ETV Bharat / bharat

RTEରେ ବେସରକାରୀ ସ୍କୁଲରେ ନାମଲେଖା ପାଇଁ ଲଟେରୀ, ଚୟନ ହେଲେ ୧,୫୮୯ ଛାତ୍ରଛାତ୍ରୀ - Mass education department - MASS EDUCATION DEPARTMENT

MASS EDUCATION DEPARTMENT: ବେସରକାରୀ ସ୍କୁଲରେ ନାମଲେଖା ପାଇଁ ଲଟେରୀ ପ୍ରକ୍ରିୟାରେ ଚୟନ ହେଲେ ୧,୫୮୯ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

RTE ରେ ବେସରକାରୀ ସ୍କୁଲରେ ନାମଲେଖା ପାଇଁ ଲଟେରୀ, ଚୟନ ହେଲେ ୧,୫୮୯ ଛାତ୍ରଛାତ୍ରୀ
RTE ରେ ବେସରକାରୀ ସ୍କୁଲରେ ନାମଲେଖା ପାଇଁ ଲଟେରୀ, ଚୟନ ହେଲେ ୧,୫୮୯ ଛାତ୍ରଛାତ୍ରୀ (PIC- ETV Bharat Odisha)
author img

By ETV Bharat Odisha Team

Published : May 15, 2024, 2:04 PM IST

ଭୁବନେଶ୍ବର: ଶିକ୍ଷା ଅଧିକାର ଆଇନ (RTI) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ମାଗଣାରେ ଶିକ୍ଷା ନେଇପାରିବେ । ଏହି ପିଲାଙ୍କୁ ପାଠ ପଢ଼ିବା ପାଇଁ କୌଣସି ଅର୍ଥ ରାଶି ଦେବାକୁ ପଡ଼ିବ ନାହିଁ । ଏନେଇ ଶିକ୍ଷା ଅଧିକାର ନିୟମ (RTE) ପାରଦର୍ଶୀ ପୋର୍ଟାଲ www.rteparadarshi.odisha.gov.in ରେ ଆବେଦନ କରିବା ପାଇଁ ଆହ୍ଵାନ କରାଯାଇଥିଲା । ତୃତୀୟ ପର୍ଯ୍ୟାୟ ପାଇଁ ମ’ ୨ ତାରିଖରୁ ଆରମ୍ଭ କରି ୮ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ । ବେସରକାରୀ ବିଦ୍ୟାଳୟଗୁଡ଼ିକରେ ସମୁଦାୟ ୨,୩୦୨ ଅନ୍‌ଲାଇନ୍ ଆବେଦନ କରିଥିଲେ ଛାତ୍ରଛାତ୍ରୀ । ତେବେ ଏହା ମଧ୍ୟରୁ ବ୍ଲକ୍ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣପତ୍ର ଯାଞ୍ଚ କରି ୧୭୭୮ ଆବେଦନପତ୍ରକୁ ଯୋଗ୍ୟ ବିବେଚିତ କରିଛନ୍ତି ।

ଯୋଗ୍ୟ ଆବେଦନ ପତ୍ରଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ (Directorate of Elementary Education (DEE) Odisha) ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ ମାଧ୍ୟମରେ ୧୩ ତାରିଖ ଦିନ ନାମଲେଖା ପାଇଁ ଲଟେରୀ କରାଯାଇଥିଲା । ତେବେ ସେଥି ମଧ୍ୟରୁ ୧୫୮୯ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି । ବର୍ତ୍ତମାନ ବ୍ଲକ୍ ଶିକ୍ଷା ଅଧିକାରୀମାନେ ସଂପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ଲେଖାଇ ପାରିବେ। ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଆଜିଠାରୁ ଆରମ୍ଭ କରି ମଇ ୩୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ନାମ ଲେଖାଇପାରିବେ। ଏହି ନାମଲେଖା ସଂପୂର୍ଣ୍ଣ ନିଃଶୁଳ୍କ ଅଟେ। ବେସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ କୌଣସି ଅର୍ଥ ଅଭିଭାବକମାନଙ୍କଠାରୁ ନେଇପାରିବେ ନାହିଁ । ଯଦି ଏହାକୁ କୌଣସି ବିଦ୍ୟାଳୟ ଖିଲାପ କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ହେଲ୍ପଲାଇନ୍ ନମ୍ବର -୧୮୦୦୩୪୫୬୭୨୨ ନମ୍ବର ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଓଡ଼ିଶାରେ ଓମ ବିର୍ଲା, ଆଜି ଆସୁଛନ୍ତି ଶାହ ଓ ନଡ୍ଡା - lok sabha election 2024

ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ୩ ହଜାର ୩୩୧ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ୪୧ ହଜାର ୩୩୩ ସିଟ୍‌ ପାଇଁ ସମୁଦାୟ ୩୦ ହଜାର ୪୨୩ ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରାଯାଇଥିଲା। ଏହା ମଧ୍ୟରୁ ବ୍ଲକ୍‌ ଶିକ୍ଷା ଅଧିକାରୀମାନେ ପ୍ରମାଣପତ୍ର ଯାଞ୍ଚ କରି ୨୩ ହଜାର ୨୨୮ ଜଣଙ୍କର ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରାଯାଇଥିଲା । ସେଥିମଧ୍ୟରୁ ଦ୍ଵିତୀୟ ପର୍ଯ୍ୟାୟରେ ୧୭ ହଜାର ୨୩୫ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.