରହିଛି । ଜାତୀୟ ରାଜପଥ ଓ ଏକ୍ସପ୍ରେସ ଓ୍ବେ ନେଟଓ୍ବାର୍କ ବଢିବାରେ ଲାଗିଛି । ପ୍ରଥମ ଥର ଅନ୍ତର୍ଦେଶୀୟ ଜଳମାର୍ଗ ପ୍ରତିଷ୍ଠା ହେବାକୁ ଯାଉଛି । ଉତ୍ତର ପୂର୍ବର ବିକାଶ ପାଇଁ ପାଣ୍ଠି ବୃଦ୍ଧି କରାଯାଇଛି । ଶିକ୍ଷା ସ୍ବାସ୍ଥ୍ୟ ପର୍ଯ୍ୟଟନ ପାଇଁ କାମ ଚାଲିଛି । ମହିଳା ସଶକ୍ତୀକରଣ ପ୍ରତି ଧ୍ୟାନ ଦେଇଛି । ଏବେ ନାରିଶକ୍ତୀ ବନ୍ଦନ ଅଧିନିୟମର ଶକ୍ତି ଆସିଛି ।

ପେପର ଲିକ୍‌ ଘଟଣାରେ ହେବ କଡା କାର୍ଯ୍ୟାନୁଷ୍ଠାନ:-

ବର୍ତ୍ତମାନ ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ପେପର ଲିକ ପ୍ରସଙ୍ଗ ମଧ୍ୟ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ସ୍ଥାନ ପାଇଛି । ପେପର ଲିକ୍‌ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠିବାକୁ ହେବ । ପରୀକ୍ଷା ପ୍ରକ୍ରିୟାରେ ସୁଧାର ଆଣିବା ପାଇଁ ପ୍ରୟାସ କରାଯାଉଛି । ନ୍ୟାୟିକ ପ୍ରକ୍ରିୟାରେ ମଧ୍ୟ କାନୁନ ପରିବର୍ତ୍ତନ କରିଛି ଭାରତ । ନାଗରିକତା ସଂଶୋଧନ ଅଧିନିୟମ (ସିଏଏ)କୁ ମଞ୍ଜୁରୀ ଦେଇ ଭାରତ ଆଜି ବିଭାଜନ ପ୍ରଭାବିତଙ୍କୁ ନ୍ୟାୟ ଦେଇଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ଏମରଜେନ୍ସି ଏକ କଳା ଅଧ୍ୟାୟ:-

1975 ରେ ତତ୍କାଳୀନ କଂଗ୍ରେସ ସରକାର ସମୟରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଦେଶରେ ଜରୁରୀ ସ୍ଥିତି ଘୋଷଣା ହେବା ପ୍ରସଙ୍ଗ ମଧ୍ୟ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ସ୍ଥାନ ପାଇଛି । ରାଷ୍ଟ୍ରପତି କହିଛନ୍ତି, ଜରୁରୀ ସ୍ଥିତି ଘୋଷଣା ଭାରତୀୟ ସମ୍ବିଧାନ ପ୍ରତି ସିଧା ଆକ୍ରମଣ । ଏହି ନିଷ୍ପତ୍ତି ପୁରା ଦେଶରେ ହାହାକାର ସୃଷ୍ଟି କରିଥିଲା । ଏହା ଉପରେ ଭାରତ ବିଜୟ ପାଇଛି । ଆମ ସମ୍ବିଧାନ ଜନ ଚେତନାର ଭାଗ । କାଶ୍ମୀରରେ ମଧ୍ୟ ପୁରା ସମ୍ବିଧାନ ଲାଗୁ ହୋଇସାରିଛି ବୋଲି ରାଷ୍ଟ୍ରପତି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.