ETV Bharat / sports

ଭାରତୀୟ ଫ୍ୟାନ୍ସଙ୍କୁ ତୃତୀୟ ଝଟ୍‌କା; ବିରାଟ ଓ ରୋହିତଙ୍କ ପରେ T20Iରୁ ଜାଡେଜାଙ୍କ ଅବସର, ଶୁଭେଚ୍ଛା ଜଣାଇଲେ ମୋଦି - RAVINDRA JADEJA RETIRES

author img

By ETV Bharat Odisha Team

Published : Jun 30, 2024, 6:04 PM IST

Updated : Jun 30, 2024, 7:39 PM IST

RAVINDRA JADEJA RETIRES FROM T20I: ଭାରତକୁ ଟି୨୦ ବିଶ୍ବକପ୍‌ ୨୦୨୪ ଟ୍ରଫି ଜିତାଇ ନିଜ ଟି୨୦ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣୁଛନ୍ତି ଜଣେ ପରେ ଜଣେ ଭେଟେରାନ କ୍ରିକେଟର । କାଲି ରୋହିତ ଓ କୋହଲିଙ୍କ ପରେ ଆଜି ଟି୨୦ କ୍ରିକେଟକୁ ଅଲବିଦା କହିଛନ୍ତି ସାର ଜାଡେଜା । ଏହାପରେ ଟ୍ବିଟ୍‌ କରି ଜାଡେଜାଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

RAVINDRA JADEJA RETIRES FROM T20I
RAVINDRA JADEJA RETIRES FROM T20I (ETV Bharat Odisha)

ହାଇଦ୍ରାବାଦ: ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ବକପ୍‌ ୨୦୨୪ ଚମ୍ପିଆନ ହେବାପରେ ଖୁସିରେ ଆତ୍ମହରା ଭାରତବାସୀ । ହେଲେ ଏହାପରେ ଅପ୍ରତ୍ୟାଶିତ ଭାବରେ ଦଳର ଦୁଇ କିମ୍ବଦନ୍ତୀ ବିରାଟ କୋହଲି ଓ ରୋହିତ ଶର୍ମା ଟି୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ପ୍ରଶଂସକଙ୍କୁ ଝଟ୍‌କା ଦେଇଥିଲେ । ଆଉ ଏହାପରେ ଆଜି ଭାରତୀୟ ଫ୍ୟାନ୍ସଙ୍କୁ ଲାଗିଛି ତୃତୀୟ ଝଟ୍‌କା । ଭାରତୀୟ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଆଜି ନିଜର ଅବସର ନେଇ ଘୋଷଣା କରିଛନ୍ତି । ନିଜ ସୋସିଆଲ ମିଡିଆରେ ଭାବପୂର୍ଣ୍ଣ ପୋଷ୍ଟ କରି ଟି୨୦ ଅନ୍ତର୍ଜାତୀୟ କ୍ରିକେଟରୁ ନିଜର ସନ୍ୟାସ ଘୋଷଣା କରିଛନ୍ତି ଜାଡେଜା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏକ୍ସରେ ପୋଷ୍ଟ କରି ଜାଡେଜାଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଜାଡେଜାଙ୍କ ଟି୨୦ କ୍ୟାରିୟର: ୨୦୦୯ରେ ଅନ୍ତର୍ଜାତୀୟ ଟି୨୦ରେ ପ୍ରବେଶ କରିଥିଲେ ଜାଡେଜା । ଭାରତ ପାଇଁ ପ୍ରଥମ ଟି୨୦ ମ୍ୟାଚ୍‌ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ ରବୀନ୍ଦ୍ର ଜାଡେଜା । ଏହି ମ୍ୟାଚ୍‌ରେ ସେ ୪ ଓଭର ବୋଲିଂ କରି ୨୯ ରନ ବ୍ୟୟ କରିଥିବାବେଳେ କୌଣସି ୱିକେଟ୍‌ ହାତେଇବାରେ ସକ୍ଷମ ହୋଇନଥିଲେ । ସେହି ମ୍ୟାଚ୍‌ରେ ବ୍ୟାଟିଂ କରି ସେ ୭ ବଲରୁ କେବଳ ୫ ରନ ହିଁ କରିପାରିଥିଲେ । ତେବେ ତାଙ୍କ ସମ୍ପୂର୍ଣ୍ଣ ଅନ୍ତର୍ଜାତୀୟ ଟି୨୦ କ୍ୟାରିୟରରେ ଜାଡେଜା ୭୪ ମ୍ୟାଚ୍‌ ଖେଳିଥିବାବେଳେ ୪୧ ଇନିଂସ୍‌ରେ ଭାରତ ପାଇଁ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ । ଏଥିରେ ସେ ମୋଟ ୫୧୫ ରନ ସ୍କୋର କରିଛନ୍ତି । ସେହିଭଳି ୭୪ ମ୍ୟାଚ୍‌ରୁ ଜାଡେଜା ୭୧ ପାଳିରେ ବୋଲିଂ କରିବାର ସୁଯୋଗ ପାଇଛନ୍ତି । ଏଥିରୁ ସେ ୫୪ ୱିକେଟ୍‌ ଅକ୍ତିଆର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଏକ ଯୁଗର ଅବସାନ, T20ରୁ ସନ୍ନ୍ୟାସ ନେଲେ କିମ୍ବଦନ୍ତୀ ରୋହିତ-କୋହଲି - T20 World Cup 2024

