ଓଡିଶା

odisha

ଚିଲିକା ଜଳ ସ୍ଥିତି ଅନୁଧ୍ୟାନ କଲେ ମହାନଦୀ ଟ୍ରିବୁନାଲ ଟିମ

By

Published : May 27, 2023, 10:16 PM IST

ଟ୍ରିବ୍ୟୁନାଲ ଟିମ ସହ ଛତିଶଗଡର ଏକ ଚବିଶି ଜଣିଆ ଟିମ ଓ ବିଭିନ୍ନ ଏକ୍ସପୋର୍ଟ ଟିମ ମଧ୍ୟ ଚିଲିକା ଭିତରକୁ ଯାଇଛନ୍ତି । ଏମାନଙ୍କ ସହ ମୁଖ୍ୟ ଶାସନ ସଚିବ ପୁରୀ ଜିଲ୍ଲାପାଳ, ଏସପି ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଚିଲିକା ଭିତରକୁ ଯାଇଛନ୍ତି। ଅଧିକ ପଢନ୍ତୁ

ଚିଲିକାର ଜଳ ସ୍ଥିତି  ଅନୁଧ୍ୟାନ କଲେ ମହାନଦୀ ଟ୍ରିବୁନାଲ ଟିମ
ଚିଲିକାର ଜଳ ସ୍ଥିତି ଅନୁଧ୍ୟାନ କଲେ ମହାନଦୀ ଟ୍ରିବୁନାଲ ଟିମ

ଚିଲିକାର ଜଳ ସ୍ଥିତି ଅନୁଧ୍ୟାନ କଲେ ମହାନଦୀ ଟ୍ରିବୁନାଲ ଟିମ

ପୁରୀ: ଚିଲିକାର ଜଳ ସ୍ଥିତି ଅନୁଧ୍ୟାନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ । ହେଲିକପ୍ଟର ଯୋଗେ ପୁରୀ ସାତପଡାରେ ଦିନ ଏଗାରଟାରେ ପହଞ୍ଚି ଥିଲେ ଟ୍ରିବ୍ୟୁନାଲ । ସେଠାରୁ ଚିଲିକାର ମିର୍ଜାପୁର ଜେଟିରେ ପହଞ୍ଚି ବୋଟ ଯୋଗେ ଚିଲିକା ମୁହାଣ ଯାଇ ଚିଲିକାର ଜଳ ସ୍ଥିତି କିପରି ରହିଛି ତାହାକୁ ଅନୁଧ୍ୟାନ କରିବେ ।

ଟ୍ରିବ୍ୟୁନାଲ ଟିମ ସହ ଛତିଶଗଡର ଏକ ଚବିଶି ଜଣିଆ ଟିମ ଓ ବିଭିନ୍ନ ଏକ୍ସପୋର୍ଟ ଟିମ ମଧ୍ୟ ଚିଲିକା ଭିତରକୁ ଯାଇଛନ୍ତି । ଏମାନଙ୍କ ସହ ମୁଖ୍ୟ ଶାସନ ସଚିବ ପୁରୀ ଜିଲ୍ଲାପାଳ, ଏସପି ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଚିଲିକା ଭିତରକୁ ଯାଇଛନ୍ତି । ଏତତ ବ୍ୟତୀତ ଏକ ଆମ୍ବୁଲାନ୍ସ ଟିମ ଓ ଦମକଳ ବାହିନୀର ଏକ ଟିମ ମଧ୍ୟ ଚିଲିକା ଭିତରକୁ ଯାଇଛି। ଚିଲିକା ଭିତରେ ପ୍ରାୟ ତିନି ଘଣ୍ଟା ରହି ଚିଲିକା ଓ ଚିଲିକା ମୁହାଣ ଅଞ୍ଚଳ ସ୍ଥିତି ବୁଲି ଦେଖିବା ସହ ଚିଲିକାର ଜଳ ସ୍ଥିତି ଅନୁଧ୍ୟାନ କରିବେ ଏହି ଟିମ ।

ଗତକାଲି କଟକରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିଥଲେ ମହାନଦୀ ଟ୍ରିବ୍ୟୁନାଲ ଟିମ । ୧୦ ଦିନିଆ ଗସ୍ତରେ ଆସିଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟମାନେ ଗତକାଲି କଟକ ରେ ମହାନଦୀର ସ୍ଥିତି ସହ ସାପୁଆ କେନାଲ, ମୁଣ୍ଡଳୀ, ନରାଜ , ଗଡଗଡିଆ, କାଠଯୋଡୀ, ଯୋବ୍ରା , ବିରୂପା ବ୍ୟାରେଜ ଗସ୍ତ କରି ମହାନଦୀ ଜଳସ୍ତର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଟିମରେ କେନ୍ଦ୍ରରୁ ଆସିଥିବା ଟ୍ରିବ୍ୟୁନାଲ ଟିମ ସହ ଛତିଶଗଡ ଏବଂ ଓଡିଶାର ଅଧିକାରୀ ସାମିଲ ଅଛନ୍ତି।

ଛତିଶଗଡ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ପରେ ଉଭୟ ରାଜ୍ୟ ମଧ୍ୟରେ ଉଜୁଥିବା ଜଳ ବିବାଦକୁ ନେଇ ଏବେ ଟ୍ରିବ୍ୟୁନାଲ ଛତିଶଗଡରୁ ଓଡିଶା ଯାଏଁ ଉଭୟ ମହାନଦୀ ଅବବାହିକାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପୂର୍ବରୁ ଛତିଶଗଡରେ ଅନୁଧ୍ୟାନ ସରିଥିବା ବେଳେ ଏବେ ଓଡିଶାରେ ଏହି ଅନୁଧ୍ୟାନ ଅନ୍ତିମସ୍ତରରେ ପହଞ୍ଚିଛି ।

ଛତିଶଗଡ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ଦ୍ବାରା ମହାନଦୀରରେ ଜଳସ୍ତର କମିଯାଇଛି । ଯାହାର ଫଳ ଭୋଗୁଛନ୍ତି ମହାନଦୀ ଉପରେ ନିର୍ଭର କରୁଥିବା ଓଡ଼ିଶାର ଚାଷୀ, ମତ୍ସ୍ୟଜୀବୀ ସମେତ ପୁରା ରାଜ୍ୟବାସୀ । ପ୍ରକାଶ ଯେ, ମହାନଦୀ ଜଳ ବିବାଦ ଟ୍ରିବୁନାଲ ଟିମ୍ ଓଡିଶା ଗସ୍ତରେ ଆସି ବିଭିନ୍ନ ସ୍ଥାନ ଯଥା, ଝାରସୁଗୁଡା, ସମ୍ବଲପୁର, ଅନୁଗୋଳର ବିଭିନ୍ନ ସ୍ଥାନରେ କ୍ଷେତ୍ର ପରିଦର୍ଶନ ଜାରି ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details