ଓଡିଶା

odisha

ନବରଙ୍ଗପୁରରେ DGP ସୁନୀଲ, ମାଓ ଗତିବିଧିର କଲେ ସମୀକ୍ଷା

By

Published : Mar 21, 2022, 3:35 PM IST

Updated : Mar 21, 2022, 3:49 PM IST

ରାଜ୍ୟ ପୌର ନିର୍ବାଚନ ପାଇ ଜୋରଦାର ପ୍ରଚାର ପ୍ରସାର ଚାଲିଛି । ହେଲା ପୌର ନିର୍ବାଚନରେ କିଭଳି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବ ସେ ନେଇ ଡିଜିପି ସୁନୀଲ ବଂଶଲଙ୍କ ନବରଙ୍ଗପୁର ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ

ଡିଜିପି ସୁନୀଲ ବଂସଲଙ୍କ ନବରଙ୍ଗପୁର ଗସ୍ତ
ଡିଜିପି ସୁନୀଲ ବଂସଲଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: ପୌର ନିର୍ବାଚନ ରହିଲା ମାତ୍ର ଅଳ୍ପ ଦିନ । ହେଲେ ତା ପୂର୍ବରୁ ନବରଙ୍ଗପୁର ଗସ୍ତ କରିଛନ୍ତି ଡିଜିପି ସୁନୀଲ ବଂସଲ । ଡିଜିଙ୍କ ସାଥିରେ ସ୍ପେସିଆଲ ଡିଜି ଏସଏପି ମନୋଜ ଛାବରା, ଆଇଜି ଅପରେସନ ଅମିତାଭ ଠାକୁର ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ଥିଲେ । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ଆଇନ ଶୃଙ୍ଖଳା ଏବଂ ମାଓବାଦୀ ଗତିବିଧି ସମ୍ପର୍କରେ ଉଚ୍ଚସ୍ତରୀୟ ଆଲୋଚନା କରିଥିଲେ ।

ନବରଙ୍ଗପୁରରେ DGP ସୁନୀଲ, ମାଓ ଗତିବିଧିର କଲେ ସମୀକ୍ଷା

ଏହି ଅବସରରେ ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ବେଳେ ଆଗାମୀ ପୌର ନିର୍ବାଚନରେ ମଧ୍ୟ କିଭଳି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବ ସେ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିଥିଲେ । ନବରଙ୍ଗପୁର ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ପାଇଁ ସହରର ବିଭିନ୍ନ ସ୍ଥାନରେ ଲାଗିବାକୁ ଯାଉଥିବା ସିସିଟିଭି କ୍ୟାମେରା ବ୍ୟବସ୍ଥାର ତଦାରଖ କରିଥିଲେ ଓ ଏହାର କାର୍ଯ୍ୟକାରିତା ନେଇ ପଚାରି ବୁଝିଥିଲେ ଡିଜିପି ସୁନୀଲ ବଂଶଲ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Mar 21, 2022, 3:49 PM IST

ABOUT THE AUTHOR

...view details