ଭୁବନେଶ୍ବର:ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଗାଇଡଲାଇନ । କେବଳ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ହେବ ପରେଡ । ପରେଡରେ ସାମିଲ ହେବେନି ଛାତ୍ରଛାତ୍ରୀ ଏବଂ NCC କ୍ୟାଡେଟ । ଏନେଇ ସବୁ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି କରାଯାଇଛି ।
ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମଣକୁ ନଜର ପକାଇଲେ ଆସନ୍ତା କିଛି ଦିନ ଗୁରୁତ୍ୱପୂର୍ଣ୍ଣ । ସଂକ୍ରମଣ ସର୍ବାଧିକ ସ୍ତରକୁ ଯିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସ ଲାଗି ଗାଇଡଲାଇନ ଜାରି କରିଛି ଗୃହ ବିଭାଗ । ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛି ଗୃହ ବିଭାଗ । ସକାଳ 8.30 ପରେ ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରିବେ । ଅଭିବାଦନ ଗ୍ରହଣ କରିବେ । କେବଳ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ପରେଡ ଆୟୋଜନ କରାଯିବ । ପରେଡରେ ଛାତ୍ରଛାତ୍ରୀ ଏବଂ NCC କ୍ୟାଡେଟ ମାନଙ୍କୁ ସାମିଲ ନକରିବା ଲାଗି କୁହାଯାଇଛି ।