ETV Bharat / bharat

132 ଜଣ ପାଇବେ ପଦ୍ମ ପୁରସ୍କାର: 5 ଜଣଙ୍କୁ ପଦ୍ମ ବିଭୂଷଣ, 17 ଜଣଙ୍କୁ ପଦ୍ମଭୂଷଣ

author img

By ETV Bharat Odisha Team

Published : Jan 26, 2024, 8:27 AM IST

Padma Awards: ଘୋଷଣା ହେଲା 2024 ପଦ୍ମ ପୁରସ୍କାର । ପୂର୍ବତନ ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ସମେତ 5 ଜଣଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ । ଅଧିକ ପଢନ୍ତୁ

ପଦ୍ମ ପୁରସ୍କାର
Padma Awards

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ବର୍ଷ 2024 ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । 132 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ଏହି ତାଲିକାରେ 5 ଜଣଙ୍କୁ ପଦ୍ମ ବିଭୂଷଣ, 17 ଜଣଙ୍କୁ ପଦ୍ମଭୂଷଣ ଏବଂ 110 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଏନେଇ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ 30 ଜଣ ମହିଳା ଥିବା ବେଳେ 8 ଜଣ ବିଦେଶୀ / NRI / PIO / OCI ବର୍ଗର ଏହି ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । ସେହପରି 9 ଜଣ ଦିବଙ୍ଗତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମରଣୋତ୍ତର ଭାବେ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ ।

ପଦ୍ମ ବିଭୂଷଣ: ଜନସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ବତନ ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ସେହିପରି କଳା କ୍ଷେତ୍ରରେ ଅଭିନେତ୍ରୀ ବୈଜୟନ୍ତୀମାଲା ବାଲି, ଅଭିନେତା କେ ଚିରଞ୍ଜୀବ, ସାମାଜିକ କର୍ମୀ ବିନ୍ଦେଶ୍ବର ପାଠକ (ମରଣୋତ୍ତର) ଓ ପଦ୍ମା ସୁବ୍ରମଣ୍ୟମଙ୍କୁ ଦେଶର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପ୍ରଦାନ କରାଯିବ ।

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରର ନାଟ୍ୟକାର ବିନୋଦ କୁମାର ପଶାୟତଙ୍କୁ ମିଳିବ ପଦ୍ମଶ୍ରୀ

ପଦ୍ମଭୂଷଣ: ସେହିପରି 17 ଜଣଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯିବ । ମରଣୋତ୍ତର ପାଇଁ ଏମ ଫତିମା ବିବି, ବିଜୟକାନ୍ତ ଓ ସତ୍ୟବ୍ରତ ମୁଖାର୍ଜୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ସେହିପରି କଳା କ୍ଷେତ୍ରରେ, ମିଥୁନ ଚକ୍ରବର୍ତ୍ତୀ, ଉଷା ଉଥପଙ୍କୁ ସମ୍ମାନିତ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ହୋରମୁସଜି ଏନ କାମା, ସୀତାରାମା ଜିନ୍ଦଲ, ଯୋଙ୍ଗ ଲିଉ, ଅଶ୍ବିନୀ ବାଲାଚାନ୍ଦ ମେହେଟ୍ଟା, ତେଜସ ମଧୁସୂଦନ ପାଟେଲ, ଦତ୍ତତ୍ରେୟ ଆମ୍ବାଦାସ ମାୟାଲୋ, ରାମ ନାୟକ, ଚନ୍ଦ୍ରେଶ୍ବର ପ୍ରସାଦ ଠାକୁର, କୁନ୍ଦନ ବ୍ୟାସଙ୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯିବ ।

110 ଜଣଙ୍କ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ । ସେମାନଙ୍କ ମଧ୍ୟରୁ କଳା କ୍ଷେତ୍ରରେ ଓଡିଶାର 4 ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ନାଟ୍ୟକାର ବିନୋଦ ପଶାୟତ, କୃଷ୍ଣଲୀଳା ଗାୟକ ଗୁରୁ ଗୋପୀନାଥ ସ୍ବାଇଁ, ଲୋକନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନ ଓ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ।

ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ପୁରସ୍କାରକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ପଦ୍ମଭୂଷଣ, ପଦ୍ମ ବିଭୂଷଣ ଏବଂ ପଦ୍ମଶ୍ରୀ । କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ଶିକ୍ଷା, କ୍ରୀଡା ଏବଂ ଜନସେବା ପାଇଁ ପୁରସ୍କାର ପ୍ରଦାନ କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.