ଓଡିଶା

odisha

ମୁଣ୍ଡରେ ଧାନବସ୍ତା ବୋହି ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅବସରପ୍ରାପ୍ତ ସୈନିକ

By

Published : Mar 9, 2021, 8:28 PM IST

ଜୟ ଜବାନରୁ ଜୟ କିଷାନରେ ପରିବର୍ତ୍ତିତ ହୋଇଥିବା ଜଣେ ଅବସରପ୍ରାପ୍ତ ସୈନିକ ନିଜ ଉତ୍ପାଦିତ ଧାନକୁ ବିକ୍ରିକୁ କରିପାରିନାହିଁନ୍ତି । ଶେଷରେ ମୁଣ୍ଡରେ ଧାନ ବସ୍ତା ବୋହି ବୌଦ୍ଧ ଜିଲ୍ଲାପାଳଙ୍କ କର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ…

boudh paddy procurement
ଧାନ ବିକ୍ରି ସମସ୍ୟା : ପୂର୍ବତନ ସୈନିକ ମୁଣ୍ଡରେ ଧାନବସ୍ତା ବୋହି ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ

ବୌଦ୍ଧ: ଚାଷୀଙ୍କ ଧାନବିକ୍ରିକୁ ନେଇ ଅଭାବନୀୟ ସ୍ଥିତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଚାଷୀଙ୍କ ଧାନବିକ୍ରି ହୋଇନପାରି ପଡିରହିଛି । ଏହାକୁ ନେଇ ଜଣେ ଅବସରପ୍ରାପ୍ତ ସୈନିକ ମୁଣ୍ଡରେ ଧାନ ବସ୍ତା ବୋହି ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ଧାନ ବିକ୍ରି ସମସ୍ୟା : ପୂର୍ବତନ ସୈନିକ ମୁଣ୍ଡରେ ଧାନବସ୍ତା ବୋହି ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ

ବୌଦ୍ଧ ଜିଲ୍ଲା ବିଳାସପୁରର ଅବସରପ୍ରାପ୍ତ ସୈନିକ ସୁବେଦାର ଲଳିତ ମୋହନ ସାହୁ ନିଜ ଜମିର ଧାନକୁ ବିକ୍ରି କରିନପାରି ଶେଷରେ ଆଜି ମୁଣ୍ଡରେ ଧାନ ବସ୍ତା ବୋହି ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି । ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାନକୁ ପକାଇ ସେ ଧାନର ଅଭାବୀ ବିକ୍ରିର ପ୍ରତିକାତ୍ମକ ବିରୋଧ କରିଥିଲେ । ଅବସରପ୍ରାପ୍ତ ସୈନିକ ସୁବେଦାର ଲଳିତ ମୋହନ ସାହୁ ଏକଦା ମିସାଇଲ ମ୍ୟାନ ଭାବରେ ପରିଚିତ ଡ଼ ଏପିଜେ ଅବଦୁଲ କାଲାମଙ୍କ ଡ୍ରାଇଭର ସହ ବ୍ୟକ୍ତିଗତ ସେକ୍ରେଟାରୀ ରହିଥିଲେ । ସେନାରୁ ଅବସର ପରେ ସେ ସଫଳ ଚାଷୀ ହେବାକୁ ଚେଷ୍ଟା କରିଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଅଭାବୀ ଧାନବିକ୍ରି ସହ ଟାର୍ଗେଟ ସମସ୍ୟା ତାଙ୍କୁ ବ୍ୟଥିତ କରିଛି । ଆଜି ଏ ନେଇ ସେ ବୌଦ୍ଧ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ ।

ସେପଟେ ଜିଲ୍ଲାର ବାମଣ୍ଡା, ସରସରା, ସାମ୍ପୋଚ, ମୁଣ୍ଡାପଡା, ମନୁପାଲି, ରକ୍ସା, ତେଲିବନ୍ଧ ଭଳି ଧାନମଣ୍ଡିରେ ଧାନବିକ୍ରି ନହୋଇ ପାରିବାରୁ ଚାଷୀମାନେ ଜିଲ୍ଲାପାଳ ଙ୍କୁ ଗୁହାରି ପାଇଁ ପହଞ୍ଚି ଥିଲେ ।ଅନ୍ୟପଟେ ଦହ୍ୟା ନିକଟସ୍ଥ ଚାଉଁରିଆପଦର ଛକ ଠାରେ ଆଜି ଉତ୍ତ୍ୟକ୍ତ ଚାଷୀ 57 ନମ୍ବର ଜାତୀୟ ରାଜପଥ ଉପରେ ଧାନ ବସ୍ତା ରଖି ଦୀର୍ଘ ସମୟ ଧରି ଅବରୋଧ କରିଥିଲେ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details