ETV Bharat / state

ପୋଲିସ ପଞ୍ଝାରେ ନକଲି ଡ଼ାକ୍ତର, ସରକାରୀ ହସ୍ପିଟାଲରେ ଡୁପ୍ଲିକେଟ୍ ସାର୍ଟିଫିକେଟ ଦେଇ କରୁଥିଲା ଚାକିରି - fake doctor arrested

author img

By ETV Bharat Odisha Team

Published : Jun 27, 2024, 4:57 PM IST

FAKE DOCTOR ARRESTED: ରାଉରକେଲା ସରକାରୀ ହସ୍ପିଟାଲରେ ନକଲି ଡାକ୍ତର । ଡାୟାଲିସିସ ବିଭାଗରେ ନକଲି ସାର୍ଟିଫିକେଟ ଦେଇ କରୁଥିଲେ ଚାକିରି । ଗିରଫ ନକଲି ଡାକ୍ତର ଜଣକ ହେଲେ ଝାଡ଼ଖଣ୍ଡରର ପଦ୍ମନାଭନ୍ ମୁଖି କାରୁଆ । ପୂର୍ବରୁ ମଧ୍ୟ ସେ ଧରାପଡି ଜେଲ୍ ଯାଇଥିବା ସୂଚନା । ଅଧିକ ପଢନ୍ତୁ

FAKE DOCTOR ARRESTED FROM GOVERNMENT HOSPITAL ROURKELA
FAKE DOCTOR ARRESTED FROM GOVERNMENT HOSPITAL ROURKELA (ETV Bharat Odisha)

ରାଉରକେଲା: ପୁଣି ଧରାପଡ଼ିଲେ ନକଲି ଡ଼ାକ୍ତର । ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର । ହଁ ଆଜ୍ଞା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍)ରେ ଆଜି ଜଣେ ନକଲି ଡାକ୍ତର ଧରାପଡ଼ିଛନ୍ତି । ପୋଲିସ ତାଙ୍କୁ ଗିରଫ କରି ବର୍ତ୍ତମାନ କୋର୍ଟ ଚାଲାଣ କରିଛି । ଆର୍‌ଜିଏଚ୍‌ର ଏହି ଘଟଣା ବର୍ତ୍ତମାନ ସମ୍ପୂର୍ଣ୍ଣ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଗିରଫ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଟିଆସରାର ପଦ୍ମନାଭନ୍ ମୁଖି କାରୁଆ । ଝାଡ଼ଖଣ୍ଡର ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ସାର୍ଟିଫିକେଟ୍‌କୁ ନକଲି କରି ମାସେ କି ଦୁଇ ମାସ ନୁହେଁ ପ୍ରାୟ ୭ ମାସରୁ ଅଧିକ ସମୟ ଧରି ଆଉଟ୍‌ସୋସିଂ ସଂସ୍ଥା (ରାହି କେୟାର ପ୍ରାଇଭେଟ୍ ଲିମିଟେଡ୍) ଜରିଆରେ ଆର୍‌ଜିଏଚ୍‌ର ଡାଏଲିସିସ୍ ବିଭାଗରେ କାମ କରୁଥିଲେ ପଦ୍ମନାଭନ୍ । ତେବେ ଅଭିଯୁକ୍ତଙ୍କ ପାଠ ପଢା ହେଉଛି ଯୁକ୍ତ ଦୁଇ ।