ଶନିବାର ବ୍ରିଜଟାଉନରେ ଖେଳାଯାଇଥିବା ଟି୨୦ ବିଶ୍ବକପ୍‌ ୨୦୨୪ ଫାଇନାଲ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାଡେଜା ନିଜର ଶେଷ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଥିଲେ । ଯଦିଓ ସେ ଏହା ପୂର୍ବରୁ ଘୋଷଣା କରିନଥିଲେ, ହେଲେ ଗତକାଲି ବିରାଟ କୋହଲି ଓ ରୋହିତ ଶର୍ମା ଟି୨୦ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଆଜି ଜାଡେଜା ମଧ୍ୟ ସମାନ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି । ତେବେ ନିଜ ଶେଷ ମ୍ୟାଚ୍‌ରେ ଜାଡେଜା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଓଭର ବୋଲିଂ କରି ୧୨ ରନ ବ୍ୟୟ କରିଥିବାବେଳେ କୌଣସି ୱିକେଟ ଦଖଲ କରିପାରିନଥିଲେ ।

ଶୁଭେଚ୍ଛା ଜଣାଇଲେ ମୋଦି: ରବୀନ୍ଦ୍ର ଜାଡେଜା ଅବସର ନେଇ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଏକ୍ସ ହ୍ୟାଣ୍ଡେଲରେ ଜାଡେଜାଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ପ୍ରିୟ ଜାଡେଜା, ତୁମେ ଅଲରାଉଣ୍ଡର ଭାବରେ ଅତୁଳନୀୟ ପ୍ରଦର୍ଶନ କରିଛ । କ୍ରିକେଟ ପ୍ରେମୀମାନେ ତୁମ ଷ୍ଟାଇଲିଷ୍ଟ ଷ୍ଟ୍ରୋକ ପ୍ଲେ, ସ୍ପିନ ବୋଲିଂ ଓ ସୁପର ଫିଲ୍ଡିଂକୁ ପ୍ରଶଂସା କରନ୍ତି । ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ବର୍ଷ ବର୍ଷ ଧରି ଚିତ୍ତାକର୍ଷକ ପ୍ରଦର୍ଶନ ପାଇଁ ଧନ୍ୟବାଦ । ଭବିଷ୍ୟତ ପାଇଁ ତୁମକୁ ମୁଁ ଶୁଭେଚ୍ଛା ଜଣାଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 30, 2024, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.