ହାଇଦ୍ରାବାଦ:ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ବିତ୍ତଶାଳୀ ଟି-୨୦ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ପଞ୍ଚଦଶ ସଂସ୍କରଣ । ବର୍ତ୍ତମାନ ସମୟରେ ସବୁଠୁ ଅଧିକ ସ୍ଥିର ପ୍ରଦର୍ଶନ କରିଥିବା ଟିମ ମାନଙ୍କ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ(DC) ଟିମ ରହିଛି । ଯୁବ ୱିକେଟ କିପର ବ୍ୟାଟ୍ର ଋଷଭ ପନ୍ତଙ୍କ ନେତୃତ୍ବରେ ମାର୍ଚ୍ଚ ୨୭ରୁ IPL ୨୦୨୨ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଦିଲ୍ଲୀ । ୨୦୨୦ ସଂସ୍କରଣର ରନର୍ସଅପ୍ DC ଟୁର୍ନାମେଣ୍ଟର ପ୍ରଥମ ମୁକାବିଲା ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳିବ ।
ଏହାମଧ୍ୟ ପଢନ୍ତୁ: IPL 2022: ଆସୁଛି ଆଇପିଏଲ, KKR ପାଇଁ ଶୁଭଙ୍କର ହେବେ କି ଶ୍ରେୟସ
ନିଲାମୀରେ କିଛି ଚମତ୍କାର ମ୍ୟାଚ୍ ବିଜେତା ଖେଳାଳିଙ୍କୁ କିଣିବା ସହ ଷ୍ଟାର ରିଟେନ ଖେଳାଳିଙ୍କ ସହ ଦିଲ୍ଲୀ ଏକ ଶକ୍ତିଶାଳୀ ୟୁନିଟ୍ ରହିଛି ।
ଗ୍ରୁପ 'A' ରେ ଥିବା ଦିଲ୍ଲୀ, ଚଳିତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ, କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ ସହ ଥିବାରୁ ଏହି ଟିମ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବ । ଅନ୍ୟପଟେ ଗ୍ରୁପ 'B' ରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗ୍ସ , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଦିଲ୍ଲୀ ଲିଗ ପର୍ଯ୍ୟାୟରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ ।
ଏହାମଧ୍ୟ ପଢନ୍ତୁ: IPL 2022: ଷଷ୍ଠ ଥର ଚମ୍ପିଆନ ଲକ୍ଷ୍ୟରେ ମୁମ୍ବାଇ, ଜାଣନ୍ତୁ ସଂପୂର୍ଣ୍ଣ ମ୍ୟାଚ୍ ସୂଚୀ
ନଜର ପକାନ୍ତୁ IPL ୨୦୨୨ରେ ଦିଲ୍ଲୀ କ୍ୟାପିଟାଲ୍ସର ଲିଗ ପର୍ଯ୍ୟାୟର ସଂପୂର୍ଣ୍ଣ ମ୍ୟାଚ୍ ସୂଚୀ ଉପରେ:
ମ୍ୟାଚ୍ ୧, ମାର୍ଚ୍ଚ ୨୭, ରବିବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ(ବ୍ରାବୋର୍ନୋ ଷ୍ଟାଡିୟମ- CCI, ମୁମ୍ବାଇ) ଅପରାହ୍ନ ୩:୩୦
ମ୍ୟାଚ୍ ୨, ଏପ୍ରିଲ ୨, ରବିବାର: ଗୁଜରାଟ ଟାଇଟାନସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ(MCA ଷ୍ଟାଡିୟମ, ପୁନେ) ସନ୍ଧ୍ୟା ୭:୩୦
ମ୍ୟାଚ୍ ୩, ଏପ୍ରିଲ ୭, ଗୁରୁବାର: ଲକ୍ଷ୍ନୌ ସୁପର ଜିଆଣ୍ଟସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦
ମ୍ୟାଚ୍ ୪, ଏପ୍ରିଲ ୧୦, ରବିବାର: କୋଲକାତା ନାଇଟ ରାଇଡର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ(ବ୍ରାବୋର୍ନୋ ଷ୍ଟାଡିୟମ- CCI, ମୁମ୍ବାଇ) ଅପରାହ୍ନ ୩:୩୦
ମ୍ୟାଚ୍ ୫, ଏପ୍ରିଲ ୧୬, ଶନିବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