ଓଡିଶା

odisha

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ, ‘ଲୋକଙ୍କୁ ଭୁଆଁ ବୁଲାଉଛି ବିଜେଡି ଓ ବିଜେପି’

By

Published : Aug 18, 2023, 7:50 PM IST

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜନ କରି ରାଜ୍ୟର 314ଟି ବ୍ଲକ ଘେରାଉ କଲା କଂଗ୍ରେସ । ଅଧିକ ପଢନ୍ତୁ

9ଦଫା ଦାବିକୁ ନେଇ ବ୍ଲକ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ କଲା କଂଗ୍ରେସ
9ଦଫା ଦାବିକୁ ନେଇ ବ୍ଲକ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ କଲା କଂଗ୍ରେସ

9ଦଫା ଦାବିକୁ ନେଇ ବ୍ଲକ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ କଲା କଂଗ୍ରେସ

ଜଗତସିଂହପୁର: 9ଦଫା ଦାବିକୁ ନେଇ ବ୍ଲକ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ କଲା କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜନ କରି ରାଜ୍ୟର 314ଟି ବ୍ଲକ୍‌ ଘେରାଉ କରିବା ସହ ସରକାରଙ୍କ ବିରୋଧରେ ନାରା ଦେଇଥିବା ଦେଖିବାକୁ ମିଳିଛି । ଏହି ବିକ୍ଷୋଭରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଯୋଗ ଦେଇ ସିଧାସଳଖ ଶାସକ ବିଜେଡି ଓ ବିଜେପିକୁ ସମାଲୋଚନା କରିଥିଲେ । ରାଜ୍ୟରେ ବିଜେଡି ସରକାର ଓ କେନ୍ଦ୍ରରେ ବିଜେପି ସରକାର ଗାଁର ବିକାଶ କ୍ଷେତ୍ରରେ ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ।

ଜିଲ୍ଲା କଂଗ୍ରେସ ସଭାପତି ସଭାପତି ନଟବର ବାରିକ କହିଛନ୍ତି, "ପଞ୍ଚାୟତଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ଦୁର୍ନୀତିରେ ବୁଡ଼ି ଗଲାଣି । ସବୁଠାରୁ ୧୫%ରୁ ୫୦% ପ୍ରତିଶତ ପିସି ଆଦାୟ କରାଯାଉଛି । ଉଭୟ ସରକାର ଶହଶହ କୋଟି ଟଙ୍କାର ବିଜ୍ଞାପନ ଦେଇ ଗାଁ ଗଣ୍ଡା ବିକାଶର ମିଛ ଡିଣ୍ଡିମ ପିଟୁଛନ୍ତି । ବାସ୍ତବରେ ସବୁ ଯୋଜନାରୁ ବଞ୍ଚିତ ରହୁଛି ଗରିବ । ଚାଷୀ ତା ଅମଳର ମୂଲ ପାଉନି । ଯୁବକର ହାତକୁ କାମ ନାହିଁ । ରାଜ୍ୟ ବାହାରକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛି ଯୁବପିଢି । କଂଗ୍ରେସ ସରକାର ସମୟରେ ଇନ୍ଦିରା ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ନାମ ବଦଳାଇ ବିଜେପି ସରକାର ବାହାଦୁରୀ ନେବାରେ ଲାଗିଛନ୍ତି । ହେଲେ ନା କେନ୍ଦ୍ର ନା ରାଜ୍ୟ କିଛି ଯୋଜନାକୁ ସଫଳ କରିପାରୁଛନ୍ତି ।"

ସେ ଅହୁରି ମଧ୍ୟ କହିଛନ୍ତି,"ରାଜ୍ୟରେ ଶିକ୍ଷାର ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ସ୍କୁଲ୍‌ରେ ଶିକ୍ଷକ ନାହାନ୍ତି କି ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି । ଚାଷୀର ଚାଷ ଉଜୁଡ଼ି ଗଲେ ମଧ୍ୟ ତାକୁ କ୍ଷତି ପୂରଣ ପ୍ରଦାନ କରାଯାଉ ନାହିଁ । କଂଗ୍ରେସ ସରକାର ସମୟରେ 1995 ମସିହାରେ ବିଜୁଳି ବ୍ୟବସ୍ଥା ସୁଧାରିବା ପାଇଁ ବିଜୁଳି ସଂସ୍କାର ଓଡ଼ିଶାରେ ଲାଗୁହେଲା । ବିଜୁଳି କାଟ ବନ୍ଦ ହେଲା । କିନ୍ତୁ ଏବେ ବିଜୁଳି କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ହୋଇଥିବା ବେଳେ ଓଡ଼ିଶାରେ ବିଜୁଳି ବିଭ୍ରାଟ ଚରମ ସୀମାରେ ପହଁଞ୍ଚିଛି । ନାରୀ ନିର୍ଯାତନା ଚରମ ସୀମାରେ ପହଞ୍ଚିଛି । ବିଜେଡିର 24 ବର୍ଷର ଶାସନ କାଳ ଓ ବିଜେପିର 8ବର୍ଷର ଶାସନରେ ତାଙ୍କର ମନ୍ତ୍ରୀମଣ୍ଡଳ ଦୁର୍ନୀତି ଛଡ଼ା କିଛି ବି ଜନକଲ୍ୟାଣକାରୀ କାର୍ଯ୍ୟ କରିନାହାନ୍ତି । ତେଣୁ ସରକାର ଏହି 9ଟି ଦାବିକୁ ଯଥାସମ୍ଭବ ପୂରଣ କରନ୍ତୁ ।"

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details