କେବଳ ଯୁକ୍ତ ଦୁଇ ପାଠ ପଢି ବର୍ତ୍ତମାନ ଲୋକଙ୍କୁ ଭୁଆଁ ବୁଲାଇବାରେ ମାଷ୍ଟର ହୋଇଛି ଏହି ବ୍ୟକ୍ତି । ଝାଡ଼ଖଣ୍ଡର ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ଅସଲି ସାର୍ଟିଫିକେଟ୍‌ର ନିଜ ଫଟୋ ଲଗାଇ ଆର୍‌ଜିଏଚ୍‌ରେ ନିଯୁକ୍ତି ପାଇଥିଲେ । ଆର୍‌ଜିଏଚ୍‌ରେ ବିଭାଗୀୟ ଅଧିକାରୀ ବି ପଦ୍ମନାଭନ୍‌ଙ୍କୁ ଓଡ଼ିଶା ମେଡ଼ିକାଲ କାଉନସିଲ୍‌ରେ ପଞ୍ଜୀକରଣ କରିବାକୁ କହିଥିଲେ । ପଦ୍ମନାଭନ୍ ଓଡ଼ିଶା କାଉନ୍‌ସିଲ୍ ଅଫ୍ ମେଡ଼ିକାଲରେ ପଞ୍ଜୀକରଣ ମଧ୍ୟ କରିଥିଲେ । ସେହି ପଞ୍ଜୀକରଣ ସାର୍ଟିଫିକେଟ୍‌କୁ ଆର୍‌ଜିଏଚ୍‌ର ବିଭାଗୀୟ ଅଧିକାରୀଙ୍କ ନିକଟରେ ଜମା କରିଥିଲେ । ଏତେ ଚତୁରତାର ନକଲି କାମ କରିଥିଲେ ଅସଲ କି ନକଲି ବିଭାଗୀୟ ଅଧିକାରୀ ଜାଣିପାରିନଥିଲେ । ତେବେ ବାଜାଜ୍ ଫାଇନାନ୍ସରୁ ବ୍ୟକ୍ତିଗତ ଋଣ ତାଙ୍କୁ ମହଙ୍ଗା ପଡ଼ିଥିଲା । ଏ ସଂକ୍ରାନ୍ତରେ ରଘୁନାଥପାଲ୍ଲୀ ଥାନାରେ ଲିଖିତ ଏତଲା ଦେଇଥିଲେ । ପୋଲିସ ପଦ୍ମନାଭନ୍‌କୁ ଥାନାକୁ ଉଠାଇ ଆଣିବା ପରେ ସମସ୍ତ କଥା ଜଣାପଡ଼ିଥିଲା ।ବାଜାଜ୍ ଫାଇନାନ୍ସର ଏରିଆ ମ୍ୟାନେଜରଙ୍କ ଲିଖିତ ଏତଲା ଆଧାରରେ ରଘୁନାଥପାଲ୍ଲୀ ପୋଲିସ ଘଟଣାର ତଦନ୍ତ ଚଳାଇବା ସହିତ ନକଲି ଡାକ୍ତରଙ୍କୁ ଗିରଫ କରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚରେ ଆର୍‌ଜିଏଚ୍‌ରେ ନକଲି ନର୍ସକୁ ରଘୁନାଥପାଲ୍ଲୀ ଗିରଫ କରିଥିଲା । ସେ ପ୍ରାୟ ୭ ମାସରୁ ଅଧିକ ସମୟ ଧରି ମାତୃଶିଶୁ ହସ୍ପିଟାଲରେ କାମ କରୁଥିଲେ । ନକଲି ଡାକ୍ତର ଭାବେ ପଦ୍ମନାଭନ୍ ମୁଖି କାରୁଆ ପ୍ରଥମଥର ପାଇଁ ଧରାପଡ଼ି ନାହାନ୍ତି । ସେ ଜଣେ ଅଭ୍ୟାସଗତ ଠକ ,ଏହାପୂର୍ବରୁ ୨୦୧୯ରେ ମଧ୍ୟ ସେ ଏହିଭଳି ଭାବେ ଧରାପଡ଼ି ଜେଲ୍ ଯାଇଥିଲେ । ଏଥର ବେସରକାରୀ ସଂସ୍ଥା ଜରିଆରେ ଆର୍‌ଜିଏଚ୍ ଭଳି ସରକାରୀ ଡାକ୍ତରଖାନାରେ ପଶିଥିବାବେଳେ ପୂର୍ବରୁ ସରକାରୀ ସଂସ୍ଥା ଜରିଆରେ ନିଯୁକ୍ତି ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ ...ମାଟ୍ରିକ ସାର୍ଟିଫିକେଟ ଜାଲିଆତି, ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ - Fake Certificate Issue

୫ ବର୍ଷ ପୂର୍ବେ ସେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ବେଳେ ଥରେ ଧରାପଡ଼ିଥିଲେ । ଭିମ୍‌ସାର୍ ବୁର୍ଲାରୁ ୨୦୦୨ ମସିହାରେ ଡାକ୍ତରୀ ପାସ୍‌ କରିବା ନେଇ ସେ ଦେଇଥିବା ସାର୍ଟିଫିକେଟ୍ ଯାଞ୍ଚ ପରେ ନକଲି ବୋଲି ଜଣାପଡ଼ିଥିଲା ଏବଂ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲା । ଜେଲରୁ ବାହାରି ପୁଣି ଏହି କାଣ୍ଡ ଭିଆଇଛନ୍ତି ।

ତେବେ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ବାରମ୍ବାର ଏହି ଜଣେ ଲୋକ କେବେ ଡାକ୍ତର, କେବେ ରେଳବାଇ ଅଧିକାରୀ ତ କେବେ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ଏଭଳି ଭାବରେ ବାରମ୍ବାର ମିଛ ସାର୍ଟିଫିକେଟ ଦେଇ କାର୍ଯ୍ୟ କରୁଥିବା ନଜିର ରହିଛି ।

ବର୍ତ୍ତମାନ ଏହି ନକଲି ଡାକ୍ତର ଘଟଣା ରାଉରକେଲା ସରକାରୀ ହସ୍ପିଟାଲକୁ ସମ୍ପୂର୍ଣ୍ଣ ସନ୍ଦେହ ଘେରକୁ ଠେଲି ଦେଇଛି ।ଏହି ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ପ୍ରଶାସନ କେତେ ଚେତୁଛି, ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.