ଓଡିଶା

odisha

ଜିଲ୍ଲାର 31ଟି ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହେଲା Summative Assessment

By

Published : Jan 5, 2022, 10:56 PM IST

ବୌଦ୍ଧ ଜିଲ୍ଲାର 31 ଗୋଟି ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହେଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା । ଜିଲ୍ଲାର ସମୁଦାୟ 8639 ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାର 31 ଗୋଟି ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହେଲା ମ୍ୟାଟ୍ରିକ ପରୀକ୍ଷା
ବୌଦ୍ଧ ଜିଲ୍ଲାର 31 ଗୋଟି ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହେଲା ମ୍ୟାଟ୍ରିକ ପରୀକ୍ଷା

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହେଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା (Summative Assessment) । ଆଜି ପ୍ରଥମ ଦିନରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର 12 ଗୋଟି, ବୌଦ୍ଧ ବ୍ଲକର 10 ଗୋଟି ଓ ହରଭଙ୍ଗା ବ୍ଲକର 9 ଗୋଟି ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଉତ୍ସାହର ସହିତ ପରୀକ୍ଷା ଦେଇଥିଲେ । ବୌଦ୍ଧ ସଦର ମହକୁମାରେ ଥିବା ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ପରୀକ୍ଷା କେନ୍ଦ୍ର ଭାବରେ ଗ୍ରହଣ କରାଯାଇଛି ।

ବୌଦ୍ଧ ଜିଲ୍ଲାର 31 ଗୋଟି ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହେଲା ମ୍ୟାଟ୍ରିକ ପରୀକ୍ଷା

ଜିଲ୍ଲାର ସମୁଦାୟ 8639 ଜଣ ଛାତ୍ରଛାତ୍ରୀ ଚଳିତ ମ୍ୟାଟ୍ରିକ ପରୀକ୍ଷା ପାଇଁ ଆଡମିଟ କାର୍ଡ ପାଇଥିଲେ ମଧ୍ୟ କେତେକ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ପରୀକ୍ଷା ଦେଇପାରିନଥିବା ସୂଚନା ମିଳିଛି । ବିଶେଷ ଭାବରେ ଜିଲ୍ଲାର ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details